ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ। ଜୁନ୍ ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ମେଘୁଆ ପାଗ ଓ ବର୍ଷା ସମ୍ଭାବନା ରହିଛି।
ସନ୍ତାନ ପ୍ରତି ଜଣେ ବାପାର ବଳିଦାନ ଏବଂ ଉତ୍ସର୍ଗରକୁ ମନେପକେଇବା ନେଇ ପ୍ରତି ବର୍ଷ ପାଳନ କରାଯାଏ ‘ବିଶ୍ୱ ପିତୃ ଦିବସ’। ତେବେ ଏହି ଦିନ ପାଳନ କରିବା ପଛରେ ଜଣେ ଝିଅର ହିଁ ହାତ ଅଛି। ଆସନ୍ତୁ ଜାଣିବା ସେ କିଏ…
ପେଷା ତାଙ୍କ ପରିବା ବ୍ୟବସାୟ । ନିଶା କିନ୍ତୁ କିଛି ଅଲଗା, କିଛି ସ୍ୱତନ୍ତ୍ର । ସାଧାରଣ ଲୋକଙ୍କଠାରୁ ତାଙ୍କ କାମ-କାଇଦା ଟିକିଏ ଭିନ୍ନ । ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ସୁମଣ୍ଡଳ ଗାଁର ବିଜୟ କୁମାର ଗୌଡ଼ ।
ମୃତେଦହ ନେବାକୁ ଅନେକ ସମ୍ପର୍କୀୟଙ୍କ ଅପେକ୍ଷା ଭିତରେ ଆଜି ରେଳ ମନ୍ତ୍ରଣାଳୟପକ୍ଷରୁ ଏ ପ୍ରକ୍ରିୟା ଆଗକୁ ନେବାକୁ ପ୍ରକାଶ ପାଇଛି ସ୍ୱତନ୍ତ୍ର ବିଜ୍ଞାପନ । ଯେଉଁଥିରେ ମୃତବ୍ୟକ୍ତିଙ୍କ ସଂପର୍କୀୟ କିମ୍ବା ଆତ୍ମୀୟ ଅଚିହ୍ନ ମୃତଦେହ ସହ ସମ୍ପର୍କ ପ୍ରମାଣ କରିବାକୁ ନିଜ ଡିଏନଏ ନମୁନା ପ୍ରଦାନ ପାଇଁ ନିବେଦନ କରିଛି ରେଳ ମନ୍ତ୍ରଣାଳୟ ।
ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାରେ ରାମଚନ୍ଦ୍ରଙ୍କ ତିନି ମହଲା ଘର । ହେଲେ ଇଏ କୁଆଡ଼େ ବାବୁ ରାମଚନ୍ଦ୍ରଙ୍କ ସଂପତିର ଛୋଟିଆ ଝଲକ୍। ୟା ବାଦ ବି ଆହୁରି ଅନେକ ସ୍ଥାନରେ ଅସତ୍ ଧନ ଥିବା ସନ୍ଦେହରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ।
କି ପୂର୍ବ, କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳି । କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି । ମୁଣ୍ଡ ଉପରକୁ ସୂର୍ଯ୍ୟ ନଯାଉଣୁ, ଖାଁ ଖାଁ ରାସ୍ତା, ସହର ବଜାରରେ ଅଘୋଷିତ କର୍ଫ୍ୟୁ ।
ଗତକାଲି ମାଲକାନଗିରିରେ ପକୁଡ଼ି ବିକୁଥିଲେ, ଆଜି ବ୍ରହ୍ମପୁରରେ ହନୁମାନ ଚାଳିଶା ପାଠ କରିଛନ୍ତି।
ମାସକ ଭିତରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ଜୀବନ ନେଲେଣି ଶିକାରୀ।
ରାଜ୍ୟ ଶାସନ ବ୍ୟବସ୍ଥାକୁ ଜଣେ ସଚିବ ସ୍ତରର ଅଧିକାରୀ ହାଇଜାକ୍ କରିଥିବା ଅଭିଯୋଗ ଆଣି ପରୋକ୍ଷରେ 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ସାଂସଦଅପରାଜିତା ଷଡ଼ଙ୍ଗୀ।
ରତ୍ନଭଣ୍ଡାର ଅସୁରକ୍ଷିତ ଥିବା କଥା ଆଜିର ନୁହେଁ । ରହସ୍ୟମୟ ରତ୍ନଭଣ୍ଡାରରେ ଫାଟ ଏବଂ ପାଣି ଗଳିବା ଘଟଣା ଗତ ୫ ବର୍ଷ ତଳୁ ଜଣାପଡ଼ିଲାଣି ।
ଶ୍ରୀମୟୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ମାଡାମ ଅପରାଜିତା ରାଜନୀତିକୁ ସେବା ମନୋଭାବ ନେଇ ଆସି ନାହାନ୍ତି ବୋଲି କହିବା ସହ ମିଡିଆର ଆଟେନସନ ନେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ।
ଚର୍ଚ୍ଚା ହେଉଛି ଯେ ଟେଷ୍ଟ କ୍ରିକେଟ୍ରେ ଭାରତର ତିନି ପ୍ରମୁଖ ବ୍ୟାଟର୍ - ବିରାଟ କୋହଲି, ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ସମୟ ସରିଆସିଲାଣି । ସେମାନଙ୍କ ବିକଳ୍ପ ଖୋଜିବା ଜରୁରୀ ହୋଇଯାଇଛି । ଆଗାମୀ ଦୁଇ ବର୍ଷ ଅର୍ଥାତ୍ ପରବର୍ତ୍ତୀ ଡବ୍ଲ୍ୟୁଟିସି ଫାଇନାଲ୍କୁ ଆଖି ଆଗରେ ରଖି ଏବେଠାରୁ ଟିମ୍କୁ ପ୍ରସ୍ତୁତ କରିବାକୁ ହେବ।
ପ୍ରେମରେ ପାଗଳ ନାବାଳିକା ପ୍ରେମିକା । ବୟଫ୍ରେଣ୍ତକୁ ଦେଖା କରିବା ପାଇଁ ସାତ ଶହ କିମି ପାର୍ କଲା ପ୍ରେମିକା । ତଥାପି ମିଳିଲାନି ପ୍ରେମିକର ଦେଖା । ରାଗରେ ନିଜ ହାତ କାଟିବାକୁ ପଛାଇଲାନି ପ୍ରେମିକା । ହାତ କାଟି ଥାନାରେ ପହଞ୍ଚିଲା ନାବାଳିକା ।
ନିଜ ବଂଶ ବୁଡ଼େଇଦେଲା ଅଭାଗା ବାପା । ତିନି ପୁଅକୁ ମାରି ଏବେ ଜେଲରେ ଅଭିଯୁକ୍ତ ।
ଅନେକ ସମୟରେ ତ୍ରୁଟିପୂର୍ଣ୍ଣ ଭାଷଣ ଦେଉଥିବା ଆମେରିକା ରାଷ୍ଟ୍ରପତି ପୁଣି କିଛି ଏପରି କହିଛନ୍ତି, ଯାହା କେହି ବୁଝି ପାରୁନାହାନ୍ତି ।
ପରିବାରରେ ଖୁସିର ଲହରୀ। NEET ପରୀକ୍ଷାରେ ଏକାବେଳେ ୩ ଭଉଣୀ ସଫଳତା ପାଇଛନ୍ତି। ଫଳାଫଳ ଘୋଷଣା ପରେ ୩ ଭଉଣୀଙ୍କ ସଫଳତା ସାରା ଦେଶରେ ଆଲୋଚନା ହେଉଛି।
ଭୟଙ୍କର କାର୍ ଦୁର୍ଘଟଣା କାରଣରୁ ସ୍ୱାମୀ କୋମାକୁ ଚାଲିଗଲେ । ଯେନେତେନ କରି ଲୋକଙ୍କ ସହାୟତାରେ ସ୍ୱାମୀଙ୍କୁ ୩ ବର୍ଷ ପରେ କୋମାରୁ ସୁସ୍ଥ ଭାବେ ଫେରିପାଇଲେ ସ୍ତ୍ରୀ । ଏବେ ଲୋକଙ୍କ ପାଖରୁ ଆଣିଥିବା ପ୍ରତିଟି ସହାୟତା ରାଶିକୁ ଶୁଝିବାକୁ ନିଷ୍ପତ୍ତି ନେଲେ ସ୍ତ୍ରୀ । ଗୋଟେ ଅଧେ ଟଙ୍କା ନୁହେଁ, ବରଂ ଲୋକଙ୍କୁ ୨୧ ଲକ୍ଷ ଟଙ୍କା ଫେରାଇବେ ଜଣେ ଚାଇନିଜ୍ ମହିଳା ।
ବାପା ଚାଲିଗଲେ, ମାଆଙ୍କୁ ଲିଭର ସିରୋସିସ୍ ରୋଗ । ଯାହା ଯେତିକି ଟଙ୍କା ଥିଲା ସେତିକିରେ କଷ୍ଟରେ ଚଳୁଥିଲା ପରିବାର । ଏବେ ଡାକ୍ତର କହୁଛନ୍ତି ଚିକିତ୍ସା ଲାଗି ଦରକାର ଅଧିକ ଟଙ୍କା । ଏମିତି ସ୍ଥିତିରେ ମାଆ କହୁଛି ମୋର କିଛି ହେଲେ ମୋ ପିଲାଙ୍କ ଦାୟିତ୍ୱ ନେବ କିଏ ?
ମୃତକ ଜଣକ ହେଲେ ବିହାର ଅଞ୍ଚଳର ସୋହେଲ ମନସୁର । କଟକ ଏସ୍ସିବି ଟ୍ରମା ଆଇସିୟୁରେ ଚାଲିଥିଲା ଚିକିତ୍ସା
ଯଦି ଆପଣ ରିଲ୍ କରୁଛନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ଭୁଲ୍ରେ ଯଦି ଆପଣ ରିଲ୍ କରିବା ସମୟରେ କୌଣସି ନିୟମ ଭାଙ୍ଗିବେ, ହୁଏତ ଏଥିପାଇଁ ଆପଣଙ୍କୁ ଜେଲ୍ ହୋଇପାରେ।
ପରିବାରର ମୂଲ୍ୟବୋଧ ବୁଝିବା ସହ, ପରକୀୟା ସମ୍ପର୍କରେ ଲିପ୍ତ ନହୋଇ ହସଖୁସିରେ ଜୀବନ ବିତାଇବାକୁ, ଏକ ସଂସ୍ଥା ଏଭଳି ନିୟମ କରିଛି ।
'ଆଦିପୁରୁଷ'ରେ ସଂଳାପକାର ମନୋଜ ଏଭଳି ଅନେକ ସଂଳାପ ଲେଖିଛନ୍ତି, ଯେଉଁଥିପାଇଁ ଦର୍ଶକ ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ସେ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଦର୍ଶକମାନେ ଅଭିଯୋଗ କରିଛନ୍ତି। ଦର୍ଶକଙ୍କ ଠାରୁ ସେ ଯେଉଁ ସମାଲୋଚନାର ଶିକାର ହେଉଛନ୍ତି ତାହା ଉପରେ ମନୋଜ ପ୍ରତିକ୍ରିୟା ରଖିଛନ୍ତି।
ଏମିତି ବି ଥାଆନ୍ତି ଚୋର...ସ୍ଥାନୀୟ ଅଞ୍ଚଳର ଯୁବକ ଅଭିଯୋଗ କରିବା ପରେ ପୋଲିସ୍ ଯାଞ୍ଚ ଆରମ୍ଭ କରିଛି
ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ହସ୍ପିଟାଲ ଭିତରେ ସ୍କୁଟର...ହ୍ୱିଲ ଚେୟାର ନମିଳିବାରୁ ସ୍କୁଟରରେ ହସ୍ପିଟାଲର ୩ ମହଲା ଉପରକୁ ଗଲେ ରୋଗୀ ।