ୱେବ୍ ମିଡିଆ ଉପରେ ଦୋଷ ଲଦି ମନ୍ତ୍ରୀ ସମୀର ଦାଶ କହିଛନ୍ତି, କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି। କିଛି ଗଣମାଧ୍ୟମ ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠପଢ଼ାରେ ବାଧା ସୃଷ୍ଟି କରୁଛନ୍ତି।
ପିଲାଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି। କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି। ସ୍କୁଲ ଖୋଲିଲେ ସବୁ ଶିକ୍ଷକ ଡବଲ ଡୋଜ ଟିକା ନେଇଥିବେ ତାହା ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ।
୨୧ ତାରିଖରୁ ସ୍କୁଲରେ ଏକାଦଶ ଶ୍ରେଣୀର ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ। ସ୍କୁଲକୁ ଆସିବା ପାଇଁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୁହାଯାଇଛି।
ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ସ୍କୁଲ୍ ଖୋଲିବ,୨୫ରୁ ଅଷ୍ଟମ ଶ୍ରେଣୀ ସ୍କୁଲ୍ ଖୋଲିବା ନେଇ ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ
ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ ଦେଇଥିଲେ ମନ୍ତ୍ରୀ। ସେଯାଏ ଅନଲାଇନରେ କ୍ଲାସ ଚାଲିବ ବୋଲି କହିଥିଲେ।
ବିଦ୍ୟାଳୟର ଅନ୍ୟ କ୍ଲାସ ଖୋଲାଯିବା ନେଇ ସମ୍ଭାବନା ରହିଛି। ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ଖୋଲିବ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି। ସେଯାଏ ଅନଲାଇନରେ କ୍ଲାସ ଚାଲିବ।
ଗତ ଜୁଲାଇ ୨୬ରୁ ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀ ମଧ୍ୟ ଖୋଲାଯିବ। ସେପଟେ ଏକାଦଶ ଶ୍ରେଣୀରେ ତ ନାମଲେଖା ହୋଇନାହିଁ।