Advertisment

ବିଧାନସଭା ବିବରଣୀରୁ ‘ମେଣ୍ଟାଲ ଡିଜ୍ ଅର୍ଡର’ ବାଦ୍

ବିରୋଧୀ ଦଳ ନେତାଙ୍କ ପ୍ରତି ବିଜେଡି ବିଧାୟକ ଅରୁଣ ସାହୁ ଏହି ମନ୍ତବ୍ୟ ଦେଇଥିଲେ। ଅରୁଣ ସାହୁଙ୍କ ଏହି ମନ୍ତବ୍ୟ ପରେ ଗୃହ କମ୍ପିଥିଲା। ଏହା ସହ ଏହି ମନ୍ତବ୍ୟକୁ ବିବରଣୀରୁ ବାଦ୍ ଦେବାକୁ ଦାବି ହୋଇଥିଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ବାଦ୍। ମେଣ୍ଟାଲ ହେଲଥ୍ ଡିଜ୍‌ଅର୍ଡର ମନ୍ତବ୍ୟ ବିଧାନସଭା ବିବରଣୀରୁ ବାଦ୍। ବିବରଣୀରୁ ବାଦ୍‌ ଦେବାକୁ ଘୋଷଣା କଲେ ବାଚସ୍ପତି। ବିରୋଧୀ ଦଳ ନେତାଙ୍କ ପ୍ରତି ବିଜେଡି ବିଧାୟକ ଅରୁଣ ସାହୁ ଏହି ମନ୍ତବ୍ୟ ଦେଇଥିଲେ। ଅରୁଣ ସାହୁଙ୍କ ଏହି ମନ୍ତବ୍ୟ ପରେ ଗୃହ କମ୍ପିଥିଲା। ଏହା ସହ ଏହି ମନ୍ତବ୍ୟକୁ ବିବରଣୀରୁ ବାଦ୍ ଦେବାକୁ ଦାବି ହୋଇଥିଲା।

Advertisment

ସୂଚନା ଅନୁସାରେ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ମେଣ୍ଟାଲ ହେଲଥ୍‌ ଡିଜ୍‌ଅର୍ଡର ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ। ତେବେ ଏହି ଘଟଣାରେ ସେ ମାନହାନୀ ମକଦ୍ଦମା ରୁଜୁ କରିପାରନ୍ତି। ଏନେଇ ଓଟିଭି ଖୋଲାକଥାରେ ସେ ସୂଚନା ଦେଇଥିଲେ। ଖୋଲାକଥାରେ ଜୟନାରାୟଣ କହିଥିଲେ, ‘ମୋତେ କେଉଁ ରୋଗ ହୋଇଛି, କି ଚିକିତ୍ସା ହେଉଛି ସରକାର ଜାଣିଛନ୍ତି। ଚିକିତ୍ସା ପାଇଁ ଯାଇ ମୁଁ ଉତ୍କଳ ଭବନରେ ରହୁଥିଲି। କିଡନୀ ରୋଗ ପାଇଁ ଯାଇଛି, ଟ୍ରାନ୍ସପ୍ଲାଣ୍ଟ ହେବ ସରକାର ଜାଣିଥିଲେ।’ ଚିକିତ୍ସା ପାଇଁ ଯିବାକୁ ମୋତେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅନୁମତି ଦେଇଛନ୍ତି। ଏହା ସତ୍ତ୍ୱେ ଯଦି ଜାଣି ପାରୁନାହାନ୍ତି, ତେବେ ମେଣ୍ଟାଲ ଡିଜ୍‌ଅର୍ଡର ତାଙ୍କର’ ବୋଲି ଜୟନାରାୟଣ ମିଶ୍ର କହିଥିଲେ।

Jayanarayan Mishra Odisha Assembly Odisha
Advertisment
Advertisment