/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696055321.jpg)
Jayanarayan Mishra
ଆଜି ବିଧାନସଭା ଆରମ୍ଭରୁ ଦେଖିବାକୁ ମିଳିଥିଲା ପ୍ରବଳ ହଟ୍ଟଗୋଳ । ଯାହାଫଳରେ ଗୃହକୁ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ଗୃହ ମୁଲତବି ପରେ ପ୍ରତିକ୍ରିୟା ରଖିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । 'ବାଚସ୍ପତି ଶାସକ ଦଳର କଣ୍ଢେଇ ଭଳି କାମ କରୁଛନ୍ତି । ବାଚସ୍ପତି ଦଳୀୟ ଭାବନାରୁ ଊର୍ଦ୍ଧ୍ୱରେ ରହିବା ଉଚିତ୍ । ‘ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି । ’ଗୃହ ଚାଲୁ ବୋଲି ଶାସକ ଦଳ ଚାହୁଁନି । ବିଧାନସଭା ନ ଚାଲିବା ପାଇଁ ଶାସକ ଦଳ ଚକ୍ରାନ୍ତ କରୁଛି। ଶାସକ ଦଳକୁ ସଙ୍କଟ ଆସିଲେ ଗୃହ ମୁଲତବି କରୁଛନ୍ତି । ଶାସକ ଦଳ ଅସଂସଦୀୟ ଶବ୍ଦ ପ୍ରୟୋଗ କଲେ ବାଦ୍ ଦିଆଯାଉନାହିଁ’ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ସେହିପରି ନିଜକୁ ଅସୁରକ୍ଷିତ ବୋଲି କହିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନିଜକୁ ଗୃହ ଓ ଗୃହ ବାହାରେ ଅସୁରକ୍ଷିତ ମନେ କରୁଥିବା କହିଲେ । ଆଜି ମୋର ସମ୍ବଲପୁର ଘର ଆଗରେ ବିକ୍ଷୋଭ କରାଯାଉଛି । ସମ୍ବଲପୁର ସର୍କିଟ ହାଉସରେ ବିଜେଡି କର୍ମୀ ପଶି ଭଙ୍ଗାରୁଜା କରିଥିଲେ । ମୁଁ ଥିବା ସନ୍ଦେହରେ ସର୍କିଟ ହାଉସରେ ଏପରି କରିଥିଲେ। ମୁଁ ସେଦିନ ଥିଲେ ମୋତେ ହତ୍ୟା କରି ଦେଇଥାନ୍ତେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।
-ମୁଲତବି ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା
-'ବାଚସ୍ପତି ଶାସକ ଦଳର କଣ୍ଢେଇ ଭଳି କାମ କରୁଛନ୍ତି'
-'ବାଚସ୍ପତି ଦଳୀୟ ଭାବନାରୁ ଊର୍ଦ୍ଧ୍ୱରେ ରହିବା ଉଚିତ୍'
-‘ଗୃହ ସ୍ୱାଭାବିକ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି’#Assembly#JayanarayanMishrapic.twitter.com/017sNYDRMz— ଓଟିଭି (@otvkhabar) September 30, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)