ମହଙ୍ଗା ମାଡ଼ରେ ଘାଇଲା ଖାଉଟିଙ୍କୁ ଏବେ ଘାରିଛି ଡାଲି ଦରବୃଦ୍ଧି ଚିନ୍ତା । କାରଣ ଗତ ୬ମାସ ଭିତରେ ଡାଲି ଦର କିଲୋ ପିଛା ପ୍ରାୟ ୭୦ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଯେଉଁଥିପାଇଁ ବିଗିଡ଼ି ଗଲାଣି ଗୃହିଣୀଙ୍କ ଘର ଖର୍ଚ୍ଚ ବଜେଟ୍ । ଏପଟେ ବ୍ୟବସାୟୀଙ୍କ କହିବା କଥା, ବଡ଼ ବଡ଼ କର୍ପୋରେଟ ହାଉସଙ୍କ ହୋର୍ଡିଂ ଯୋଗୁଁ ସୃଷ୍ଟି ହୋଇଛି ଡାଲିର କୃତ୍ରିମ ଦରବୃଦ୍ଧି ।
ହୁ ହୁ ହୋଇ ବଢ଼ୁଛି ଦର । ୬ ମାସ ତଳେ ଯେଉଁ ହରଡ଼ ଡାଲି ୧୧୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ୧୫୫ରୁ ୧୭୫ ଟଙ୍କା ଛୁଇଁଲାଣି ।
ଡାଲି ଦରରେ ଅନିୟନ୍ତ୍ରିତ ବୃଦ୍ଧି ! ତିନି ମାସ ତଳେ ଯେଉଁ ହରଡ଼ ଡାଲି ଦର ଶହେ ଟଙ୍କା ଥିଲା। ଏବେ ବଢ଼ି ବଢ଼ି ତାହା ୧୪୫ରେ ପହଞ୍ଚିଲାଣି। ୟେ ତ ହୋଲସେଲ ରେଟ୍।