
ଆପଣ କେବେ ଭୁବନେଶ୍ୱରର ସାହି ରାସ୍ତାରେ ଯାଇଛନ୍ତି ? ମୁଖ୍ୟ ରାସ୍ତା ଚକାଚକ୍ କିନ୍ତୁ ଏଠି ସାହି ଭିତରକୁ ପଶିଲେ ଅସଲ ସ୍ମାର୍ଟ ସିଟିର ଚେହେରା ପଦାରେ ପଡ଼ିଯିବ। କେଉଁଠି ଖାଲଖମା ତ ପୁଣି କେଉଁଠି ପାଚେରି ଉପରେ ବିପଦସଙ୍କୁଳ ଅବସ୍ଥାରେ ଯା’ଆସ କରୁଛନ୍ତି ଲୋକେ।
ଠିକାଦାରଙ୍କୁ ଦାଦା ବଟି ମାଗିଲେ ଓ ତା’ପରେ ବୋମାମାଡ଼ କଲେ। ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟି ନେଲେ।
ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୭.୦୭ ଗତେ ବିଛା । ତିଥି- ୧୦ମୀ ଦିବା ୦୨.୫୧ ଗତେ ୧୧ଶୀ । ଆଜି ଆପଣ କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି କି ? ଜାଣିନିଅନ୍ତୁ ସମୟ....
ମାତ୍ର ୧୦ ହଜାର ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଲା ଜନ୍ମ କଲା ମା’।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ମହାମହିମ୍ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିତିଗଲାଣି ୨୪ ଘଣ୍ଟା । ଆଇନଜୀବୀ ଓ କଟକ ବାସିନ୍ଦାଙ୍କ ତୀବ୍ର ଅସନ୍ତୋଷ ଆଉ ସମାଲୋଚନା ପରେ ବି ଷ୍ଟାଡ଼ିୟମ ଛାତର ଅବସ୍ଥା ଯଥା ପୂର୍ବଂ ତଥା ପରଂ ।
ଯୋଜନାରେ ଚାଷୀଙ୍କୁ ଆଜି ୨ ହଜାର ଟଙ୍କା ଲେଖାଁଏ ସହାୟତା ମିଳିଥିବା ବେଳେ ଏହାକୁ ନେଇ ତେଜିଛି ରାଜନୀତି ।
ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପ୍ରତିବର୍ଷ ଏକାସଙ୍ଗେ ଅନୁଷ୍ଠିତ ହେବ। ତେବେ ବିସ୍ତୃତ ପରୀକ୍ଷା କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି କହିଛି ବୋର୍ଡ।
ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ନିବିଡ଼ତା ସଂପର୍କରେ ବି ସେ ବଖାଣିଥିଲୋ। ଏହା ପୂର୍ବରୁ ସେ ସେଣ୍ଟର ପରିସରରେ ଏକ ଆମ୍ବ ଚାରା ରୋପଣ କରିଥିଲେ ।
ମନୋରଞ୍ଜନର ମାଧ୍ୟମ ସାଜିଛି କି ମରଣଯନ୍ତା ? ରିଲ୍ସ ବା ସର୍ଟ ଭିଡିଓ ନେଉଛି କି ଜୀବନ ? ଯୁବପିଢିଙ୍କ ପାଇଁ ସର୍ଟ ଭିଡିଓ ସାଜିଛି କି ସାଇଲଣ୍ଟ କିଲର ? ଭିଡିଓ ସୁଟ୍ ବେଳେ ଆସାବଧାନତା ସାଜୁଛି କି କାଳ ? କାର୍ଗିଲ ବିଜୟ ଦିବସରେ ଜଣେ ଯବାନଙ୍କ ଅକାଳ ମୃତ୍ୟୁ ଘଟିଛି ଏଭଳି ରିଲସ୍ ନିଶା ଯୋଗୁଁ ।
ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣର କୁତ୍ସିତ ପ୍ରଥା ଉଚ୍ଛେଦ ହେଉ ସେମାନଙ୍କ ନିରାପତ୍ତା ଓ ସମ୍ମାନକୁ ସୁରକ୍ଷା ମିଳୁ । ସରକାରୀ ଓ ଘରୋଇ, ସବୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ । ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଚଢାଇ ନଦେବାର କଳଙ୍କିତ ପ୍ରଥା ଉପରେ ବ୍ରେକ୍ ଦେବାକୁ ପରିବହନ କର୍ତ୍ତୃପକ୍ଷଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।
ଏସବୁ ଭିତରେ କିନ୍ତୁ ସାଂସଦ ପ୍ରାର୍ଥୀ ହେବା ପାଇଁ ବିଜେଡିରେ ନେତାମାନେ ଅମଙ୍ଗ ହେଉଥିବାରୁ ବଢିଛି ଦଳର ଚିନ୍ତା ।
ରେଜଲ୍ଟ ପ୍ରକାଶ ଉପରେ ଅଙ୍କୁଶ ଜାରି ପରେ ଶତାଧିକ ପ୍ରାର୍ଥୀ ପ୍ରଭାବିତ । ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ ।
ରାଜ୍ୟ ପରିବହନ ବିଭାଗକୁ ଅନୁରୋଧ ଜଣାଇଲେ । 'ମହିଳାଙ୍କୁ ବସ ଚଢିବା ବେଳେ ପ୍ରାଥମିକତା ଦିଆଯିବା ଦରକାର' ।
ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ସମୟରେ ବିମାନବନ୍ଦରରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପ୍ରିଣ୍ଟିଂ ପ୍ରେସ୍ର ଜଣେ ହେଲ୍ପର ପ୍ରଶ୍ନପତ୍ର ଲିକ୍ କରିଥିଲେ । ପ୍ରେସ୍ରୁ ପ୍ରଶ୍ନପତ୍ର ଆଣି ମାଣ୍ଟରମାଇଣ୍ଡକୁ ଦେଇଥିଲେ ।
ଭୁବନେଶ୍ୱରର ଏକ ସୋ’ ରୁମରୁ ୬ ଖଣ୍ଡ ଶାଢ଼ି ଓ ୬ ଖଣ୍ଡ ସୁଟ୍ ପିସ୍ କିଣିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରେସିଡେଣ୍ଟଙ୍କ ଅଫିସରୁ ଫୋନ୍ ପାଇ ମଙ୍ଗଳବାର ରାତିରେ ସୋ’ ରୁମ୍ ମ୍ୟାନେଜର ଓ ଆଉ ଜଣେ କର୍ମକର୍ତ୍ତା ରାଜଭବନରେ ପହଞ୍ଚିଥିଲେ ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୫୬ ଟି ୫ଜି ବିଟିଏସ ସ୍ଥାପନ ହୋଇଥିବା ବେଳେ ଏଥିରେ ଜିଓର ୧୧୨୪ ଏବଂ ଏୟାରଟେଲର ୨୩୨ଟି ୫ଜି ବିଟିଏସ ରହିଛି ।
ମାଟ୍ରିକ୍ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ ବୋଲି କୁହାଯାଇଛି । ଅନ୍ୟପଟେ ମାଟ୍ରିକ୍ ଖାତା ଦେଖା ତାରିଖ ମଧ୍ୟ ଘୋଷଣା କରିଛି ବୋର୍ଡ ।
ଓଏସଏସସି ନିଜେ ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା କରୁଥିବା ବେଳେ କେମିତି ଦଲାଲ ପାଖକୁ ପ୍ରଶ୍ନପତ୍ର ଗଲା, ତାର ଉତ୍ତର ବି ପୋଲିସ ପାଖରେ ନାହିଁ ।
ବସ୍ କର୍ମଚାରୀଙ୍କ ଅନ୍ଧବିଶ୍ୱାସ ଯୋଗୁଁ ବସ୍ ଯାତ୍ରା ଆରମ୍ଭ ବେଳକୁ କୌଣସି ମହିଳା ଯାତ୍ରୀଙ୍କୁ ପ୍ରଥମେ ବସ୍ରେ ଚଢାଇ ଦିଆଯାଏ ନାହିଁ। ଏହି ପରମ୍ପରା ଆଜି ସଭ୍ୟ ଓ ଶିକ୍ଷିତ ସମାଜ ଆଡ଼କୁ ଅଙ୍ଗୁଳି ଦେଖାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନ। ବ୍ରହ୍ମାକୁମାରୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି।
ଆମ୍ବ ଚାଷ ଦେଇଛି ପରିଚୟ । ପରିବେଶ ସନ୍ତୁଳନ ପାଇଁ ସେ ବାଡିରେ ଲଗେଇଛନ୍ତି ଶହଶହ ଗଛ । ଏବେ ଜାପାନୀ ମିଆକାଜି ଆମ୍ବ ଫଳାଇ ଚର୍ଚ୍ଚାରେ ଶିକ୍ଷକ ରକ୍ଷାକର ।
ସମ୍ବଲପୁରରେ ମହାନଦୀକୁ ଡେଇଁ ଯୁବକ ନିଖୋଜ ସନ୍ଦେହ । ଚାଉଁରପୁର ବ୍ରିଜରୁ ଡେଇଁପଡ଼ିଥିଲେ ।
ବହୁ ସମୟର କସରତ ପରେ କୁମ୍ଭୀରକୁ ଧରିଲା ବନବିଭାଗ