/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696129459.jpg)
AIIMS Bhubaneswar
ଶିଶୁ କର୍କଟ ଆକ୍ରାନ୍ତଙ୍କୁ ନେଇ ଉଦବେଗଜନକ ତଥ୍ୟ । ପ୍ରତିବର୍ଷ ଭୁବନେଶ୍ୱର ଏମ୍ସକୁ ଆସୁଛନ୍ତି ୨୫୦ରୁ ୩୫୦ ନୂଆ ଶିଶୁ କର୍କଟ ରୋଗୀ। ଓଡ଼ିଶା ସହିତ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରୁ ଏବେସୁଦ୍ଧା ଭୁବନେଶ୍ୱର ଏମ୍ସକୁ ୧୨ଶହରୁ ଅଧିକ ଶିଶୁ କର୍କଟ ରୋଗୀ ଆସିଲେଣି ବୋଲି ସୂଚନା ମିଳିଛି ।
ଶିଶୁ କର୍କଟ ଆକ୍ରାନ୍ତଙ୍କୁ ନେଇ ଉଦବେଗଜନକ ତଥ୍ୟ..ପ୍ରତିବର୍ଷ ଭୁବନେଶ୍ୱର ଏମ୍ସକୁ ଆସୁଛନ୍ତି ୨୫୦ରୁ ୩୫୦ ନୂଆ ଶିଶୁ କର୍କଟ ରୋଗୀ#Odisha#OTV#CancerPatientspic.twitter.com/Q9CK7KtBBt
— ଓଟିଭି (@otvkhabar) October 1, 2023
ତେବେ ଆଶ୍ୱସ୍ତିର କଥା ହେଉଛି ଯେ, ୭୫ରୁ ୮୦ ପ୍ରତିଶତ ଶିଶୁ କର୍କଟ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବେ ବୋଲି କହିଛନ୍ତି ଏମ୍ସର ଅଙ୍କୋଲୋଜି-ହେମାଟୋଲୋଜି ବିଭାଗର ଡାକ୍ତର । ଶିଶୁ କର୍କଟ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ଏମ୍ସ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୂଚନା ମିଳିଛି । ଏଥିରେ କୁହାଯାଇଛି ଯେ, ଶିଶୁ କର୍କଟ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଭୁବନେଶ୍ୱର ଏମ୍ସ ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ ।
ଏମ୍ସ ଭୁବନେଶ୍ୱର ମେଡିକାଲ୍ ଅଙ୍କୋଲୋଜି-ହେମାଟୋଲୋଜି ବିଭାଗ ପକ୍ଷରୁ ହେମାଟୋପିଏଟିକ୍ ଷ୍ଟେମ୍ ସେଲ୍ ପ୍ରତିରୋପଣ ଆରମ୍ଭ
ହେବାକୁ ଯାଉଛି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)