Advertisment

ଏହିସବୁ ସ୍ଥାନରେ ରିଲ୍‌ କରୁଛନ୍ତି କି ? ରୁହନ୍ତୁ ସତର୍କ ! ନଚେତ୍‌ ହୋଇପାରେ ଜେଲ୍‌...

ଯଦି ଆପଣ ରିଲ୍‌ କରୁଛନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ଭୁଲ୍‌ରେ ଯଦି ଆପଣ ରିଲ୍‌ କରିବା ସମୟରେ କୌଣସି ନିୟମ ଭାଙ୍ଗିବେ, ହୁଏତ ଏଥିପାଇଁ ଆପଣଙ୍କୁ ଜେଲ୍‌ ହୋଇପାରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dont make instagram reels in these places

Dont make instagram reels in these places

ଇନଷ୍ଟାଗ୍ରାମରେ ରିଲ୍ସ କରିବା ନିଶା ଆଜିକାଲିର ଯୁବପିଢ଼ିଙ୍କୁ ବେଶୀ ଘାରିଛି। ଅନେକ ଲୋକ ରିଲ୍ସ କରିବା ଚକ୍କରରେ ନିଜ ଜୀବନକୁ ବିପଦ ମୁହଁକୁ ଠେଲିବା ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଉଥିବା ଦେଖିବାକୁ ମିଳିଛି। ଅନେକ ଥର ଏମିତି ଘଟଣା ମଧ୍ୟ ଘଟିଛି, ରିଲ୍‌ କରୁଥିବା ବ୍ୟକ୍ତି ଜଣକ ମୃତ୍ୟୁମୁଖକୁ ଠେଲି ହୋଇଯାଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଅନେକ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାକୁ ବେଖାତିର୍‌ କରି କିଛି ଲୋକ ରିଲ୍ସ କରୁଥିବା ନଜର ଆସିଛି। 

Advertisment

ଯଦି ଆପଣ ରିଲ୍‌ କରୁଛନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ଭୁଲ୍‌ରେ ଯଦି ଆପଣ ରିଲ୍‌ କରିବା ସମୟରେ କୌଣସି ନିୟମ ଭାଙ୍ଗିବେ, ହୁଏତ ଏଥିପାଇଁ ଆପଣଙ୍କୁ ଜେଲ୍‌ ହୋଇପାରେ। ଏହାସହ ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ। ଜାଣନ୍ତୁ, କେଉଁସବୁ ସ୍ଥାନରେ ରିଲ୍‌ କଲେ ଆପଣଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ।

ରେଲ୍‌ୱେ ଟ୍ରାକ୍‌ରେ ରିଲ୍‌ କରିବା ଅପରାଧ...

ଆପଣମାନେ ଅନେକ ଥର ଦେଖିଥିବେ, କିଛି ପିଲା ରେଲ୍‌ୱେ ଟ୍ରାକ୍‌ ଉପରେ ଷ୍ଟଣ୍ଟ କରି ରିଲ୍‌ କରିଥାନ୍ତି। ଯାହାକି ବିପଦପୂର୍ଣ୍ଣ। ଏଥିରେ ଆପଣ ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ମୃତ୍ୟୁମୁଖକୁ ଠେଲୁଛନ୍ତି। ଏଥିପାଇଁ କେବେବି ରେଲ୍‌ୱେ ଟ୍ରାକ୍‌ ଉପରେ ଷ୍ଟଣ୍ଟ ହେଉ କିମ୍ବା ଅନ୍ୟ କୌଣସି ରିଲ୍‌ ଭୁଲ୍‌ରେ କରନ୍ତୁ ନାହିଁ।

Advertisment

ଚଳନ୍ତା ବାଇକ୍‌ ଓ କାର୍‌ରେ ଷ୍ଟଣ୍ଟ କରନ୍ତୁ ନାହିଁ...

ଯଦି ରାସ୍ତାରେ ଚଳନ୍ତା ବାଇକ୍‌ କିମ୍ବା କାର୍‌ରେ ରିଲ୍‌ କରୁଛନ୍ତି, ହୁଏତ ଆପଣଙ୍କର ଚାଲାଣ କଟିପାରେ। ଯଦି ଏହି ସମୟରେ ପୋଲିସ୍‌କୁ ଦୁର୍ବ୍ୟବହାର କରୁଛନ୍ତି, ହୁଏତ ଏଥିପାଇଁ ଜେଲ୍‌ ଯିବାକୁ ମଧ୍ୟ ପଡ଼ିପାରେ।

ସମ୍ବେଦନଶୀଳ ସ୍ଥାନରେ ରିଲ୍‌ କରିବା ଅପରାଧ...

ଦେଶରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ସରକାରା ନିୟମ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଭିଡିଓ କରିବା ଉପରେ କଟକଣା ଲଗାଯାଇଛି। ଯଦି ଏସବୁ ସ୍ଥାନରେ ଆପଣ ରିଲ୍‌ କରୁଛନ୍ତି, ତା’ହେଲେ ଆପଣଙ୍କୁ କଡ଼ା ସଜା ମିଳିପାରେ। ଏହାସହ ଦ୍ୱିତୀୟ ଥର ପାଇଁ ଆପଣଙ୍କୁ ଏହି ସ୍ଥାନକୁ ଯିବା ପାଇଁ ରୋକ୍‌ ଲାଗିପାରେ। 

Advertisment
Advertisment