Advertisment

ଚର୍ଚ୍ଚାରେ ହୋଟେଲ୍‌ ସାଉଥ୍ ସିଟି: ଉଡୁଥିଲା ଟଙ୍କା, ଅଧ ରାତି ଯାଏ ଜମୁଥିଲା ନାଚଗୀତର ଆସର

ଚର୍ଚ୍ଚାରେ ଭୁବନେଶ୍ୱର ପାତ୍ରପଡ଼ାରେ ଥିବା ହୋଟେଲ ସାଉଥ୍ ସିଟି। ରାତିରେ ରଙ୍ଗୀନ ହେଉଥିଲା ଏହି ବାର୍ କମ୍ ରେଷ୍ଟୁରାଣ୍ଟ। ଉଡୁଥିଲା ଟଙ୍କା। ବିଳମ୍ବିତ ରାତି ଯାଏ ଜମୁଥିଲା ନାଚଗୀତର ଆସର।

author-image
Rajalaxmi Sahoo
South City Hotel In Bhubaneswar

South City Hotel In Bhubaneswar

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ଧିରେ ଧିରେ ଗୁମର ଫିଟୁ ଥିବାବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଗତ ଶନିବାର ରାତିରେ ମନୀଷ ସାଙ୍ଗମାନଙ୍କ ସହ ହୋଟେଲ୍‌ ସାଉଥ୍‌ ସିଟିକୁ ଯାଇଥିଲେ। ତେବେ ହୋଟେଲ୍‌ରେ ବିଲ୍ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ସହ ମନୀଷ ବଚସା ହୋଇଥିଲା ବୋଲି ସୂଚନା ମିଳିଛି। 

Advertisment

ଏସବୁ ଭିତରେ ଏବେ ଚର୍ଚ୍ଚାରେ ଅଛି ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ାରେ ଥିବା ହୋଟେଲ ସାଉଥ୍ ସିଟି। ରାତିରେ ରଙ୍ଗୀନ ହେଉଥିଲା ଏହି ବାର୍ କମ୍ ରେଷ୍ଟୁରାଣ୍ଟ। ଉଡୁଥିଲା ଟଙ୍କା। ବିଳମ୍ବିତ ରାତି ଯାଏ ଜମୁଥିଲା ନାଚଗୀତର ଆସର। କରୋନା କଟକଣା ସତ୍ତ୍ୱେ ବିଳମ୍ବିତ ରାତି ଯାଏ ବାର୍ ଚାଲୁଥିଲେ ମଧ୍ୟ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିଲା ? ଏହାର କାରଣ କ’ଣ ?  

ସୂଚନା ଅନୁସାରେ, ଏହି ବାର୍‌କୁ ଜଣେ ପୋଲିସ କର୍ମଚାରୀ ଚଳାଉଥିଲେ। ଲିଜ୍‌ରେ ନେଇ ସେ ଏହି ବାର୍‌କୁ ଚଳାଉଥିଲେ ବୋଲି ଚର୍ଚ୍ଚା ହେଉଛି। ଏ ଦିଗରେ ମଧ୍ୟ ବର୍ତ୍ତମାନ କମିଶନରେଟ ପୋଲିସ ଛାନ୍‌ଭିନ୍‌ କରୁଛି। 

Advertisment

ଅନ୍ୟପକ୍ଷେ, ଗତ ରବିବାର ଭୋର୍‌ ସମୟରେ ମନୀଷଙ୍କ ପାଖକୁ ୨ଟି ପର୍ଯ୍ୟାୟରେ ପରିବାର ଲୋକ ଅନ୍‌ଲାଇନ୍‌ରେ ଟଙ୍କା ପଠାଇ ଥିଲେ। ମାମଲାର ତନାଘନା ଭିତରେ ସାମ୍ନାକୁ ଆସିଛି ଏହି ତଥ୍ୟ। ଅସୁବିଧାରେ ପଡ଼ିଥିବା କହି ରବିବାର ଭୋରରେ ମନୀଷ ଘର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ। ଏବାବଦକୁ ସେ ଟଙ୍କା ମାଗିଥିଲେ। କିଛି ଲୋକେ ତାଙ୍କୁ ମାରପିଟ କରିବା ସହ ଟଙ୍କା ମାଗୁଥିବା କହିବା ପରେ ଘର ଲୋକେ ତାଙ୍କୁ ଟଙ୍କା ପଠାଇଥିଲେ।

Manish Anurag Navin Das Son's Death Case Manish Anurag Death Case Hotel South City
Advertisment
Advertisment