ଟିଟିଲାଗଡ ହସପିଟାଲ
ଟିଟିଲାଗଡ଼: ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ। ମୃତ୍ୟୁ ଅଭିଯୋଗ ଆଣିଲେ ପରିବାରର ଲୋକେ। ଟିଟିଲାଗଡ ଶିରଭଟା ପଡାର କେ. ଟୁଇଙ୍କଲ ଟିଟିଲାଗଡ ହସପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଟିଟିଲାଗଡ ହସପିଟାଲରେ ଚାପ ଉତ୍ତେଜନା ଦେଖାଦେଇଥିଲା। ହସ୍ପିଟାଲରେ ଡାକ୍ତର ଥିଲେ ମଧ୍ୟ ରୋଗୀର ଚିକିତ୍ସା ନ କରି ନର୍ସମାନଙ୍କ ମାଧ୍ୟମରେ ଚିକିତ୍ସା କରାଉଥିବାରୁ ଏଭଳି ରୋଗୀର ମୃତ୍ୟୁ ହେଉଥିବା ପରିବାର ତରଫରୁ ଅଭିଯୋଗ ହୋଇଛି।
Advertisment
ଏ ସମ୍ପର୍କରେ SDMOଙ୍କୁ ପଚାରିବାରୁ ସେ କହିଥିଲେ କେ.ଟୁଇଙ୍କଲଙ୍କ ରକ୍ତ ଚାପ ବଢି ଯାଇଥିଲା। ଚିକିତ୍ସା କରୁଥିବା ଡାକ୍ତର ରୋଗୀର ଅବସ୍ଥା ଖରାପ ହେବା ଦେଖି ବଲାଙ୍ଗିର ସ୍ଥାନାନ୍ତର କରିବାକୁ ଉଦ୍ୟମ କରାଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ନର୍ସ ଚିକିତ୍ସା କରିବା ଅଭିଯୋଗ ଉପରେ ତଦନ୍ତ କରାଯିବ ବୋଲି SDMO କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)