• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ (Joe Biden) ନିଜ ଅଭିଭାଷଣକୁ ନେଇ ପୁଣି ଚର୍ଚ୍ଚାରେ । ଅନେକ ସମୟରେ ଭୁଲ ଭାଷଣ ଦେଇ ସମାଲୋଚନାର ଶିକାର ହେଉଥିବା ବାଇଡେନ୍‌ ପୁଣି ଏକ ତ୍ରୁଟି କରିଛନ୍ତି । ନିକଟରେ କନେକ୍ଟିକଟର୍‌ ହାର୍ଟଫୋର୍ଡ ୟୁନିଭରସିଟି କ୍ୟାମ୍ପସରେ ' Gun Control ' ପ୍ରସଙ୍ଗରେ ଭାଷଣ ଦେଉଥିଲେ, ହେଲେ ଶେଷରେ ସେ କହିଥିବା ଶବ୍ଦର ଭିଡିଓ କ୍ଲିପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବାଇଡେନ୍‌ ତାଙ୍କ ଭାଷଣର ଶେଷରେ କହିଛନ୍ତି, 'God save the Queen', Man " ତେବେ ବାଇଡେନ୍‌ ଏପରି କାହିଁକି କହିଲେ, ଅଧିକାଂଶ ଲୋକ ବୁଝିପାରୁ ନାହାଁନ୍ତି । କାରଣ ଭାଷଣ ପରେ ସେହି ଶବ୍ଦ ଗୁଡ଼ିକର ଯଥାର୍ଥତା କେହି ବୁଝି ପାରୁନାହାନ୍ତି ।

ବାଇଡେନ୍‌ଙ୍କ ଭାଷଣକୁ ନେଇ ଚର୍ଚ୍ଚା

ୟୁଏସ୍ ଟୁଡେ ରିପୋର୍ଟ ଅନୁଯାୟୀ, ଜୋ ବାଇଡେନ୍ ଆମେରିକାରେ Gun violence ଓ ଅପରାଧ ବୃଦ୍ଧି ସମ୍ପର୍କରେ ଭାଷଣ ଦେଉଥିଲେ । ଏହି ପ୍ରସଙ୍ଗରେ ପ୍ରାୟ ୩୦ ମିନିଟ୍ ପାଇଁ ଭାଷଣ ଦେଇଥିଲେ । ଭାଷଣର ଶେଷରେ ଆମେରିକାର ରାଷ୍ଟ୍ରପତି God Save the Queen ‘ଭଗବାନ ରାଣୀଙ୍କୁ ରକ୍ଷା କରନ୍ତୁ’ କହି ସେଠାରେ ବସିଥିବା ଦର୍ଶକଙ୍କୁ ଦ୍ୱନ୍ଦରେ ପକାଇଥିଲେ । ତାଙ୍କ ଭାଷଣର କ୍ଲିପ୍ ଭାଇରାଲ ହେବା ପରେ ଟ୍ୱିଟରରେ #GodSavetheQueen ଟ୍ରେଣ୍ଡ କରୁଛି । ଅନେକ ଆମେରିକୀୟ ନାଗରିକ, ସାମ୍ବାଦିକ ଏବଂ ରାଜନୈତିକ ବିଶେଷଜ୍ଞମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ବାଇଡେନ କାହିଁକି ଏପରି କହିଲେ.. କାରଣ ତାଙ୍କ କହିବା କଥା କେହି କିଛି ବୁଝି ପାରୁନାହାନ୍ତି ।

ଟ୍ୱିଟରରେ ଭାଷଣକୁ ନେଇ ମିମ୍ସ

ବାଇଡେନ୍‌ଙ୍କ ଭାଷଣ ପରେ ଅନେକ ୟୁଜର ତାଙ୍କୁ ସମାଲୋଚନା କରୁଛନ୍ତି । ଏନେଇ ଅନେକ ପ୍ରକାର ମିମ୍ସ କରି ପୋଷ୍ଟ ମଧ୍ୟ କରୁଛନ୍ତି । ଜଣେ ୟୁଜର କହିଛନ୍ତି, ରାଣୀ ଆରପାରିକୁ ଚାଲିଯାଇଥିବା କଥା ବୋଧହୁଏ ସେ ଭୁଲି ଯାଇଛନ୍ତି ।