• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରେମ ପାଇଁ କିଏ ସାତ ସମୁଦ୍ର ପାର୍‌ ହୋଇଯାଉଛି ତ କେହି କେହି ଜୀବନ ଦେବାକୁ ପଛାଉ ନାହିଁ । ପ୍ରେମିକର ଗୋଟିଏ ଝଲକ ପାଇବା ପାଇଁ ୭୦୦ କି.ମି ରାସ୍ତା ପାର୍‌ କରିଛି ନାବାଳିକା ପ୍ରେମିକା । ଶେଷରେ ପ୍ରେମିକ ଦେଖା କରିବାକୁ ମନା କରିବାରୁ ହାତ କାଟିଦେଲା ପ୍ରେମିକା । ହାତ କାଟି ଥାନାରେ ପହଞ୍ଚିଲା ନାବାଳିକା । ଏଭଳି ଘଟଣା ଉତ୍ତରପ୍ରଦେଶ କାନପୁର୍‌ ଜିଲ୍ଲାର ଦେହାତ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, ପ୍ରେମିକ ଜଣକ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ପ୍ରାଇଭେଟ୍‌ କମ୍ପାନୀରେ ଚାକିରି କରୁଥିଲେ । ସେଠାରେ ତାଙ୍କର ଜଣେ ନାବାଳିକାଙ୍କ ସହ ଭେଟ ହୋଇଥିଲା । ପ୍ରଥମେ ସାଙ୍ଗ, ତା’ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ ପୁଅ ଘରେ ଜାଣିବାକୁ ପାଇଥିଲେ । ଝିଅଟି ନାବାଳିକା ଜାଣିବା ପରେ ପୁଅକୁ ଝିଅ ସହ ନ ମିଶିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଯୁବକ ମଧ୍ୟ ଝିଅ ସହ କଥା ହେବା ବନ୍ଦ କରିଦେଇଥିଲା ।

ଯେତେବେଳେ ପ୍ରେମିକ ସହ କଥାବାର୍ତ୍ତା ବନ୍ଦ ହୋଇଗଲା, ଝିଅଟି ପୁଅ ଘରକୁ ଯାଇ ତାକୁ ଦେଖା କରିବାକୁ ନିଷ୍ପତ୍ତି ନେଲା । ପ୍ରେମିକକୁ ଦେଖା କରିବା ପାଇଁ ୭୦୦ କି.ମି ଯାତ୍ରା କରି ଉତ୍ତରପ୍ରଦେଶ କାନପୁରର ଝିଁଝକ ଗାଁରେ ପହଞ୍ଚିଥିଲା । ବହୁ କଷ୍ଟରେ ସେ ପୁଅର ଠିକଣା ଖୋଜି ପାଇଥିଲା । ହେଲେ ଦୁର୍ଭାଗ୍ୟର କଥା ଏହା ଯେ, ପ୍ରେମିକାକୁ ଦେଖା କରିବା ପାଇଁ ମନା କରିଦେଲା ପ୍ରେମିକ । ଏହାପରେ କଣ କରିବ ଭାବି ଶେଷରେ ହାତ କାଟିଦେଲା ନାବାଳିକା । 

ହାତ କାଟିବା ପରେ ନାବାଳିକାଟି ଥାନାରେ ପହଞ୍ଚିଥିଲା । ଝିଅକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଥାନା ଅଧିକାରୀ । ଝିଅଟି ସେଠାରେ ବୋହସ ହୋଇଯିବା ପରେ ଥାନା ଅଧିକାରୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହାପରେ ପୁଅକୁ ଡାକି ଘଟଣା ବିଷୟରେ ପଚରା ଉଚରା କରିଥିଲେ ।