/odishatv-khabar/media/post_attachments/uploadimage/library/16_9/16_9_0/car_1686995572.jpg)
car
VIP ଚୋର.. VVIP ନମ୍ବର ନମ୍ବର ଥିବା ଗାଡ଼ିରେ ଆସି ଚୋରି । ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । VVIP ନମ୍ବର ଥିବା କାରରେ ଆସି ଛେଳି ଧରି ଚମ୍ପଟ୍ ମାରିଲେ ଚୋର । ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଥାନାକୁ ଯାଇ ଅଭିଯୋଗ କରିଥିଲେ । ମାମଲା ଦାଏର୍ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଲକ୍ଷ୍ନୌର ଗୌତମୀନଗର ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏକ ଛେଳି ବାହାରେ ଚରୁଥିବା ବେଳେ ହଠାତ ସେଠାକୁ ଆସି ରହିଥିଲା ଏକ VVIP ନମ୍ବର ଥିବା ଗାଡ଼ି । ଆଉ ଗାଡ଼ିରୁ ଜଣେ ଯୁବକ ବାହାରି ସେଠାରେ କିଛି ସମୟ ବୁଲାବୁଲି କରିବା ପରେ ସମୟ ସୁଯୋଗ ଦେଖି ଛେଳିକୁ କାର୍ ଭିତରକୁ ଟେକି ନେଇଥିଲେ । ଆଉ ତା’ପରେ ଘଟଣାସ୍ଥଳରୁ ଫେରାର ମାରିଥିଲେ ।
कितने शौक से कार खरीदी होगी, VVIP नंबर लिया होगा... ये सोचकर की उससे बकरा चुराने जाएंगे?
लखनऊ के पॉश इलाके गोमतीनगर में एक बकरे की चोरी का मामला सामने आया है। आरोप है कि VVIP नंबर वाली एक कार पर सवार युवक, बकरा लेकर फरार हो गया। मालिक की शिकायत के बाद पुलिस जांच में जुटी।… pic.twitter.com/SXKRfGxp3q
— UP Tak (@UPTakOfficial) June 16, 2023
ସିସିଟିଭିରେ କଏଦ୍ ମାମଲା
ଏହି ଘଟଣା ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, କିଛି ଯୁବକ ରାସ୍ତାରେ ବୁଲାବୁଲି କରିବା ପରେ ହଠାତ୍ ଛେଳିକୁ ନେଇ ଚମ୍ପଟ୍ ମାରୁଛନ୍ତି । କାରର ନମ୍ବର ପ୍ଲେଟ୍ ହେଉଛି UP 78 BV 9000 ।
ଯାଂଚ କରୁଛି ପୋଲିସ୍
ଆରିଫ୍ ନାମକ ଯୁବକ ଅଭିଯୋଗ କରିବା ପରେ ପୋଲିସ୍ ଯାଞ୍ଚ ଆରମ୍ଭ କରିଛି । ଏହି ମାମଲାରେ ଲକ୍ଷ୍ନୌ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ କେତେଦୂର ସକ୍ଷମ ହେବ, ତାହା ଦେଖିବାକୁ ବାକି ରହିଲା । ଏଥି ସହିତ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)