Advertisment

କାହିଁକି ଛେଳିକୁ ମାରିଲ ପଚାରିବାରୁ ହତ୍ୟା କଲା କାଳିଆ

ଶରତ ଦାଶ ତାଙ୍କ ପୁଅ କାଳିଆଙ୍କ ସହ ତାଙ୍କ ପରିବାରର ଚାରିଜଣ ସଦସ୍ୟ ମିଳିତ ଭାବେ କନକ ଓ ତାଙ୍କ ସ୍ୱାମୀ ଅକ୍ଷୟ ପୁଅ ଦୀପକଙ୍କୁ ନିକଟସ୍ଥ ଦେବୀ ନଦୀ ପଠାରେ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିଲେ।

author-image
Chandan Shishu
ଛେଳିକୁ ଗାଡ଼ିରେ ମଡ଼ାଇ ଦେବା ପରେ ମାଲିକକୁ ହତ୍ୟା

ଛେଳିକୁ ଗାଡ଼ିରେ ମଡ଼ାଇ ଦେବା ପରେ ମାଲିକକୁ ହତ୍ୟା

କୋଣାର୍କ: ସାମାନ୍ୟ ବଚସାରୁ ଗଣ୍ଡଗୋଳ ଓ ପରେ ହତ୍ୟା। ମୋଟର ସାଇକେଲ ସହ ଛେଳି ଧକ୍କାକୁ କେନ୍ଦ୍ର କରି ଜଣକୁ ନିର୍ମମ ହତ୍ୟା। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ପାଟସୁନ୍ଦରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମୃତକ ହେଲେ ପାଟସୁନ୍ଦରପୁର ଗାଁର ଅକ୍ଷୟ ଦାସ। ଆକ୍ରମଣରେ ଅକ୍ଷୟଙ୍କ ପତ୍ନୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ତାଙ୍କୁ ଅସ୍ତରଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଅଭିଯୋଗ ଅନୁଯାୟୀ, ପାଟସୁନ୍ଦର ଗ୍ରାମର ଶରତ ଦାସଙ୍କ ପୁଅ କାଳିଆ ଦାଶ ମୋଟରସାଇକଲରେ ଯାଉଥିବା ବେଳେ ସେହିଗ୍ରାମର ଅକ୍ଷୟ ଦାଶଙ୍କ ପତ୍ନୀ କନକ ଛେଳି ଚରାଇବାକୁ ଯାଉଥିଲେ। ଏହି ସମୟରେ ଛେଳି ସହ କାଳିଆର ମୋଟର ସାଇକେଲ ଧକ୍କା ହୋଇଥିଲା। ଏ ନେଇ ଦୁଇ ପରିବାର ମଧ୍ୟରେ ବଚସା ପରେ ଗଣ୍ଡଗୋଳ ଗୁରୁତର ହୋଇଥିଲା। ଶରତ ଦାଶ ତାଙ୍କ ପୁଅ କାଳିଆଙ୍କ ସହ ତାଙ୍କ ପରିବାରର ଚାରିଜଣ ସଦସ୍ୟ ମିଳିତ ଭାବେ କନକ ଓ ତାଙ୍କ ସ୍ୱାମୀ ଅକ୍ଷୟ ପୁଅ ଦୀପକଙ୍କୁ ନିକଟସ୍ଥ ଦେବୀ ନଦୀ ପଠାରେ ଠେଙ୍ଗା ଓ ଭୁଜାଲିରେ ଆକ୍ରମଣ କରିଥିଲେ।

ଗାଁ ଲୋକେ ଅକ୍ଷୟ ଓ ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଅସ୍ତରଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅକ୍ଷୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ଅଭିଯୁକ୍ତ କାଳିଆ ଦାଶ, ଶରତ ଦାସ, ରାଜୁଆ ଦାସ ,ପପୁ ଦାସ ଫେରାର ହୋଇଯାଇଥିବା ବେଳେ ପରିବାରର ଅନ୍ୟ ଦୁଇଜଣ ସଦସ୍ୟଙ୍କୁ ପୁଲିସ ଅଟକ ରଖିଛି।

Advertisment

ତେବେ ଉଭୟଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ୧୦ ବର୍ଷ ହେଲା କଳହ ଲାଗିରହିଥିଲା। ପୂର୍ବରୁ ଏକାଧିକବାର କାଳିଆଙ୍କ ପରିବାର ଲୋକେ ଅକ୍ଷୟଙ୍କୁ ଆକ୍ରମଣ କରିଥିଲେ ବୋଲି ମୃତ ଅକ୍ଷୟଙ୍କ ପତ୍ନୀ କନକ ଅଭିଯୋଗ କରିଛନ୍ତି।

Murder For Accident Past Enemy
Advertisment
Advertisment