• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Power outage in SCB Medical College & Hospital in Cuttack
ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ କଟକ ବଡ଼ ମେଡିକାଲ୍‌

କଟକ ବଡ଼ ମେଡିକାଲରେ ବିଦ୍ୟୁତ୍‌ ବିଭ୍ରାଟ। ଲାଇନ୍ ନଥିବାରୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ସହ ବିନା ଲାଇଟ୍ ଓ ଫ୍ୟାନରେ ରୋଗୀଙ୍କୁ ହଇରାଣ ହେବାକୁ ପଡ଼ିଛି।

What was Shraddha doing with Odisha CM, 5T Secretary in Vatican City, asks BJP MP Basant Panda
‘ଶ୍ରଦ୍ଧା କିଏ ? କାହିଁକି ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ଭାଟିକାନ ସିଟି ଯାଇଥିଲେ ?’

ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧାଙ୍କ ସମ୍ପର୍କରେ ବିଜେଡି ମୁହଁ ଖୋଲୁନି।

  • Sunday, 01 October 2023
  • BJD
Patient gets stuck in 108 ambulance for 30 minutes in Keonjhar
ଗୁରୁତର ଅବସ୍ଥାରେ ମେଡିକାଲ୍‌ ଆସିଲେ, ହେଲେ ଅଧ ଘଣ୍ଟା ଧରି ଖୋଲିଲାନି ଆମ୍ବୁଲାନ୍ସ ଡୋର୍‌...

ମେଡିକାଲ୍‌ ସାମ୍ନାରେ ଆମ୍ବୁଲାନ୍ସ ଡୋର୍‌ ଅଧଘଣ୍ଟାଏ ଧରି ନଖୋଲିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ ବ୍ୟସ୍ତତା ବଢି ଯାଇଥିଲା।

  • Sunday, 01 October 2023
Today Panchang
Panchang Today 1st October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧ ତାରିଖ ରବିବାର

Vigilance Raid In Battalion Commandant House
ଲାଞ୍ଚ ଟଙ୍କା ଧରି ସରକାରୀ ଗାଡ଼ିରେ ଯାଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌...

ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ଯାଉଥିବା ବେଳେ ବାଟାଲିୟନ କମାଣ୍ଡାଣ୍ଟଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ନିଜ ସରକାରୀ ଗାଡ଼ିରେ ୧ ଲକ୍ଷ ୩୧ ହଜାର ଟଙ୍କା ଧରି ସୁନୀଲ ବେହେରା ଢେଙ୍କାନାଳରୁ କଟକ ଯାଉଥିଲେ।

AIIMS Bhubaneswar
ଉଦବେଗଜନକ ତଥ୍ୟ, ପ୍ରତିବର୍ଷ ଭୁବନେଶ୍ୱର ଏମ୍ସକୁ ଆସୁଛନ୍ତି ୨୫୦ରୁ ୩୫୦ ଶିଶୁ କର୍କଟ ରୋଗୀ

୭୫ରୁ ୮୦ ପ୍ରତିଶତ ରୋଗୀ ହୋଇପାରୁଛନ୍ତି ସମ୍ପୂର୍ଣ୍ଣ ଆରୋଗ୍ୟ..ଖୁବଶୀଘ୍ର ଆରମ୍ଭ ହେବ ହେମାଟୋପିଏଟିକ୍ ଷ୍ଟେମ୍ ସେଲ୍ ପ୍ରତିରୋପଣ

Rain Alert To 13 Districts Of Odisha
ଆଗାମୀ ୩ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆସନ୍ତା ୩ ତାରିଖ ଯାଏ ବର୍ଷା ଲାଗି ରହିବ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 01 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 01 October 2023
Kathi Yatra Rituals
କାଠିଯାତ୍ରା: ବର୍ଷକୁ ଥରେ ଖୋଲେ ମା' ଜାଗୁଳାଇଙ୍କ ମୁହଁ

ବର୍ଷକୁ ଥରେ ଖୋଲେ ମା’ ଜାଗୁଳାଇଙ୍କ ମୁହଁ । କାହିଁ କେଉଁ କାଳରୁ ପୁରୀ ଜିଲ୍ଲା ସତ୍ୟବାଦୀ ଅଳଗୁମ ଗ୍ରାମରେ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ କାଠିଯାତ୍ରା ।

Cuttack Fire Accident
ଶାଢ଼ି ସୋ’ ରୁମ୍ ଅଗ୍ନିକାଣ୍ଡ, ସାମ୍ନାକୁ ଆସିଲା ସତ; ନଥିଲା କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା !

ଦଶହରା ଓ ଦୀପାବଳି ପାଇଁ ସୋ’ ରୁମରେ ଲକ୍ଷ ଲକ୍ଷ ଟଙ୍କାର ମାଲ୍ ରଖିଥିଲେ ମାଲିକ । ସୋ’ ରୁମର ପ୍ରଥମ ଓ ଦ୍ୱିତୀୟ ମହଲାରେ ଶାଢ଼ି ଓ ଡ୍ରେସ୍ ମ୍ୟାଟେରିଆଲ ଥିବାବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ତେବେ ଆଖିପିଛୁଳାକେ ସବୁକିଛି ପାଉଁଶ ଗଦାରେ ପରିଣତ ହେବା ପରେ, ମୁଣ୍ଡରେ ହାତ ଦେଇଛନ୍ତି ବ୍ୟବସାୟୀ ।

  • Saturday, 30 September 2023
Pulses price Hike
ଡାଲି କଲାଣି ପକେଟ୍ ଖାଲି; ୬ ମାସରେ ବଢ଼ିଲାଣି ୭୦ ଟଙ୍କା

ହୁ ହୁ ହୋଇ ବଢ଼ୁଛି ଦର । ୬ ମାସ ତଳେ ଯେଉଁ ହରଡ଼ ଡାଲି ୧୧୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ୧୫୫ରୁ ୧୭୫ ଟଙ୍କା ଛୁଇଁଲାଣି ।

Laxmi yojana
ଲକ୍ଷ୍ମୀ ବସ୍ ସେବାକୁ ନେଇ ଛିଣ୍ଡୁନି ବିବାଦ; ଅକ୍ଟୋବର ୨ରୁ ମାଲକାନଗିରିରୁ ଗଡ଼ିବ ତ 'ଲକ୍ଷ୍ମୀ' ବସ୍ ?

ଘରେ ନପଶଣୁ ମୁଣ୍ଡରେ ଚାଳ, ରାଜ୍ୟ ସରକାରଙ୍କ ନୂଆ ବସ୍ ଯୋଜନା ଲକ୍ଷ୍ମୀକୁ ଆରମ୍ଭରୁ ବିରୋଧ । ଅକ୍ଟୋବର ୨ରୁ ଲକ୍ଷ୍ମୀ ଯୋଜନାରେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ଗଡ଼ିପାରେ ଏହି ଅତ୍ୟାଧୁନିକ ବସ୍ । ଏଥିପାଇଁ ମାଲକାନଗିରିରେ ପ୍ରସ୍ତୁତ ଭାରତ ବେଞ୍ଜ୍ କମ୍ପାନୀର ୩୬ଟି ଶୀତତାପ ନିୟନ୍ତ୍ରିତ ବସ ।

Bank Mitra Suspended
ମୁହଁ ଖୋଲିବାରୁ ଚାକିରି ଗୋଲ୍ ! ଦେହରେ ଗଲାନି ପାଣ୍ତିଆନ୍‌ ବିରୋଧୀ ଭାଷା !

ସରକାର ତ ସରକାର ପୁଣି ଜଣେ ମହିଳା ବ୍ୟାଙ୍କ ମିତ୍ରଙ୍କ ମୁହଁରେ ପାଣ୍ଡିଆନ୍ ବିରୋଧୀ ଭାଷା ! ହଜମ ହେଲାନି, ଦେହରେ ଗଲାନି ! ସେଇଥିପାଇଁ ହେଲା କି ଚାକିରି ଖାଇବାର ବ୍ୟବସ୍ଥା ?

Jayanarayan Mishra
ପ୍ରବଳ ଚାପରେ ସରକାରଙ୍କ ୟୁଟର୍ଣ୍ଣ; ‘ମେଣ୍ଟାଲ ଡିଜ୍ ଅର୍ଡର’ ମନ୍ତବ୍ୟକୁ ଗୃହରୁ ବାଦ୍ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ବିରୋଧୀ ବିଜେପି ଗୃହରେ ହଙ୍ଗାମା କରିବା ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି । ଆଉ ଏହାରି ଭିତରେ ଜୟନାରାୟଣ ସାଂଘାତିକ ଅଭିଯୋଗ, ନା ଗୃହରେ ନା ଗୃହ ବାହାରେ ସେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି । ତାଙ୍କର ଯଦି କିଛି ହୋଇଯାଏ, ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ।

hit and run Bhubaneswar footpath
ରାଜଧାନୀରେ ହିଟ୍ ଆଣ୍ଡ ରନ୍‌; ରାଜମହଲ ଫୁଟପାଥରେ ଚଢ଼ିଗଲା କାର୍, ଚାଲିଗଲା ଜଣଙ୍କ ଜୀବନ

ରାତି ହେଲେ ଭୟଙ୍କର ହେଉଛି କି ରାଜଧାନୀ ? ରାତିର ନିସ୍ତବ୍ଧ ପହରରେ ଘୂରି ବୁଲୁଛି କି ମୃତ୍ୟୁର ଦୂତ ? କମିଶନରେଟ୍ ପୋଲିସର ସୁରକ୍ଷା ପାଚେରୀକୁ ଭେଦି ଅସାମାଜିକ ଖେଳୁଛନ୍ତି କି ମରଣର ଖେଳ ? କାରଣ ରାଜଧାନୀର ଛାତି ଉପରେ ଗତକାଲି ଘଟିଛି ଭୟଙ୍କର ଅଘଟଣ । ରାଜମହଲ ଛକ ଉପରେ ହିଟ୍ ଆଣ୍ଡ ରନ୍ ।

Jayanarayan Mishra
ବିଧାନସଭା ବିବରଣୀରୁ ‘ମେଣ୍ଟାଲ ଡିଜ୍ ଅର୍ଡର’ ବାଦ୍

ବିରୋଧୀ ଦଳ ନେତାଙ୍କ ପ୍ରତି ବିଜେଡି ବିଧାୟକ ଅରୁଣ ସାହୁ ଏହି ମନ୍ତବ୍ୟ ଦେଇଥିଲେ। ଅରୁଣ ସାହୁଙ୍କ ଏହି ମନ୍ତବ୍ୟ ପରେ ଗୃହ କମ୍ପିଥିଲା। ଏହା ସହ ଏହି ମନ୍ତବ୍ୟକୁ ବିବରଣୀରୁ ବାଦ୍ ଦେବାକୁ ଦାବି ହୋଇଥିଲା।

Matric Exam Form Fill Up Deadline Extend
ବଢ଼ିଲା ମାଟ୍ରିକ ପରୀକ୍ଷା ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧି

ବଢ଼ିଲା ମାଟ୍ରିକ ପରୀକ୍ଷା ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି ହୋଇଛି।

School Land
ବାପାଙ୍କ ଜମିରେ ଠିଆ ହୋଇଛି ସରକାରୀ ସ୍କୁଲ, ଭୂମିହୀନ ହୋଇ ଅନ୍ୟଜଣଙ୍କ ଚାଷ ଜମିରେ ରହୁଛି ପୁଅ

ମଣ୍ଡାକିଆରେ ତାଙ୍କ ବାପାଙ୍କ ଜମିରେ ସ୍କୁଲ ତିଆରି ହୋଇଛି । ସରକାରୀ ନଥିପତ୍ରରେ ବାପା ଜୟଦେବ ନାୟକଙ୍କ ନାଁ ରହିଛି । ତା’ର ଖଜଣା ନିଜେ ଦେଉଛନ୍ତି ରବୀନ୍ଦ୍ର । କିନ୍ତୁ ନିଜେ ଅସହାୟ ଭାବେ ରହୁଛନ୍ତି ।

BJP Leader Jayanarayan Mishra
‘ମୋତେ କେଉଁ ରୋଗ ହୋଇଛି, କି ଚିକିତ୍ସା ହେଉଛି ସରକାର ଜାଣିଛନ୍ତି’

ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ମାନସିକ ବିକୃତ କହିବା ଘଟଣାରେ ସେ ମାନହାନୀ ମୋକଦ୍ଦମା ରୁଜୁ କରିପାରନ୍ତି। ଏନେଇ ଓଟିଭି ଖୋଲାକଥାରେ ସେ ସୂଚନା ଦେଇଛନ୍ତି।

hit and run
ରାଜଧାନୀ ରାସ୍ତାରେ ଛାତିଥରା ଘଟଣା : ହିଟ୍‌ ଆଣ୍ଡ ରନରେ ଶ୍ରମିକ ମୃତ

ରାତିର ଘନ ଅନ୍ଧକାରରେ ମାଡ଼ି ଆସିଲା ନାଲି ଗାଡ଼ି...ଶୋଇଥିବା ସମୟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା..

Heavy Rainfall Alert Till Oct 3 In Odisha
ଆଜିଠୁ ୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଉତ୍ତର ଓଡ଼ିଶାର ଜିଲ୍ଲା  ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି। 

Khalikot MLA Husband
ସୁନୀଲ ନାହାକ ହତ୍ୟା ଘଟଣା: ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ ଥାନାରେ ଏତଲା

ସୁନୀଲ ନାହାକ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ବର୍ତ୍ତମାନ ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ସମେତ ୪ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି । ଅନ୍ୟପକ୍ଷରେ ଏହି ଅଭିଯୋଗ ନେଇ ଦୈତାରୀ ବେହେରାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Narsingh Mishra
'ବିରୋଧୀ ବିରୋଧ କରିବେ, କିନ୍ତୁ ସରକାର ଗୃହ ଚଳାଇବା କଥା': ନରସିଂହ ମିଶ୍ର

ବିରୋଧୀ ବିରୋଧ କରିବେ କିନ୍ତୁ ସରକାର ଗୃହ ଚଳାଇବା କଥା । ଗୃହ ନ ଚାଲିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଗୃହ ବନ୍ଦ ହେବାରୁ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠି ପାରିଲାନି । ସରକାର ଭୟଭୀତ ହୋଇ ରହିଛନ୍ତି।

online bike service employees protest in bhubaneswar
ସରକାରଙ୍କ ଛାଟ ପରେ ରାସ୍ତାକୁ ଓହ୍ଲାଇଲେ ଅନ୍‌ଲାଇନ୍‌ ବାଇକ୍‌ ସର୍ଭିସ କର୍ମଚାରୀ

ଅନ୍‌ଲାଇନ୍‌ ବାଇକ୍‌ ସର୍ଭିସ ବିରୋଧରେ ପରିବହନ ବିଭାଗର ଛାଟ ପରେ ରାସ୍ତାକୁ ଓହ୍ଲାଇଲେ ବାଇକ୍‌ ସର୍ଭିସ କର୍ମଚାରୀ। ସରକାର ସ୍ୱଳ୍ପ ବେତନ ପାଉଥିବା ବାଇକରଙ୍କ ପ୍ରତି କଠୋର ହୋଇଥିବା ଅଭିଯୋଗ କରିଛନ୍ତି।

  • Saturday, 30 September 2023
  • Protest
Jayanarayan Mishra
‘ମୋତେ ମାରିଦେବେ, ମୁଁ ଅସୁରକ୍ଷିତ; ସେଦିନ ସର୍କିଟ୍‌ ହାଉସ୍‌ରେ ଥିଲେ ମୋତେ ମାରି ଦେଇଥାନ୍ତେ’

ନିଜକୁ ଅସୁରକ୍ଷିତ ବୋଲି କହିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନିଜକୁ ଗୃହ ଓ ଗୃହ ବାହାରେ ଅସୁରକ୍ଷିତ ମନେ କରୁଥିବା କହିଲେ । ଆଜି ମୋର ସମ୍ବଲପୁର ଘର ଆଗରେ ବିକ୍ଷୋଭ କରାଯାଉଛି ।