Advertisment

କେବେ ଖାଇଛନ୍ତି ‘ସିଝା ମାଛ ମସଲା’,ଆଜି ହିଁ ଘରେ ବନାନ୍ତୁ

ଘରେ ମାଛର ବିଭିନ୍ନ ପ୍ରକାର ରେସିପି ତିଆରି କରାଯାଏ । ଆଜି ଆମେ ମାଛର ଏକ ଦେଶୀ ଶୈଳୀରେ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ସିଝା ମାଛ ମସଲା’ । ଏହି ରେସିପିଟିକୁ ଆମେ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବା ।

author-image
Pallipuspa Samal
ଅଦ୍ୟତନ ହୋଇଛି
fish

fish

ଘରେ ମାଛର ବିଭିନ୍ନ ପ୍ରକାର ରେସିପି ତିଆରି କରାଯାଏ । ଆଜି ଆମେ ମାଛର ଏକ ଦେଶୀ ଶୈଳୀରେ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ସିଝା ମାଛ ମସଲା’ । ଏହି ରେସିପିଟିକୁ ଆମେ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

‘ସିଝା ମାଛ ମସଲା’ ବନେଇବା ପାଇଁ ସାମଗ୍ରୀ:

ମାଛ,ଲୁଣ,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,କଞ୍ଚାଲଙ୍କା,ଦହି,ପିଆଜ,ଗରମ ମସଲା ଗୁଣ୍ଡ,ପିଆଜ,ସୋରିଷ ବଟା,ଅଦା ଓ ରସୁଣ ବଟା,ତେଲ

Boiled Fish MasalaBoiled Fish Masala

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କଟା ମାଛକୁ ଭଲ ଭାବରେ ଧୋଇ ଦିଅନ୍ତୁ ।
  • ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ପକାନ୍ତୁ ।
  • ଏହାପରେ ସେଥିରେ ଅଦା-ରସୁଣ ବଟା, କଟା ପିଆଜ, ଧଳା ସୋରିଷ ବଟା ପକାନ୍ତୁ ।
  • ବସା ଦହି, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଅଧାଘଣ୍ଟା ପର୍ଯ୍ୟନ୍ତ ମ୍ୟାରିନେଟ୍‌ ହେବାକୁ ଛାଡ଼ି ଦିଅନ୍ତୁ ।
  • ପ୍ରାୟ ଅଧାଘଣ୍ଟା ପରେ ଚୁଲିରେ କଡ଼େଇରେ ଅଳ୍ପ ପାଣି ଦେଇ ଫୁଟାନ୍ତୁ ।
  • ଏହାପରେ ସେଥିରେ କିଛି ତେଲ ପକାନ୍ତୁ ।
  • ଏହାପରେ ସେଥିରେ ମ୍ୟାରିନେଟ୍‌ ହୋଇ ରହିଥିବା ମାଛକୁ ପକାଇ ଦିଅନ୍ତୁ ।
  • ଏହାପରେ ସେଥିରେ ଅଦା-ରସୁଣ ବଟା, ଗରମ ମସଲା ଗୁଣ୍ଡ, କଟା ପିଆଜ, ଗୋଟା କଞ୍ଚାଲଙ୍କା ପକାନ୍ତୁ ।
  • ଏହାପରେ ସେଥିରେ ଅଳ୍ପ ଲୁଣ ପକାଇ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ ।
  • ୧୦ ମିନିଟ୍‌ ପରେ ଘୋଡ଼ଣୀ ବାହାର କରି ମାଛ ପିସ୍‌ ଗୁଡ଼ିକୁ ଓଲଟାଇ ଦେଖି ନିଅନ୍ତୁ।
  • ଏହା ପରେ ଚୁଲିକୁ ବନ୍ଦ କରି ମାଛକୁ ଏକ ପାତ୍ରରେ କାଢ଼ି ଦିଅନ୍ତୁ।
  • ଏହାପରେ ଏହାକୁ ଏକ ପ୍ଲେଟକୁ କାଢି ଏହା ଉପରେ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ
Advertisment

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ସିଝା ମାଛ ମସଲା’। ଏହି ‘ସିଝା ମାଛ ମସଲା’ ରେସିପିକୁ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Odia Food And Recipes
Advertisment
Advertisment