Advertisment

ଡିଜିଙ୍କ ଗାଡ଼ି ସାମନାକୁ ଚାଲିଆସିଲେ ମହିଳା

ଆମ ଝିଅକୁ ହତ୍ୟା କରାଯିବାର ଦେଢ ମାସ ହୋଇଗଲାଣି, କିନ୍ତୁ ପୋଲିସ କୌଣସି ଆଖିଦୃଶିଆ ପଦ‍କ୍ଷେପ ନାହିଁ। ପୋଲିସ ମାତ୍ର ୨ ଜଣଙ୍କୁ ଗିରଫ କରିଛି କିନ୍ତୁ ଅନ୍ୟ ୫ ଅଭିଯୁକ୍ତଙ୍କୁ ଛାଡିଦେଇଛି। ସେମାନେ ଏବେ ଖୁଲମଖୁଲା ବୁଲୁଛନ୍ତି।

author-image
Chandan Shishu
ଡିଜିପି ଗାଡି ସାମନାକୁ ଆସି ଅଟକାଉଥିବା ମହିଳା

ଡିଜିପି ଗାଡି ସାମନାକୁ ଆସି ଅଟକାଉଥିବା ମହିଳା

ବାଲିଗୁଡା: ନ୍ୟାୟ ପାଇବା ଲାଗି ପୋଲିସ ଡିଜିଙ୍କ ଗାଡି ସାମ୍ନାକୁ ଆସିଗଲେ ମହିଳା। ପୋଲିସ ଡିଜି ଅଭୟ ଗତକାଲି କନ୍ଧମାଳ ଜିଲ୍ଲା ବେଲଘର ଗସ୍ତରେ ଆସିଥିଲେ। ଥାନାରୁ ଫେରୁଥିବା ସମୟରେ ଲଙ୍କାଗଡର କିଛି ମହିଳା ନ୍ୟାୟ ପାଇବା ଲାଗି ଡିଜିଙ୍କ ଗାଡି ସାମ୍ନାକୁ ଆସି ଯାଇଥିଲେ। ଡିଜିଙ୍କୁ ଭେଟି ସିଧାସଳଖ ଅଭିଯୋଗ କରିବାକୁ ଅଡ଼ି ବସିଥିଲେ ମଧ୍ୟ ମହିଳାମାନେ ଡିଜିଙ୍କୁ ଭେଟି ପାରିନଥିଲେ।

Advertisment

ଖବର ଅନୁସାରେ ଏକ ହତ୍ୟା ଘଟଣାରେ ବେଲଘର ପୋଲିସ ତରବରିଆ ଭାବେ ତଦନ୍ତ କରି ଦୁଇ ଜଣକୁ ହିଁ ଗିରଫ କରି ଅନ୍ୟ ମାନଙ୍କୁ ଛାଡି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ହତ୍ୟା ଘଟଣାକୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ଅନ୍ୟ ଅଭିଯୁକ୍ତକୁ ଗିରଫ କରୁନଥିବା ଅଭିଯୋଗ ଆଣି ଡିଜିଙ୍କୁ ଭେଟିବାକୁ ଆସିଥିଲେ। ସେପଟେ ସ୍ଥାନୀୟ ପୋଲିସ ଆସନ୍ତା ୭ ଦିନ ମଧ୍ୟରେ ମାମଲା ଉପରେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି।

ଏନେଇ ଅଭିଯୋଗକାରୀ ଶରତ ଦେଶୀନାୟକ କହିଛନ୍ତି ଆମ ଝିଅକୁ ହତ୍ୟା କରାଯିବାର ଦେଢ ମାସ ହୋଇଗଲାଣି, କିନ୍ତୁ ପୋଲିସ କୌଣସି ଆଖିଦୃଶିଆ ପଦ‍କ୍ଷେପ ନାହିଁ। ପୋଲିସ ମାତ୍ର ୨ ଜଣଙ୍କୁ ଗିରଫ କରିଛି କିନ୍ତୁ ଅନ୍ୟ ୫ ଅଭିଯୁକ୍ତଙ୍କୁ ଛାଡିଦେଇଛି। ସେମାନେ ଏବେ ଖୁଲମଖୁଲା ବୁଲୁଛନ୍ତି। ପୋଲିସ ଉପରେ ଆମର ସନ୍ଦେହ ହେଉଛି। ପୋଲିସ ଆମକୁ ନ୍ୟାୟ ଦେଉନି। 

Advertisment

ଏନେଇ ହୀରାବତୀ ଦେଶୀନାୟକ କହିଛନ୍ତି ଯେ ଆମ ଝିଅକୁ ହତ୍ୟା କରାଯାଇଥିଲେବି ଅଭିଯୁକ୍ତ ଖୁଲମଖୁଲା ବୁଲୁଛନ୍ତି ବୋଲି ଏସପିଙ୍କୁ କହିଥିଲି। ଏସ୍‌ପି ମୋତେ କହିଛନ୍ତି ଯେ ମାଆ ତୁମେ ବ୍ୟସ୍ତ ହୁଅନି। ସମସ୍ତ ସାକ୍ଷୀ ଓ ତଦନ୍ତ ଆଧାରକୁ ଭିତ୍ତି କରି ପୁଣି ଥରେ କାର୍ଯ୍ୟାନୁଷ୍ଠାନ ନିଆୟିବ କହିଛନ୍ତି। 

Murder Case DGP Abhaya Women Death
Advertisment
Advertisment