/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686993651.jpg)
Medical Negligence
ବଡ଼ ଡାକ୍ତରଖାନାରେ ହ୍ୱିଲଚେୟାର ଅଭାବ । ଗୋଡ଼ ଭାଙ୍ଗିଥିବା ପୁଅକୁ ସ୍କୁଟରରେ ବସାଇ ହସ୍ପିଟାଲର ତୃତୀୟ ମହଲା ଉପରକୁ ଯିବା ପାଇଁ ବାଧ୍ୟହେଲେ ଓକିଲ । ରାଜସ୍ଥାନର କୋଟା ଡିଭିଜନର ସବୁଠୁ ବଡ ଡାକ୍ତରଖାନାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ହସ୍ପିଟାଲର କର୍ମଚାରୀମାନେ ଏ ସମ୍ପର୍କରେ ଅବଗତ ହେବା ପରେ ସେଠାରେ ଉତ୍ତେଜନା ଦେଖା ଦେଇଛି । ହସ୍ପିଟାଲରେ ଏହି ବିଶୃଙ୍ଖଳା ଦେଖି ବିଭାଗୀୟ କମିଶନର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସ୍କୁଟରରେ ବସାଇ ପୁଅକୁ ତୃତୀୟ ମହଲାକୁ ନେଇଥିବା ଓକିଲ ମନୋଜ ଜେନା କହିଛନ୍ତି, ମୋ ପୁଅର ଗୋଡ଼ ଭାଙ୍ଗି ଯାଇଥିଲା । ହେଲେ ହସ୍ପିଟାଲରେ ପହଞ୍ଚିବା ବେଳକୁ ସେଠାରେ ହ୍ୱିଲଚେୟାର ଗୋଟିଏ ଯୋଗାଡ଼ କରି ପାରିଲେନି କର୍ତ୍ତୃପକ୍ଷ । ଶେଷରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ମୁଁ ପଚାରିଥିଲି,ମୋ ପାଖରେ ଇଲେକ୍ଟ୍ରିକ୍ ସ୍କୁଟର ଅଛି , ଯାହା ଶବ୍ଦ କରେ ନାହିଁ । ସେଥିରେ ପୁଅକୁ ନେଇ ଯାଇପାରିବି କି ’। ଆଉ ତାଙ୍କ କଥାରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ଜଣକ ଅନୁମତି ଦେଇଥିଲେ ।
ହେଲେ ସେ ଫେରିବା ସମୟରେ ୱାର୍ଡ ଇନଚାର୍ଜ ତାଙ୍କୁ ଅଟକାଇବା ସହ ଗାଡ଼ିର ଚାବି ବାହାର କରିନେଇଥିଲେ । ଗାଡ଼ି କାହିଁକି ଆଣିଥିଲ କହି ଅନେକ କଥା କହିଥିଲେ । ଆଉ ତା’ପରେ ହସ୍ପିଟାଲ ଭିତରେ ଉଭୟଙ୍କ ମଧ୍ୟରେ ଏକଥାକୁ ନେଇ କଥା କଟାକଟି ଆରମ୍ଭ ହୋଥିଲା । ଏତେ ବଡ଼ ହସ୍ପିଟାଲରେ ହ୍ୱିଲଚେୟାର ଗୋଟାଏ ନାହିଁ ବୋଲି ପାଟତୁଣ୍ଡ କରିଥିଲେ ଓକିଲ ଜଣକ ।
ଏହି ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଓ ଆପୋଷ ବୁଝାମଣା ପରେ ଘଟଣାରର ସମାଧାନ ହୋଇଯାଇଛି ।
କ’ଣ କହୁଛି ହସ୍ପିଟାଲ ପ୍ରଶାସନ ?
ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ ଡକ୍ଟର କର୍ଣ୍ଣେଶ ଗୋୟଲ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ଏଭଳି ଏକ ସଙ୍ଗୀନ ମାମଲା ନଜରକୁ ଆସିଥିବା ସେ ସ୍ୱୀକାର କରିଛନ୍ତି । ହସ୍ପିଟାଲ କର୍ମଚାରୀମାନେ ସ୍କୁଟିରେ ରୋଗୀକୁ ଆଣିବାକୁ କହିଥିଲେ, କିନ୍ତୁ ୩ ମହଲା ଉପରକୁ ନେବା ପାଇଁ ଅନୁମତି ଦିଆଯାଇ ନଥିବା ସଫେଇ ଦେଇଛନ୍ତି । ହ୍ୱିଲ୍ ଚେୟାର ପାଇଁ ସରକାରଙ୍କୁ ଚିଠି ଲେଖାଯାଇଛି, ଏବେ ହସ୍ପିଟାଲରେ ହ୍ୱିଲଚେୟାର ନାହିଁ । କିନ୍ତୁ ଏପରି ସ୍କୁଟରରେ ୩ ମହଲା ଉପରକୁ ରୋଗୀକୁ ନେବା ଠିକ୍ ନୁହେଁ । ତାଙ୍କୁ ଦେଖିବା ପରେ ଅନ୍ୟ ଲୋକମାନେ ମଧ୍ୟ ଗାଡ଼ିରେ ନିଜ ନିଜ ରୋଗୀଙ୍କୁ ନେବା ପାଇଁ ଅଡ଼ି ବସୁଛନ୍ତି । ହେଲେ ହସ୍ପିଟାଲ ଭିତରକୁ ସ୍କୁଟର ଆଣିବା ପାଇଁ ଅନୁମତି ନାହିଁ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)