• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 07 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ଏଣିକି ପେଟ ଚିରା ହେବନି, ଏଣ୍ଡୋସ୍କୋପିରେ ହେବ ଅପରେସନ୍

ଓଡ଼ିଶାରେ ପ୍ରଥମଥର ପାଇଁ ଏସସିବି ମେଡିକାଲରେ ମାଗଣାରେ ଜଣେ ରୋଗୀ ଏହି ରୋଗର ଚିକିତ୍ସା କରିପାରିବେ। ଆଜି ପ୍ରଥମ ଦିନରେ ତିନିଜଣ ରୋଗୀଙ୍କର ଆକାଲିସା କାଡିଆ ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇଛି। More
  • Chandan Shishu
  • 3 years ago

ବିଧାନସଭା ନିର୍ବାଚନରେ ବିଜୟୀ ହେବାକୁ ମୋଦି ଦେଲେ ଗୁରୁମନ୍ତ୍ର

ୟୁପି ସମତେ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କେମିତି ହେବ ବାଜିମାତ୍? କେରଳ, ତାମିଲନାଡୁ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ କିଭଳି କ୍ଷମତାକୁ ଆସିବ ଦଳ? ଏ ମୁଖ୍ୟ ଦୁଇ ଚିନ୍ତନ ସହ ବିବିିଧ ରାଜନୈତିକ ପ୍ରସଙ୍ଗ ନେଇ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। More
  • Chandan Shishu
  • 3 years ago

ଗୁଣ୍ଡାଙ୍କୁ ସାବାଡ୍ କରିବାକୁ କଡ଼ା ଆଇନ୍ ଆଣିବେ ରାଜ୍ୟ ସରକାର

ବିଗତ କିଛି ଦିନ ଧରି ବଢି ଚାଲିଥିବା ଗୁଣ୍ଡାଗିରି ବି ପୋଲିସ୍ ପାଇଁ ସାଜିଛି ମୁଣ୍ଡ ବିନ୍ଧାର କାରଣ। ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ଏମିତିକି ଅପରାଧୀକୁ କୌଣସି ସରକାରୀ ଅଧିକାରୀ ସାହାଯ୍ୟ କରିଥିବା ଜଣାପଡିଲେ ଏହାକୁ ଗୁରୁତ୍ୱର ସହ ନେଇ ଦିଆଯିବ ଦଣ୍ଡ। More
  • Chandan Shishu
  • 3 years ago

ଦିବ୍ୟଶଙ୍କରଙ୍କ ହୋମ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ

ବିଜେଡିର ମିଶ୍ରଣ ପର୍ବରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଣହୁଙ୍କାର ଦେଇଛନ୍ତି। ବିରୋଧୀ ଦଳମାନେ କେବଳ ମିଛ କଥା କହୁଥିବା ଅଭିଯୋଗ ଆଣି, ଯଦି କିଛି ତଥ୍ୟ ପ୍ରମାଣ ଅଛି ତେବେ କୋର୍ଟରେ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେପଟେ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜ୍ ସେୟାର କରିବେ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି More
  • Satyendu Shekher Mishra
  • 3 years ago

ଏଠି ମିଳେ ଭେରାଇଟି ଦେଶୀ ମଦ ! ଚିନି ମଦ, ସଲପ, ଗୁଡ଼ ମଦ, ଆଉ ପାଖରେ ଦେଶରେ ଚାଖଣା ବି...

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଥିବା ପଣଷପୁଟ ହାଟରେ ସପ୍ତାହକୁ ଥରେ ମଦ ପସରା ଧରି ଏକାଠି ହୁଅନ୍ତି ଆଦିବାସୀ । More
  • Satyendu Shekher Mishra
  • 3 years ago

ପ୍ରଶାନ୍ତଙ୍କ ଶକ୍ତି ପ୍ରଦର୍ଶନ, ବିଜେଡିରୁ ନିଲମ୍ବନ ପରେ ବି ଦଳୀୟ ପତାକା ସହ ବିଶାଳ ରାଲି

ଦଳରୁ ନିଲମ୍ବନ ହେବା ପରେ ବି ଦଳୀୟ ପତାକା ସହ ଏବଂ ଦଳର କର୍ମୀଙ୍କ ସହ ରାଲି କରିଛନ୍ତି ବିଧାୟକ । ଖାଲି ସେତିକି ନୁହେଁ, ବିଧାୟକଙ୍କ ଏହି ବାଇକ ରାଲି ଓ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦଳର ଶହ ଶହ କର୍ମୀ । More
  • Otv Khabar Bureau
  • 3 years ago

କୂଅରୁ ଉଦ୍ଧାର ହେଲା ବିରାଟ ଅହିରାଜ

ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜଙ୍ଗଲି ପ୍ରାଣୀ ଉଦ୍ଧାର କରାଯାଇଛି । ବାରିପଦାରୁ ଅହିରାଜ ସାପ ଉଦ୍ଧାର ହୋଇଥିବାବେଳେ ପୁରୀ ସାତପଡ଼ାରୁ ବାରହା ଉଦ୍ଧାର ହୋଇଛି । More
  • Satyendu Shekher Mishra
  • 3 years ago

ମମିତାଙ୍କ ପରିବାର ଉପରେ ପଡ଼ୁଛି ଭୀଷଣ ଚାପ, ତେଣୁ ଚୁପ୍‌ ରହିବାକୁ ହେଉଛନ୍ତି ବାଧ୍ୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରହିଥିବା ବେଳେ ଏହି ମାମଲାକୁ ଯେନତେନ ହାଲୁକା କରିବାକୁ ଚେଷ୍ଟା କରାଯାଇଛି । ତେଣୁ ତାଙ୍କ ପରିବାର ପରେ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ କରି ପରିବାର ଲୋକଙ୍କ ମତ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି ଜୁଏଲ ଅଭିଯୋଗ କରିଛନ୍ତି । More
  • Satyendu Shekher Mishra
  • 3 years ago

ଉଗ୍ର ରୂପ ନେଲା ଗୋଷ୍ଠି କନ୍ଦଳ, ଫୁଟିଲା ୨୦ରୁ ଅଧିକ ବୋମା

ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ଏଭଳି ବୋମାମାଡ଼ ହୋଇଛି । ଗୋଷ୍ଠି କନ୍ଦଳ ଯୋଗୁଁ ଏଭଳି ଘଟଣା ଘଟିଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ୍ୱ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । More
  • Prangyan Parimita
  • 3 years ago

ରାଜଧାନୀରେ ଉତୁପାତିଆଙ୍କ ଆତଙ୍କ : KBN ଗ୍ରୁପର ଭିଡିଓ ପୁଣି ଭାଇରାଲ୍, ମାଉଜର୍ ଧରି ଫାଙ୍କାରେ ଗୁଳିଚାଳନା କରୁଛନ୍ତି ଯୁବକ

ରାଜଧାନୀ ଛାତିରେ ଆତଙ୍କ ମଚାଇଛନ୍ତି କେବିଏନ୍ ଗ୍ରୁପ୍ । ବେଫିକର୍...ନା କାହାକୁ ଅଛି ଡର, ନା କାହା ପ୍ରତି ଭୟ । More
  • Rajalaxmi Sahoo
  • 3 years ago

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗାଡ଼ିକୁ ଅଣ୍ଡାମାଡ଼

ମମିତା ମେହେର ହତ୍ୟା ମାମଲାରେ ରାଜନୀତି ଦିନକୁ ଦିନ ତେଜିବାରେ ଲାଗିଛି। ଏଥିସହ ଏହି ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ଜୋର ଧରିଛି। ଏସବୁ ଭିତରେ ଆଜି ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି।  More
  • Prangyan Parimita
  • 3 years ago

ଖରାପ ରାସ୍ତା ପାଇଁ ଗଲାଣି ଅନେକ ଧନଜୀବନ : ଭୋଟ ବର୍ଜନ ଧମକ ଦେଲେ ଗାଁ ଲୋକ

ରାସ୍ତାକୁ ନେଇ ତାତିଲେ ଜନତା..ନିର୍ବାଚନ ଆସିଲେ.. ନେତା ଆସୁଛନ୍ତି.. ପ୍ରତିଶ୍ରୁତି ମିଳୁଛି..ହେଲେ ନିର୍ବାଚନ ସରିଲେ ଜନତାଙ୍କ କଥା ଭୁଲିଯାଉଛନ୍ତି..ଏଥର କିନ୍ତୁ ବହୁତ ହେଇଗଲା.. More
  • Prangyan Parimita
  • 3 years ago

ଇନ୍ଦ୍ରାଣୀଝରଣ ଗାଁରେ ସହରାଇ ପର୍ବ ଆୟୋଜିତ

ଦେବଗଡ଼ ଜିଲ୍ଲା ବାରକୋଟ ଇନ୍ଦ୍ରାଣୀଝରଣ ଗାଁରେ ଉତ୍ସାହ ଉଦ୍ଦୀପନାର ସହ ସହରାଇ ପର୍ବ ଆୟୋଜିତ ହୋଇଯାଇଛି । କରୋନା କଟକଣା ବିତରେ ମୁଣ୍ଡାରି ଆଦିବାସୀ ସଂପ୍ରଦାୟର ଲୋକେ ନିଜର ପାରମ୍ପରିକ ରୀତିନୀତିରେ ପୂଜା ପାଳନ କରିଛନ୍ତି । ତିନିଦିନ ଧରି ହୋଇଥିବା ପାଳନ ହୋଇଥିବା ପର୍ବରେ ଗୋ ପୂଜନ କରାଯଇଛି । ଏହାସହ କୁକୁଡା ବଳି, ହାଣ୍ଡିଆ ପାନ ସାଙ୍ଗକୁ ସମୂହ ନୃତ୍ୟ ପରିବେଷଣ କରାଯାଇଥିଲା । ଦୀପାବଳି ପୂର୍ବ ଦିନରୁ ଆରମ୍ଭ ହୋଇଥିବା ଏହି ପର୍ବ ଉଦଯାପିତ ହୋଇଛି । ପୂଜା ପାଇଁ ଗୁହାଳକୁ ସଫାସୁତୁରା କରାଯାଇ ଗାଈଗୋରୁଙ୍କୁ ପ୍ରଥମ ଦୁଇ ଦିନ ତେଲ ମାଲିସ କରାଯାଏ । ଆଉ ଦିପାବଳୀ ପର ଦିନ ମହୁଲ ଖୁଣ୍ଟି ପୂଜା କରାଯାଏ ଏହାପରେ ପୂଜା କରାଯାଇଥାଏ ।

  • Prangyan Parimita
  • 3 years ago

ପୋଲିସ ଡିଜି ଅଭୟ ଆଜି ଦିନିକିଆ ନୂଆପଡ଼ା ଗସ୍ତ କରିଛନ୍ତି

ପୋଲିସ ଡିଜି ଅଭୟ ଆଜି ଦିନିକିଆ ନୂଆପଡ଼ା ଗସ୍ତ କରିଛନ୍ତି । ନୂଆପଡ଼ା ପହଞ୍ଚିବା ପରେ ଏସପି ଅଫିସରେ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ଆଇନଶୃଙ୍ଖଳା ବ୍ୟବସ୍ଥା ସଂପର୍କରେ ଜାଣିଥିଲେ । ଏହାପରେ ମାଓ ପ୍ରଭାବିତ ସୁନାବେଡ଼ା ଅଭୟାରଣ୍ୟ ସିଆରପିଏଫ୍ କ୍ୟାଂପ ବୁଲି ଦେଖିଛନ୍ତି ଡିଜିପି । ଅଭୟାରଣ୍ୟ ଉପରେ ଏରିଏଲ୍ ସର୍ଭେ କରିବା ସହ ଛତିଶଗଡ଼-ଓଡ଼ିଶା ସୀମାରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି ।

  • Prangyan Parimita
  • 3 years ago

ଗାଁ ଭିତରେ ବୁଲୁଛି ଭାଲୁ

ଗାଁ ଭିତରେ ବୁଲୁଛି ଭାଲୁ । ନୂଆପଡ଼ା ସିନାପାଲ୍ଲି ବ୍ଲକ ଫୁରଶୁଣ୍ଡ ଗାଁରେ ବୁଲୁଛି ଭାଲୁ । ଜଙ୍ଗଲି ଭାଲୁକୁ ଗାଁ ଭିତରେ ଦେଖିବା ପରେ ଲୋକେ କିଛି ସମୟ ପାଇଁ ଆତଙ୍କୀତ ହୋଇପଡ଼ିଥିଲେ । ଭାଲୁଟି ଗାଁ ସ୍କୁଲ ଓ ଲୋକଙ୍କ ଘର ପାଖକୁ ଆସିଯିବା ଯୋଗୁଁ ଏବେ ସ୍ଥିତି ବିଗିଡ଼ି ଯାଇଛି । ବନ ବିଭାଗ ଟିମକୁ ଏସମ୍ପର୍କରେ ଖବର ଦିଆଯାଇଛି ।

  • Prangyan Parimita
  • 3 years ago

କେନ୍ଦୁଝର ଆନନ୍ଦପୁର ଉପଖଣ୍ଡରେ ସିରିଜ୍ ଦୁର୍ଘଟଣା

କେନ୍ଦୁଝର ଆନନ୍ଦପୁର ଉପଖଣ୍ଡରେ ସିରିଜ୍ ଦୁର୍ଘଟଣା । ଭିନ୍ନ ଭିନ୍ନ ତିନିଟି ଦୁର୍ଘଟଣାରେ ଯାଇଛି ତିନି ଜଣଙ୍କ ଜୀବନ । ଘଷିପୁରା ଥାନା ଜାତୀୟ ରାଜପଥ ଧକୋଠା ଛକରେ ଭାରସାମ୍ୟ ହରାଇ ଦୁର୍ଘଟଣା ଶିକାର ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ସେହିଭଳି ସିଲକାବେଡ଼ା ଛକରେ ବାଇକ୍ ଦୁର୍ଘଟଣାରେ ସ୍ଥାନୀୟ ସାତକୋଶିଆ ଅଞ୍ଚଳର ଦାମୋଦର ଲିଆଙ୍କିଙ୍କ ମୃତ୍ୟୁ । ଅନ୍ୟପଟେ ଜଞ୍ଜାଳି ଗାଁରେ ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

  • Prangyan Parimita
  • 3 years ago

ଡୁମୁରିବାରି ଗାଁର ଯୁବକଙ୍କୁ ହତ୍ୟା ଘଟଣା : ୫ ଗିରଫ

କୋରାପୁଟ ଜିଲ୍ଲା ହାତୀବାରି ପଞ୍ଚାୟତ ଡୁମୁରିବାରି ଗାଁର ଯୁବକଙ୍କୁ ହତ୍ୟା ଘଟଣାରେ ପାଡୁଆ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ତେବେ ଏଥିରେ ସଂପୃକ୍ତ ଆଉ ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଯୁବ ଠିକାଦାର ମୋହନ ଦାସ ଗତ ମାର୍ଚ୍ଚ ୧୩ରେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକେ ପାଡୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଥିଲା । ତଦନ୍ତବେଳେ ଗାଁ ପାଖ ସାନବାରି ପାହାଡ଼ରେ ମାଟିତଳୁ ମୃତଦେହ ଉଦ୍ଧାର କରାଯାଇଥିଲା । ଶିବ ଖରା ନାମକ ଜଣେ ବ୍ୟକ୍ତି ସୁପାରୀ ଦେଇ ମୋହନଙ୍କୁ ହତ୍ୟା କରାଇଥିବା ଅଭିଯୋଗ ହୋଇଥିଲା । ତେବେ ହତ୍ୟାରେ ସଂପୃକ୍ତ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ଏହାସହ ହତ୍ୟାରେ ବ୍ୟବହୃତ ଶାବଳ ଓ ଲୁହା ରଡ଼ ଜବତ କରିଛି ପୋଲିସ ।

  • Prangyan Parimita
  • 3 years ago

ମେଡ଼ିକାଲରେ ବେଡ୍ ଅଭାବ ! ବାରଣ୍ଡାରେ ଏଣେ ତେଣେ ଗଡୁଛନ୍ତି ରୋଗୀ

ସମସ୍ୟା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ । ବେଡ୍ ଅଭାବରୁ ଚଟାଣରେ ଚାଲିଛି ରୋଗୀଙ୍କ ଚିକିତ୍ସା More

  • Prangyan Parimita
  • 3 years ago

ଝଲସୁଛି ଆଇଟିଆଇ କଲେଜ ପରିସର : ଲୋକଙ୍କ ମନ ଜିଣୁଛି ଗ୍ରାର୍ସ ଆର୍ଟ ସାଙ୍ଗକୁ ସ୍କ୍ରାପ ନିର୍ମିତ ପ୍ରତିକୃତି

୪୦ଫୁଟର ଜିରାଫ, ୬୦ଫୁଟର ଗିଟାର ସାଙ୍ଗକୁ ଆଇରନ୍ ମ୍ୟାନ୍, ପ୍ରିଡେଟର ଭଳି ବହୁ ପ୍ରତିକୃତି । ଆଇଟିଆଇ କଲେଜ୍ ପରିସରରୁ ବାହାରୁଥିବା ତଥା ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ସ୍କ୍ରାପ୍ ଜିନିଷରୁ ଯେଭଳିକି ଆଇରନ୍ ରଡ, ଟିଣ ଚଦର, ଗାଡ଼ିର ସ୍କ୍ରାପରୁ ପ୍ରତିକୃତି ତିଆରି କରାଯାଉଛି । More

  • Prangyan Parimita
  • 3 years ago

କାନପୁର ଗାଁ ପାଇଁ ଶାଳନ୍ଦୀ ନଦୀ ଦୁଃଖ : ଗାଁରେ ରହିବାକୁ ଭୟ କରୁଛନ୍ତି ଲୋକେ, ଶୋଇଥିବା ସମୟରେ ଛାତିରେ ପଶୁଛି ଛନକା

ଘର ନିକଟରେ ଭୂସ୍ଖଳନ ହେଉଛି । ଶାନ୍ତିରେ ଶୋଇପାରୁ ନାହାନ୍ତି ଲୋକେ । କାଳେ ମାଡ଼ି ଆସିବ କାଳନ୍ଦୀ . . More

  • Prangyan Parimita
  • 3 years ago

ବିଷ ବଳୟରେ ଦେଶର ରାଜଧାନୀ : ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି ଦିଲ୍ଲୀବାସୀ

ଅମାନିଆ ଲୋକଙ୍କ ପାଇଁ ରାଜଧାନୀ ଦିଲ୍ଲୀରେ ବଢ଼ିଛି ପ୍ରଦୂଷଣ । ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ । ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାଣ ଫୁଟା ଯାଇଥିଲା, ଲୋକେ କଟକଣା ମାନିନଥିଲେ । More

  • Prangyan Parimita
  • 3 years ago

ଭାରତ ଛାଡି ଲଣ୍ଡନରେ ରହିବେ କି ମୁକେଶ ଅମ୍ବାନୀଙ୍କ ପରିବାର? ସ୍ପଷ୍ଟୀକରଣ ରଖିଲା ରିଲାଏନ୍ସ

ଆଣ୍ଟିଲିଆ ଭଳି ବିଳାସମୟ ଘର ଛାଡି ଲଣ୍ଡନ ଚାଲିଯିବେ କି ଅମ୍ବାନୀଙ୍କ ପରିବାର ? ଖବର ପଛର ସତ୍ୟତା କ’ଣ ? More

  • Prangyan Parimita
  • 3 years ago

Daily Horoscope, 7 Nov 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ଦିନଟି ଭଲରେ ଅତିବାହିତ ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ସହିବାର ସମ୍ଭାବନା । ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହୋଇପାରେ । More

  • Prangyan Parimita
  • 3 years ago

ଦେଶର ଭବିଷ୍ୟତଙ୍କୁ ଷୁଷ୍ଟିକର ଖାଦ୍ୟ ନାରେ ମିଳୁଛି ପୋକରା ଅଣ୍ଡା : ଅସନ୍ତୋଷ ଜାହିର କଲେ ଅବିଭାବକ

ପିଲାଙ୍କୁ ଷୁଷ୍ଟିକର ଖାଦ୍ୟ ବଦଳରେ ମିଳିଲା ପୋକ ସାଲୁବାଲୁ ଅଣ୍ଡା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମନୋହର ପୁର ଗାଁରେ ଏଭଳି ଘଟଣା ଘଟିଛି । More

  • Prangyan Parimita
  • 3 years ago

ଶବ ବିନା ଜଳିଲା ଜୁଇ : ନିଖୋଜର ୩୬ ବର୍ଷ ପରେ ପ୍ରତୀକାତ୍ମକର ଶବର ସତ୍କାର କରେ ପରିବାର ଲୋକ

ଆପଣ ଅନେକ ଅନ୍ତେଷ୍ଟିରେ ସାମିଲ ହୋଇଥିବେ। କ୍ରିୟାକର୍ମ ବି ଦେଖିଥିବେ। ହେଲେ ଏମିତିକା ଶୁଦ୍ଧିକ୍ରିୟା କେବେ ହେଲେ ଦେଖି ନଥିବେ ବି ଶୁଣି ନଥିବେ। ଶବ ନଥାଇ ମଶାଣି ଯାଇଥିଲା କୋକେଇ। ହେଲେ ଏମିତି କାହିଁକି ହେଲା ଜାଣନ୍ତୁ More

  • Satyendu Shekher Mishra
  • 3 years ago

ସାବାଡ଼ ହେବେ ବଦ୍‌ମାସ, ଗୁଣ୍ଡାଗିରିକୁ ବ୍ରେକ୍‌ ଦେବା ପାଇଁ ଆସିବ ନୂଆ ନିୟମ

ଗୁଣ୍ଡା, ଅସାମାଜିକ ବ୍ୟକ୍ତି ଏବଂ ସଂଗଠିତ ଅପରାଧୀଙ୍କ ବିରୋଧରେ ଏହି ବିଲ୍ ଆସିବ । ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦଣ୍ଡିତ କରିବାକୁ ଏଥିରେ ବ୍ୟବସ୍ଥା ରହିଛି । More

  • Satyendu Shekher Mishra
  • 3 years ago

DRDO ହନିଟ୍ରାପ୍‌ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ...

ମୁମ୍ବାଇର ୨ ଯୁବକଙ୍କ ୨ଟି ଆକାଉଣ୍ଟ ନମ୍ବର ଦେଇ ମାଗିଥିଲେ ୪୦ ହଜାର ଟଙ୍କା । ସେହି ଅନୁସାରେ ଅଭିଯୁକ୍ତ ଜଣକ ୨୦୨୧ ଏପ୍ରିିଲ୍ ୧୮ରେ ୨ଟି କିସ୍ତିରେ ଅନଲାଇନ୍ ପେମେଣ୍ଟ କରିଥିଲା । More

  • Otv Khabar Bureau
  • 3 years ago

ଦୃଢ ଇଚ୍ଛା ଶକ୍ତି ଆଗରେ ମୁଣ୍ତ ନୁଆଁଇଛି ଗରିବୀ

ପେଟର ଭୋକକୁ ମାରି, ସ୍ୱପ୍ନ ପୂରା କରିବାର ଭୋକକୁ ମେଣ୍ଟାଇବା ଅନେକଙ୍କ ପାଇଁ ସହଜ ହୋଇନଥାଏ । ଆଉ ଏହାକୁ ଯେଉଁମାନେ ସମ୍ଭବ କରି ଦେଖାନ୍ତି, ସେମାନଙ୍କୁ ମେଧାବୀ, ପ୍ରତିଭାବାନ ଅବା ଯୋଦ୍ଧା କୁହାଯାଏ । ସେଭଳି କିଛି ଦୃଶ୍ୟ ଓଡିଶାର ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ନିଟ୍ କୃତକାର୍ଯ୍ୟ ହୋଇ ଡାକ୍ତର ହେବାକୁ ଯାଉଥିବା ସମ୍ବଲପୁର ଓ ଭଦ୍ରକର ସେହିଭଳି ଦୁଇ ଗରିବ ଯୁବ ପ୍ରତିଭା More

  • Satyendu Shekher Mishra
  • 3 years ago

ହଟହଟା ବିଜେଡି ନେତା, ସବୁଆଡ଼େ କଳାପତାକା ଦେଖାଇ ବିରୋଧ..!

ସୁଦାମ ମାରାଣ୍ଡିଙ୍କର ରାଜସ୍ୱ ସମୀକ୍ଷା ବୈଠକ ଢେଙ୍କାନାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଥିଲା । ସର୍କିଟ ହାଉସଠାରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷକୁ ଯିବା ରାସ୍ତାରେ କଳାପତାକା ଦେଖାଇଥିଲେ ୪ ଯୁବକ । More

  • Satyendu Shekher Mishra
  • 3 years ago

ବଦଳିବ ପଞ୍ଚାୟତ ନିର୍ବାଚନ ଚିତ୍ର; ମିଳିବନି ମଦ, ବଢ଼ିପାରେ ଭୋଟ ଗ୍ରହଣ ସମୟ

ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ତତ୍ପରତା । ଆସନ ସଂରକ୍ଷଣର ତାଲିକା ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହେବାପରେ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଜୋରଦାର କସରତ । More