Advertisment

ପ୍ରକୃତ ଦୋଷୀକୁ ଛାଡ଼ିଦେବା ପାଇଁ ଷଡ଼ଯନ୍ତ୍ର: ମୋହନ ମାଝୀ

ଏସପିଙ୍କ ପ୍ରେସମିଟ ପରେ କେନ୍ଦୁଝର ବିଧାୟକ ମୋହନ ମାଝୀ କହିଛନ୍ତି ଯେ ପ୍ରକୃତ ଦୋଷୀକୁ ଛାଡ଼ିଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ପ୍ରକୃତ ରହସ୍ୟକୁ ଲୁଚାଇବାକୁ ବିଧିବଦ୍ଧ ଚକ୍ରାନ୍ତ କରାଯାଇଛି। ପ୍ରକୃତ ଦୋଷୀକୁ ଖସିଯିବା ପାଇଁ ଏସ୍‌ପି ରାସ୍ତା ପ୍ରସ୍ତୁତ କରିଛନ୍ତି।

author-image
Chandan Shishu
Mohan Majhi Demands CBI Probe

Mohan Majhi Demands CBI Probe

କେନ୍ଦୁଝର: କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।  ରାଜନୈତିକ ନୁହେଁ, ବ୍ୟକ୍ତିଗତ ଆକ୍ରୋଶରୁ ବୋମାମାଡ଼ ବୋଲି ଏସପି କହିଛନ୍ତି। ଆର୍ଥିକ କାରବାରକୁ ନେଇ ବ୍ୟକ୍ତିଗତ ଆକ୍ରୋଶରୁ ବୋମା ମାଡ଼ ହୋଇଥିଲା। ଏନେଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ପ୍ରତାପ ରାଉତ ଓ ବିଦ୍ୟାଧର ପରିଡ଼ା ଗିରଫ ହୋଇଛନ୍ତି। ବୋମା ଫିଙ୍ଗିଥିବା ମନମୋହନ ଦାସ, ଶରତ ଜେନା, ସିକୁଲ୍ ସେଖ୍ ଗିରଫ ହୋଇଛନ୍ତି।

Advertisment

ଏସପିଙ୍କ ପ୍ରେସମିଟ ପରେ କେନ୍ଦୁଝର ବିଧାୟକ ମୋହନ ମାଝୀ କହିଛନ୍ତି ଯେ ପ୍ରକୃତ ଦୋଷୀକୁ ଛାଡ଼ିଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଛି। ପ୍ରକୃତ ରହସ୍ୟକୁ ଲୁଚାଇବାକୁ ବିଧିବଦ୍ଧ ଚକ୍ରାନ୍ତ କରାଯାଇଛି। ପ୍ରକୃତ ଦୋଷୀକୁ ଖସିଯିବା ପାଇଁ ଏସ୍‌ପି ରାସ୍ତା ପ୍ରସ୍ତୁତ କରିଛନ୍ତି। ଯଦି ଏସପିଙ୍କୁ ଏଠାରେ ରଖାଯାଏ, ତଦନ୍ତ ନିରପେକ୍ଷ ହେବ ନାହିଁ। ରାଜ୍ୟ ସରକାର ତୁରନ୍ତ ଏଠାରୁ ଏସ୍ପିଙ୍କୁ ହଟାଇ ସିବିଆଇ ତଦନ୍ତ କରାନ୍ତୁ।

ଗତ ୧୦ ତାରିଖରେ ବିଧାୟକ ମୋହନ ମାଝୀ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରୁ ଫେରୁଥିବା ବେଳେ ଦିନ ପ୍ରାୟ ୧୨ଟା ପାଖାପାଖି ଏକ ହୋଣ୍ଡା ସାଇନ୍ ଗାଡ଼ିରେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ମୁଖ୍ୟ ରାସ୍ତାରେ ତାଙ୍କ ଗାଡ଼ି ଉପରକୁ ବୋମା ଫୋପାଡ଼ି ଥିଲେ।ବୋମାମାଡ଼ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରିବାକୁ ବିଧାୟକଙ୍କ ପିଏସ୍‌ଓ ଗାଡ଼ିରୁ ଓହ୍ଲାଇ ପିଛା କରିଥିଲେ। ତେବେ ସେମାନେ ବାଇକ୍‌ରେ ବସି ପଳାଇଥିଲେ।

Advertisment

ଏନେଇ ବିଧାୟକ ଅଭିଯୋଗ କରିଥିଲେ ଯେ ଶ୍ରମିକମାନଙ୍କ ନିଯୁକ୍ତି ଦେବା ପାଇଁ ଦାବି କରିବା ସହ ସେମାନେ କରୁଥିବା ଆନ୍ଦୋଳନକୁ ମୁଁ ସମର୍ଥନ କରିଥିବାରୁ ଓଏମ୍‌ସିରେ ଦଲାଲଗିରି କରୁଥିବା ବିଜେଡି ନେତାମାନେ ଓ ଲୋଡିଂ ଏଜେନ୍ସି ମୋ ଉପରେ ପ୍ରତିଶୋଧ ପରାୟଣ ହୋଇ ଏଭଳି ଆକ୍ରମଣ କରିଥାଇପାରନ୍ତି।

Bomb Attack Mohan Majhi Demand CBI Probe
Advertisment
Advertisment