ଶିକ୍ଷିତ ବେକାରୀ ଯୁବକ ଯୁବତୀଙ୍କ ପାଇଁ ସେଠୀ ସାର ସାହା ଭରସା । ବିନା ଦେୟରେ ସେ ୨୦ ବର୍ଷ ହେଲା ଆଶାୟୀଙ୍କୁ ଦେଇ ଆସୁଛନ୍ତି ଶାରୀରିକ ପ୍ରଶିକ୍ଷଣ । ଏହି ଟ୍ରେନିଂ ଯୋଗୁଁ ପ୍ରାୟ ୫ ହଜାରରୁ ଅଧିକ ଯୁବକ ଓ ଯୁବତୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିନରେ ସୁରକ୍ଷାକର୍ମୀ ଭାବେ ନିଯୁକ୍ତି ପାଇଛନ୍ତି । ଆସନ୍ତୁ ଦେଖିବା ସେଠୀ ସାରଙ୍କ କ'ଣ ରହିଛି ଫିଟନେସ୍ ମନ୍ତ୍ର ।
ବିନା ସ୍ୱାର୍ଥ, ବିନା ପାରିଶ୍ରମିକରେ ସେଠୀ ସାର୍ ଫିଜିକାଲ ଟ୍ରେନିଂ ଦେଉଛନ୍ତି । ତାଙ୍କ ଠାରୁ ଟ୍ରେନିଂ ପାଇ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଲେଣି ୫ ହଜାରରୁ ଅଧିକ ।