• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଧ୍ୟାନ ଦେଉନି ପ୍ରଶାସନ, ବାହାରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି ଲୋକେ

  • ବର୍ଷ ବର୍ଷ ଧରି ଶୌଚାଳୟରେ ଝୁଲୁଛି ତାଲା

ବାସୁଦେବପୁର(କିରୀଟି ଦାସ) : ସହର ବଜାରକୁ ଆସୁଥିବା ଜନସାଧାରଣଙ୍କୁ ଶୌଚ ପାଇଁ ହଇରାଣ ହେବାକୁ ପଡିବନି । ଆଉ ସେଥିପାଇଁ ସ୍ୱଚ୍ଛ ଭାରତ ଯୋଜନାରେ ଜନସାଧାରଣଙ୍କ ପାଇଁ ପାଇଖାନା ନିର୍ମାଣ କରାଯାଉଛି । ଲୋକମାନେ ହଇରାଣ ନହୋଇ ତଥା ବାହାର ମଇଳା ନକରି ସୁବିଧାରେ ଶୌଚ ହୋଇପାରିବେ । ହେଲେ ସହକାରଙ୍କ ଏହି ଲୋକାଭିମୁଖି ଯୋଜନା କିନ୍ତୁ ଯୋଜନାରେ ରହି ଯାଇଛି । ସହରର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ଶୌଚାଳୟ ତିଆରି ହେବା ପର ଠାରୁ ତାଲା ଝୁଲୁଛି, ଯାହାକୁ ନେଇ ପୌର ପ୍ରଶାସନର କେବେବି ଦୃଷ୍ଟି ପଡୁାହିଁ । 

ବାସୁଦେବପୁର ପୌରପାଳିକାର ଥାନା ପରିସରରେ ୩ ଲକ୍ଷ ୮୮ ହଜାର ୪୧୧ ଟଙ୍କା ବ୍ୟୟ କରାଯାଇ ୨୦୧୯ମସିହାରେ ନିର୍ମାଣ କରାଯାଇଥିଲା  ଶୌଚାଳୟ । ପୁରୁଷ ମହିଳା ମାନଙ୍କ ପାଇଁ ଅଲଗା ଅଲଗା କୋଠରୀ ମଧ୍ୟ ନିର୍ମାଣ କରାଯାଇଛି । ହେଲେ ଘର ନିର୍ମାଣ ପରେ ପାଣି ପାଇଁ ଆଜିଯାଏ ଶୌଚାଳରେ ବ୍ୟବସ୍ଥା କରାଯାଇ ପାରିଲା ନାହିଁ । ପାଣି ବ୍ୟବସ୍ଥା ନଥିବାରୁ ଯିଏବି ଶୌଚ ହେବାକୁ ଚାହୁଁଛି ଯାଇ ପାରୁନି । ଫଳରେ କିଛି ଲୋକ ଶୌଚାଳୟ ବାହାରେ ମଧ୍ୟ ଶୌଚ ହେଉଛନ୍ତି । ଏହି ଅବ୍ୟବସ୍ଥାକୁ ନେଇ ଜନସାଧାରଣ ପୌର ପ୍ରଶାସନକୁ ଦୋଷାରୋପ କରୁଛନ୍ତି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାଇଖାନା କି କାମରେ ଲାଗୁଛି ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । ରଙ୍ଗ ବେରଙ୍ଗର ଶୌଚାଳୟ ହୋଇଛି ହେଲେ ଲୋକଙ୍କ ସେବାରେ ଲାଗୁନି ।

ପାଖାପାଖି ସମାନ ବ୍ୟୟ ଅଟକଳରେ ସହର ମଧ୍ୟରେ ଥିବା ଆହାର କେନ୍ଦ୍ର ପରିସରରେ ନିର୍ମାଣ ହୋଇଛି ଆଉ ଏକ ଶୌଚାଳୟ । ୨୦୧୯ ଅକ୍ଟୋବରରେ ଏହି କାମ ଆରମ୍ଭ ହୋଇ ସେହ ିବର୍ଷ ଡିସେମ୍ବରରେ ଶେଷ ହୋଇଥିଲା ।  ଲକ୍ଷ୍ୟଥିଲା ଆହାର କେନ୍ଦ୍ରକୁ ଆସୁଥିବା ଜନସାଧାରଣ ସୁବିଧାରେ ଶୌଚ ହୋଇପାରିବେ । ଜନସାଧାରଣଙ୍କ ପାଇଁ ନିର୍ମାଣ ହୋଇଥିବା ଏହି ପାଇଖାନା କାମରେ ଲାଗିପାରୁନି । ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ପାଇଖାନାରେ ତାଲାଝୁଲୁଛି । ଆହାର କେନ୍ଦ୍ରକୁ ଆସୁଥିବା ଜନସାଧାରଣ ଅବସ୍ଥାକୁ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି । 

ଆବଶ୍ୟକ ସ୍ଥଳେ ପଦାମାଳରେ ଶୌଚ ହେଉଥିବା କହୁଛନ୍ତି । ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ଶୌଚାଳୟର ମଧ୍ୟ ସମାନ ଅବସ୍ଥା । କେଉଁଠି ପାଣିର ବ୍ୟବସ୍ଥା ନାହିଁ ଆଉ କେଉଁଠି ତାଲା ପଡିଛି । ତେବେ ସମସ୍ୟା ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ କହିଛନ୍ତି, ଯାହା ସମସ୍ୟା ରହିଛି ନିଶ୍ଚିତ ଦୃଷ୍ଟି ଦିଆଯିବ । ପାଣିର ବ୍ୟବସ୍ଥା ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ଚିଠି କରାଯାଇଛି । ଖବୁ କମ ଦିନ ମଧ୍ୟରେ ସମାଧାନ ହୋଇଯିବ ।