୩ ଦିନିଆ ଗସ୍ତ ସାରି ଓଡ଼ିଶାରୁ ନୂଆଦିଲ୍ଲୀକୁ ଫେରିଗଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆଜି ନୂଆଦିଲ୍ଲୀ ଫେରିଯାଇଛନ୍ତି । ରାଷ୍ଟ୍ରପତିଙ୍କ ଦିଲ୍ଲୀ ଗସ୍ତ ସମୟରେ ବିମାନବନ୍ଦରରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମୁଖ୍ୟ ଶାସନ ସଚିବ, ମେୟର ଓ ପୋଲିସ କମିଶନର ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।
ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ତମାଣ୍ଡୋରେ ବ୍ରହ୍ମକୁମାରୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାଟିଆରେ ଡିଭାଇନ୍ ଲାଇଟ୍ ହାଉସର ମଧ୍ୟ ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ।
Also Read
ଅଧିକ ପଢ଼ନ୍ତୁ: ସୋ’ ରୁମ୍ରୁ ମନ ପସନ୍ଦର ଶାଢ଼ି କିଣିଲେ ରାଷ୍ଟ୍ରପତି
ସେଠାରେ ଆୟୋଜନ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଗଛ ଲଗାଇଥିଲେ । ପରେ ପରେ ଦି ଇୟର ଅଫ୍ ପଜିଟିଭ୍ ଚେଞ୍ଜ ଥିମ୍ ଲଞ୍ଚ କରିବା ସହିତ ବ୍ରହ୍ମାକୁମାରୀ କେନ୍ଦ୍ରର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ରାଜଭବନରେ ଆଦିମ ଜନଜାତି ସମୁଦାୟ ସଦସ୍ୟଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିଥିଲେ ।
ସରିଲା ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ..ଦିଲ୍ଲୀ ଫେରିଯିବା ପାଇଁ ବିମାନବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ#PresidentOfIndia #DraupadiMurmu #Odisha #OTV pic.twitter.com/zwqe0FhJ1g
— ଓଟିଭି (@otvkhabar) July 27, 2023
ଅଧିକ ପଢ଼ନ୍ତୁ: 'ତ୍ୱରିତ ନ୍ୟାୟ ଦେଇ ସାରା ଦେଶରେ ଉଦାହରଣ ସାଜୁ ଓଡ଼ିଶା ହାଇକୋର୍ଟ'