/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690431512.jpg)
Mahanadi river
ସମ୍ବଲପୁରରେ ମହାନଦୀ ଚାଉଁରପୁର ପୋଲ ଉପରୁ ଜଣେ ଯୁବକ ନଦୀକୁ ଡେଇଁ ପଡିଛନ୍ତି । ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଛି । ପୋଲ ଉପରେ ତାଙ୍କ ସ୍କୁଟି, ଚପଲ ଓ ମୋବାଇଲ ଫୋନ ମିଳିଛି । ନିଖୋଜ ଯୁବକ ହେଲେ ସମୀରଣ ପ୍ରଧାନ । ତାଙ୍କ ଘର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ପାଟୁଳିଢିପ ଗାଁରେ ବୋଲି ସୂଚନା ମିଳିଛି । ସେ ନିଜ ସ୍ତ୍ରୀ ଓ ୨ ପିଲାଙ୍କ ସହ ସମ୍ବଲପୁରରେ ଘର ଭଡା ନେଇ ରହୁଥିଲେ । ସମ୍ବଲପୁରରେ ଏକ ଘରୋଇ ଶିଳ୍ପ ସଂସ୍ଥାରେ ଚାକିରି କରୁଥିଲେ ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସମୀରଣ ସ୍କୁଟି ନେଇ ଆସି ଚାଉଁରପୁର ପୋଲ ଉପରେ ଗାଡ଼ି ରଖିଥିଲେ । ପରେ ଚପଲ ଓ ମୋବାଇଲ ଫୋନ ରଖି ପୋଲ ଉପରରୁ ତଳକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ରାତି ଅଧିକ ହୋଇଯାଇଥିବାରୁ ଅଗ୍ନିଶମ ବାହିନୀ ଯୁବକଙ୍କୁ ଖୋଜାଖୋଜି କରିନଥିଲେ । ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି । ହେଲେ ଏଯାଏଁ ତାଙ୍କର ପତ୍ତା ମିଳିନି ।
ସମୀରଣ କେଉଁ କାରଣ ପାଇଁ ମହାନଦୀକୁ ଡେଇଁ ଆତ୍ମହତ୍ୟା କଲେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ପାରିବାରିକ କଳହ ନା ଆଉ କିଛି କାରଣ ତାହା ଜଣାପଡ଼ିନାହିଁ। ଏନେଇ ସମୀକରଣଙ୍କ ପରିବାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)