• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ଅଫିସ୍‌ରେ ପରକୀୟା ପ୍ରୀତି ରଖିଲେ ଚାକିରିରୁ ବିଦା ହେବେ । କାରଣ ଅଫିସ୍‌ରେ ପରକୀୟ ପ୍ରୀତି, ଅଫିସ୍‌ ବାତାବରଣକୁ ଖରାପ କରିଥାଏ । ଏହାସହ କାମ ମଧ୍ୟ ପ୍ରଭାବିତ ହୋଇଥାଏ । କର୍ମଚାରୀମାନେ କାମ କରିବା ପରିବର୍ତ୍ତେ ଅଯଥା ଆଲୋଚନା ବେଶି କରିଥାନ୍ତି । ଖାଲି ସେତିକି ନୁହେଁ, ପରକୀୟା ପ୍ରତି ପାରିବାରିକ ସମ୍ପର୍କକୁ ବି ଖରାପ କରିଥାଏ । ତେଣୁ ପରିବାରର ମୂଲ୍ୟବୋଧ ବୁଝିବା ସହ, ପରକୀୟା ସମ୍ପର୍କରେ ଲିପ୍ତ ନହୋଇ ହସଖୁସିରେ ଜୀବନ ବିତାଇବାକୁ, ବିଭିନ୍ନ ସଂସ୍ଥା ଏଭଳି ନିୟମ କରିଛି ।

ଏହି ନିୟମ ଅଧାରରେ କୌଣସି ବ୍ୟକ୍ତି ଅଫିସ୍‌ରେ ପରକୀୟା ପ୍ରୀତି ରଖିପାରିବେ ନାହିଁ, ଏହାସହ କୌଣସି ମହିଳାଙ୍କ ସହ ଖରାପ ବ୍ୟବହାର ମଧ୍ୟ କରିପାରିବେ ନାହିଁ । ଏମିତିକି ଅଫିସ୍‌ରେ ଭଲ କର୍ମଚାରୀ ହୋଇ ରହିବାକୁ ଚେଷ୍ଟା କରିବେ ଓ ଆପଣଙ୍କ ଡିଭୋର୍ସ ନହେବା ଦରକାର । ଏହି ସବୁ ନିୟମରେ ଯଦି କୌଣସି ବ୍ୟକ୍ତି ବା କର୍ମଚାରୀ ଟିକେ ବି ଖିଲାପ କରନ୍ତି, ତେବେ ସେମାନଙ୍କୁ ଚାକିରିରୁ ଡିସ୍‌ମିସ୍‌ କରାଯିବ । 

ତେବେ ଆପଣ ଏବେ ଭାବୁଥିବେ ଏତେ ସବୁ କଡ଼ା ନିୟମ କେଉଁ ଅଫିସ୍‌ ବା କେଉଁ ସଂସ୍ଥା ଲାଗୁ କରିଛି । ଆମେ ଆପଣଙ୍କୁ ଆଉ ଅଧିକ ଦ୍ୱନ୍ଦ୍ୱରେ ରଖିବାକୁ ଚାହୁଁନୁ । ଏହି କଡ଼ା ନିୟମ ଚାଇନାର ଝେଜିଆଙ୍ଗରେ ଥିବା ଏକ ସଂସ୍ଥା ଲାଗୁ କରିଛି । ଗତ ଜୁନ୍‌ ୯ରେ ଏନେଇ ଉକ୍ତ ସଂସ୍ଥା ଏକ ନୋଟିସ ଜାରି କରିଛି।

ଆପଣ ଆଗରୁ ବି ଶୁଣିଥିବେ ଚାଇନାରେ ଏଭଳି ଅନେକ କମ୍ପାନୀ ବା ସଂସ୍ଥା ରହିଛି, ଯାହାର ଅଜବ ନିୟମ କାନୁନକୁ ନେଇ ପୁରା ବିଶ୍ୱରେ ଚର୍ଚ୍ଚା ହୋଇଥାଏ । କାରଣ ଚାଇନା ଏମିତି କିଛି ନିୟମ ଆପଣାଇଥାଏ, ଯାହା ସାଧାରଣ ଲୋକଙ୍କୁ ଆପଣାଇବାକୁ କଷ୍ଟ ହୋଇଥାଏ । ଏମିତିକି ସେହି ସବୁ ନିୟମ ଅଜବ ଧରଣର ହୋଇଥାଏ ।

ଏବେ ଅଫିସ୍‌ରେ ପରକୀୟା ପ୍ରୀତି ନରଖିବାକୁ ନେଇ ଯେଉଁ ନିୟମ କରାଯାଇଛି, ତାକୁ ନେଇ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରତ୍ୟେକ କର୍ମଚାରୀଙ୍କ ମଧ୍ୟରେ ଏକ ପ୍ରକାର ଭାଳେଣି ପଡ଼ିଯାଇଛି ।

ତେବେ କମ୍ପାନୀର ଏଭଳି ନିୟମକୁ ଆଇନ ବିଶେଷଜ୍ଞମାନେ ନାପସନ୍ଦ କରିଛନ୍ତି । କହିଛନ୍ତି ଏହା ଜଣକ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ହେଲା ଭଳି କଥା । ଜଣଙ୍କର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରି ତାର ଅଧିକାର ଛଡ଼ାଇନେବା ଭଳି ଏହି ନିୟମ କରାଯାଇଛି ।

ଅନ୍ୟପଟେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ନିୟମ ଲାଗୁ ହେବା ଦ୍ୱାରା ଅଫିସ୍‌ରେ ଭଲ ଏବଂ ବିଶ୍ୱାସର ବାତାବରଣ ରହିବ, ପରିବାରରେ ଅଶାନ୍ତ ଦେଖାଦେବ ନାହିଁ । ଏମିତିକି ଅଫିସ୍‌ରେ କାମରେ ସମସ୍ତେ ଶତପ୍ରତିଶତ ମନ ଦେଇପାରିବେ । ସେପଟେ ସୋସିଆଲ ମିଡିଆରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।