• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଟଙ୍କା ମାଗିବା ପୂର୍ବରୁ ଅଡିଟ, ୟୁସି ଦିଅନ୍ତୁ ରାଜ୍ୟ ସରକାର: ଅପରାଜିତା ।

  • ରିପୋର୍ଟ ଦେବାର ୫ ଦିନ ଭିତରେ ଟଙ୍କା ପାଇଛନ୍ତି ସରକାର ।

ରାଜ୍ୟ ସରକାରଙ୍କୁ ନିୟମ କାନୁନ ମାନିବାକୁ ପରାମର୍ଶ ଦେଲେ ଅପରାଜିତା । କହିଲେ ନିୟମ ମାନି ଚଳିଲେ ଟଙ୍କା ଠିକ୍‌ ସମୟରେ ଆସିବ । କେନ୍ଦ୍ର ସରକାରଙ୍କଠାରୁ ଟଙ୍କା ଆଣିବା ପରେ ଖର୍ଚ୍ଚର ହିସାବ ଦେବା ବି ଜରୁରୀ । ଅଡିଟ୍ ରିପୋର୍ଟ ଓ ଟଙ୍କା ବିନିଯୋଗ ପ୍ରମାଣପତ୍ର ଯେତେ ଶୀଘ୍ର ଦେବେ ସେତେ ଶୀଘ୍ର ଟଙ୍କା ପାଇବେ ବୋଲି ପରୋକ୍ଷରେ ସୂଚାଇଛନ୍ତି ଅପରାଜିତା ।

ମନରେଗା ଯୋଜନାରେ ପାଣ୍ଠି ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ କେନ୍ଦ୍ରକୁ ଚିଠି ଲେଖିଥିଲେ । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ଏଭଳି ଚିଠି ଲେଖିବା ଭଲ କଥା । ସବୁ ରାଜ୍ୟର ହକ୍‌ ଅଛି କେନ୍ଦ୍ର ଆଗରେ ନିଜ ଦାବି ରଖିପାରିବେ । କିନ୍ତୁ ଚିଠି ଲେଖିଲେ ହେବନି । ଖର୍ଚ୍ଚର ରିପୋର୍ଟ ମଧ୍ୟ ଦେବାକୁ ପଡ଼ିଥାଏ । ଓଡ଼ିଶା ସରକାର ରିପୋର୍ଟ ନଦେଇ ଟଙ୍କା ପାଇଁ ଚିଠି ଲେଖୁଛନ୍ତି । ଏଭଳି ଚିଠି ଲେଖି ପ୍ରଚାର କରିବା ଅପେକ୍ଷା ନିୟମ ଅନୁସାରେ ସଠିକ୍‌ ସମୟରେ ସବୁ ରିପୋର୍ଟ କେନ୍ଦ୍ରକୁ ପଠାନ୍ତୁ । ତେବେ ଟଙ୍କା ଆସିବାରେ ବିଳମ୍ବ ହେବ ନାହିଁ । 

ସେ ଆହୁରି କହିଛନ୍ତି ଟଙ୍କା ମାଗିବା ପୂର୍ବରୁ ଅଡିଟ୍ ଓ ବିନିଯୋଗ ପ୍ରମାଣପତ୍ର ଦେବାକୁ ହୋଇଥାଏ । ମନରେଗା ଯୋଜନାର ନିୟମ ଅନୁସାରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟ ସରକାର ଅଡିଟ୍ ଓ ବିନିଯୋଗ ପ୍ରମାଣପତ୍ର ଦେବା କଥା । ହେଲେ ରାଜ୍ୟ ସରକାର ଏହା ପ୍ରଦାନ ନ କରି ଟଙ୍କା ମାଗୁଥିବା ଅପରାଜିତା ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି ଗତ ୧ ତାରିଖ ସଂଧ୍ୟାରେ ଓଡ଼ିଶା ସରକାର କେନ୍ଦ୍ରକୁ ରିପୋର୍ଟ ଦେଇଥିଲେ । ଆଉ ରିପୋର୍ଟ ଦେବାର ମାତ୍ର ୫ ଦିନ ମଧ୍ୟରେ ଟଙ୍କା ରିଲିଜ ହୋଇଗଲା । ରିପୋର୍ଟ ପାଇବାର ୫ ଦିନ ଭିତରେ କେନ୍ଦ୍ର ସରକାର ୮୪୭ କୋଟି ଟଙ୍କା ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଥିବା ଅପରାଜିତା କହିଛନ୍ତି । ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ମଧ୍ୟ ନୀତି ନିୟମ ମାନନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।