/odishatv-khabar/media/post_attachments/uploadimage/library/16_9/16_9_0/s_1690515028.jpg)
Bomb Attack On Cement Factory In Ganjam
ଠିକାଦାରଙ୍କୁ ଦାଦା ବଟି ମାଗିଲେ ଓ ତା’ପରେ ବୋମାମାଡ଼ କଲେ। ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟି ନେଲେ। ଗଞ୍ଜାମ ଜିଲ୍ଲା କ. ନୂଆଗାଁ ଥାନା ଅନ୍ତର୍ଗତ ଦାମୋଦରପଲି ଛକରେ ଥିବା ଠିକାଦାରଙ୍କ ସିମେଣ୍ଟ ଫ୍ୟାକ୍ଟ୍ରି ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ।
Advertisment
ସୂଚନା ଅନୁସାରେ, ଗତକାଲି ୬ ଜଣ ଦୁର୍ବୃତ୍ତ କଳାମୁଖା ପିନ୍ଧି ୨ଟି ବାଇକ୍ରେ ଫ୍ୟାକ୍ଟ୍ରି ଭିତରେ ପଶିଥିଲେ। ଏହାପରେ ମ୍ୟାନେଜରଙ୍କୁ ମାର୍ପିଟ୍ କରିବା ସହ ମାରଣାସ୍ତ୍ର ଦେଖାଇ ୧୦ ହଜାର ଟଙ୍କା ଓ ତାଙ୍କ ସୁନା ମୁଦି ଲୁଟି ନେଇଥିଲେ। ପରେ ଫ୍ୟାକ୍ଟ୍ରି ଉପରକୁ ଦୁଇଟି ବୋମାମାଡ଼ କରିଥିଲେ।
ଖାଲି ଏତିକି ନୁହେଁ ଦୁର୍ବୃତ୍ତମାନେ ମ୍ୟାନେଜରଙ୍କ ମୋବାଇଲରୁ ଠିକାଦାର ମଙ୍ଗଳୁ ପାତ୍ରଙ୍କୁ କଲ୍ କରି ୩୦ ଲକ୍ଷ ଟଙ୍କା ଦାଦା ବଟି ମଧ୍ୟ ମାଗିଥିଲେ। ଏନେଇ କ. ନୂଆଗାଁ ଥାନାରେ ଠିକାଦାର ମଙ୍ଗଳୁ ପାତ୍ରଙ୍କ ମ୍ୟାନେଜର ଅଭିଯୋଗ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)