Advertisment

‘ଶ୍ରଦ୍ଧା କିଏ ? କାହିଁକି ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ଭାଟିକାନ ସିଟି ଯାଇଥିଲେ ?’

ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧାଙ୍କ ସମ୍ପର୍କରେ ବିଜେଡି ମୁହଁ ଖୋଲୁନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
What was Shraddha doing with Odisha CM, 5T Secretary in Vatican City, asks BJP MP Basant Panda

What was Shraddha doing with Odisha CM, 5T Secretary in Vatican City, asks BJP MP Basant Panda

ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧାଙ୍କ ସମ୍ପର୍କରେ ବିଜେଡି ମୁହଁ ଖୋଲୁନି। ବିଜେପି ସାଂସଦ ବସନ୍ତ ପଣ୍ଡା ପଚାରିଥିବା ପ୍ରଶ୍ନର ଉତ୍ତର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର ଦେଲେ ନାହିଁ। ଉତ୍ତର ଦେବା ବଦଳରେ ଓଲଟା ବସନ୍ତ ପଣ୍ଡାଙ୍କୁ ଦିବ୍ୟଶଙ୍କର ମିଶ୍ର ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଅର୍କକେଶରୀ ସିଂଦେଓ ବିଜେପିରେ ସାମିଲ ହେବା ପରେ ବସନ୍ତ ବିଳିବିଳେଉଛନ୍ତି।

Advertisment

କିନ୍ତୁ ଶ୍ରଦ୍ଧାଙ୍କ ପ୍ରସଙ୍ଗରେ ଯେତେବେଳେ ଦିବ୍ୟଶଙ୍କରଙ୍କୁ ପଚରା ଯାଇଥିଲା ସେ ମୁହଁ ବୁଲାଇ ଚାଲି ଯାଇଥିଲେ। ସୂଚନାଥାଉ କି, ଗତ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ଶ୍ରଦ୍ଧା କିଏ ବୋଲି ସାଂସଦ ବସନ୍ତ ପଣ୍ଡା ପଚାରିବା ସହ ଟାର୍ଗେଟ କରିଥିଲେ।

ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ଭାଟିକାନ ସିଟି ଯାଇଥିବା ସେହି ମହିଳାଙ୍କ ପରିଚୟ କ’ଣ ? ମୁଖ୍ୟମନ୍ତ୍ରୀଙ୍କ ସହ ସେ କେମିତି ଗଲେ ? ଭାଟିକାନ ସିଟିକୁ କାହିଁକି ନେଇଥିଲେ ? ତାଙ୍କୁ ସାଥିରେ ନେବାର ଉଦ୍ଦେଶ୍ୟ କ’ଣ ? କେମିତି ପରିଚୟ ହେଲା ? ତାଙ୍କର ଦୈନନ୍ଦିନ କାମ କ’ଣ ଥିଲା ଏବଂ କିଏ ଟିକେଟ ଦେଲା ବୋଲି ପ୍ରଶ୍ନ କରିଥିଲେ ବସନ୍ତ ପଣ୍ଡା । 

Advertisment
BJD
Advertisment
Advertisment