Advertisment

Success Story: ଏକାବେଳେ ସଫଳତା; ଡାକ୍ତର ହେବେ ୩ ଭଉଣୀ

ପରିବାରରେ ଖୁସିର ଲହରୀ। NEET ପରୀକ୍ଷାରେ ଏକାବେଳେ ୩ ଭଉଣୀ ସଫଳତା ପାଇଛନ୍ତି। ଫଳାଫଳ ଘୋଷଣା ପରେ ୩ ଭଉଣୀଙ୍କ ସଫଳତା ସାରା ଦେଶରେ ଆଲୋଚନା ହେଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Three sisters clear neet exam together

Three sisters clear neet exam together

ଡାକ୍ତର ହେବାକୁ ହେଲେ NEET ପରୀକ୍ଷା ପାଶ୍ କରିବାକୁ ପଡିଥାଏ। ଗୋଟିଏ ପରିବାରରୁ ଯଦି କେହି ଜଣେ ଡାକ୍ତରୀ ପାଇଯାଆନ୍ତି ତେବେ ସେ ପରିବାର ପାଇଁ ଏହା ଏକ ବିଶେଷ ଖୁସିର ମୁହୂର୍ତ୍ତ ହୋଇଥାଏ। ତେବେ ଥରେ ଭାବନ୍ତୁ ତ ଯଦି ଗୋଟିଏ ପରିବାରରେ ୩ ଜଣ ପିଲା ଏହି ସୁଯୋଗ ପାଇଯାଆନ୍ତି ସେ ପରିବାରରେ କେତେ ଖୁସିର ମାହୋଲ ଖେଳି ନଥିବ।

Advertisment

ବର୍ତ୍ତମାନ ଗୋଟିଏ ପରିବାରର ୩ ଜଣ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ସେମାନେ ଏବେ ଡାକ୍ତର ହେବାକୁ ଅଧ୍ୟୟନ କରିବେ। ସବୁଠାରୁ ବିଶେଷ କଥା ହେଉଛି ଏହି ତିନି ଭଉଣୀ ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ୩ ଭଉଣୀ ହେଲେ ଅର୍ବିଶ, ରୁବ୍‌ତା ବଶିର ଏବଂ ତୁବା ବଶିର। ସେମାନେ ମୂଳତଃ ଶ୍ରୀନଗରର ନୈସେରାରୁ ଆସିଛନ୍ତି।

NEET ପରୀକ୍ଷାର ଫଳାଫଳ ଘୋଷଣା ପରେ ଏବେ ଏହି ୩ ଭଉଣୀଙ୍କ ସଫଳତା ସାରା ଦେଶରେ ଆଲୋଚନା ହେଉଛି। ଅର୍ବିଶ, ରୁବ୍‌ତା ଓ ତୁବା ସମସ୍ତେ ସମ୍ପର୍କୀୟ ଭଉଣୀ। ନିଜ ସଫଳତାକୁ ନେଇ ଅର୍ବିଶ କୁହନ୍ତି ଯେ “ବହୁତ ଖୁସି ଲାଗୁଛି। ଆମ ପରିବାରରେ ଏପର୍ଯ୍ୟନ୍ତ କେହି ଡାକ୍ତର ହୋଇ ନଥିଲେ। ମୋର ନିଜର ଏକ ସ୍ୱପ୍ନ ଥିଲା ଯେ ମୁଁ ଡାକ୍ତର ହେବି। ବାପାମାଆ ଆରମ୍ଭରୁ ଆମକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ଯେଉଁଥିପାଇଁ ଆମେ ଆଜି ଡାକ୍ତର ହେବାକୁ ପ୍ରସ୍ତୁତ ଅଛୁ।”

Advertisment

NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ରୁବ୍‌ତା କହିଛନ୍ତି ଯେ “ଆମେ ଏକାଦଶରୁ NEET ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲୁ। ଖୁବ୍ ଭଲ ହେଲା ଯେ ଆମେ ପ୍ରଥମ ପ୍ରୟାସରେ ସଫଳତା ପାଇଗଲୁ। ଆମ ସଫଳତାର ଶ୍ରେୟ ଆମର ବାପାମାଆଙ୍କୁ ଯାଉଛି। ସେମାନେ ପିଲାଦିନରୁ ଆମକୁ ସମର୍ଥନ କରିଆସୁଛନ୍ତି।”

ଅନ୍ୟପକ୍ଷରେ ତୁବା ବଶୀର କହିଛନ୍ତି ଯେ “ଆମେ ସମସ୍ତେ ଏକାଠି NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛୁ କାରଣ ଆମେ ପୂର୍ବରୁ ସାଙ୍ଗ ହୋଇ ସ୍କୁଲ୍‌ ଓ କୋଚିଂ ଯାଉଥିଲୁ। ଆମେ ଭାବୁଥିଲୁ ଯେ ଆମେ MBBS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତର ହେବୁ। ମୁଁ ବହୁତ ଖୁସି କାରଣ ମୁଁ କଠିନ ପରିଶ୍ରମ କରି ସଫଳତା ପାଇଛି।

Inspirational Story Success Story
Advertisment
Advertisment