ଦେଢ କୋଟି ଟଙ୍କାରେ ବସଷ୍ଟାଣ୍ଡ ନିର୍ମାଣ ହେଲା, ଥରେ ହେଲେ ବି ବସ୍ ଗଡିଲାନି । ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ହେବା ସହିତ ଗାଈଗୋରୁଙ୍କ ଗୋଚର ଭୂମି ପାଲଟିଲାଣି।
କାର୍ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍ ବାବୁ। ଡେଟ୍ରୋଇଟ୍ ବୋର୍ଡ ଅଫ୍ ପୋଲିସ୍ କମିଶନର ବ୍ରିଆନ୍ ଫର୍ଗୁସନ୍ କାର୍ ଭିତରେ ଜଣେ ଦେହଜୀବୀଙ୍କ ସହ ଧରାପଡ଼ିବା ପରେ ଚାକିରିରୁ ଇସ୍ତଫା ଦେଇଛନ୍ତି।
ଇଏ କେମିତିକା ପ୍ରେମ? ଗାଁରେ ଦେଖା ହେବା ପରେ ବାହାଘର ହେଲା...୩ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ସ୍ୱାମୀ ପଳାଇଲା । ଗଲା ଯେ ଆଉ ଫେରିଲାନି...ଏକା ଏକା ଦିବ୍ୟାଙ୍ଗ ଝିଅକୁ ନେଇ ବଡ଼ କଷ୍ଟରେ ବଞ୍ଚୁଛନ୍ତି ମମତା ।
ଗୋଟିଏ ଗୋଡ ନାହିଁ...କିନ୍ତୁ ସେ ହାର ମାନିନାହାନ୍ତି । ବରଂ ଟାଣୁଛନ୍ତି କାଠ ଗାଡ଼ି...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
ଏ ସ୍କୁଲରେ କିଛି ନାହିଁ । ପିଲାଙ୍କ ଲାଗି ପାଇଖାନା ନାହିଁ କି ପାଣିର ବ୍ୟବସ୍ଥା ନାହିଁ । କେତେବେଳେ ଲାଇନ୍ ଆସୁଛି ତ ଆଉ କେତେବେଳେ ସିଏ ବି ନାହିଁ । ପାଠ ପଢା ବେଳେ ଛାତରୁ ଖସୁଛି ସ୍ଲାବ୍ । ଏମିତି ସ୍ଥିତିରେ ପିଲାଏ କହୁଛନ୍ତି ଡ୍ରେସ୍ ଦରକାର ନାହିଁ, ଭିତ୍ତିଭୂମି ଦିଅ।
ଏବେ ସୁଦ୍ଧା ଭାରତୀୟ ଦଳ ୧୬୨ ରନ୍ରେ ଆଗୁଆ ରହିଛି ।
ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ। ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିରକୁ ଯାଇ ଶପଥ ନେଇଥିଲା ଗୋପାଳ।
ଯମୁନା ନଦୀର କୂଳ ଓ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ପାଣିରେ, ଏପରିକି ଦିଲ୍ଲୀର ଅନେକ ଭିଭିଆଇପି ଅଞ୍ଚଳରେ ବି ବନ୍ୟା ପାଣି ପହଞ୍ଚିଛି ।
ଗୋପାଳ ଦାସ ହିଁ ନବ ଦାସଙ୍କୁ ହତ୍ୟା କରିଛି ବୋଲି ଚାର୍ଜସିଟ୍ରେ ଉଲ୍ଲେଖ ରହିଥିଲେ ମଧ୍ୟ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ସମ୍ପର୍କରେ କିଛି ଲେଖା ନାହିଁ।
ସୌର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଶୁକ୍ରବାର। ଚନ୍ଦ୍ର – ବୃଷ ଅହୋରାତ୍ର; ତିଥି – ୧୨ଶୀ ସନ୍ଧ୍ୟା ୦୭.୧୭ ଗତେ ୧୩ଶୀ, ଘାତ ଚନ୍ଦ୍ର– ବିଛା ଅହୋରାତ୍ର, ଘାତ ବାର– ବିଛା, ଧନୁ ଓ ମୀନ
ଓଡ଼ିଶା ସରକାରଙ୍କୁ ପକ୍ଷରୁ ଏଠିକାର ଲୋକଙ୍କୁ ୫ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଆନ୍ଧ୍ର ଏହି ରାଶିକୁ ବଢାଇ ୨୫ ଶହ ଟଙ୍କା ପର୍ଯ୍ୟନ୍ତ ଦେଇଥିବା କୁହାଯାଉଛି।
‘ମୋଦି..ମୋଦି’ ଏବଂ ‘ଭାରତ ମାତା କୀ ଜୟ’ ଧ୍ୱନିରେ ପ୍ରକମ୍ପିତ ହେଲା ପ୍ୟାରିସ ସହର। ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରବାସୀ ଭାରତୀୟଙ୍କ ଠାରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା।
ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ି ହେବ ନୂଆ ଅଧ୍ୟାୟ। ଆଉ ଏକ ଇତିହାସ ରଚିବ ଭାରତ। ଦିନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩।
ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଛନ୍ତି।
ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ସରିଛି ରିହର୍ସାଲ୍, ମିଳିଛି ଗ୍ରୀନ୍ ସିଗ୍ନାଲ୍। ଲଞ୍ଚପ୍ୟାଡରେ ତୟାର୍ ଇସ୍ରୋର 'ବାହୁବଳୀ'। ଅପେକ୍ଷା.. ଆସନ୍ତାକାଲିର 'ଚନ୍ଦ୍ରୟାନ' ମୁହୂର୍ତ୍ତକୁ।
ଚାରିଆଡ଼େ ସବୁଜିମା, ବଣ ପାହାଡ଼ ଘେରା ପରିବେଶ ଭିତରେ ଛନଛନିଆ ଗଛ ଲତା। ଆଉ ତାହାରି ଭିତରେ ଫୁର୍ତ୍ତି କରୁଛନ୍ତି ମୃଗ ଆଉ ହରିଣ ବିଲୁପ୍ତପ୍ରାୟ ବିରଳ କୃଷ୍ଣସାର ମୃଗ ବି ଅଛନ୍ତି। ଖେଳୁଛନ୍ତି, ବୁଲୁଛନ୍ତି ବେଫିକର ହୋଇ। ଏଠି ନା ହିଂସ୍ରଜନ୍ତୁୁଙ୍କ ଡର ଅଛି ନା ଶିକାରୀଙ୍କ ରହିଛି ଲୋଲୁପ ଦୃଷ୍ଟି।
ଆବେଦନକାରୀଙ୍କ ପିଟିସନ୍ ଅନୁଯାୟୀ, ରାଜ୍ୟରେ ସାମ୍ବାଦିକଙ୍କୁ କ୍ବାର୍ଟର୍ସ ମିଳିବା ନେଇ କୌଣସି ସ୍ପଷ୍ଟ ନୀତି ବି ନାହିଁ। 30ରୁ 40 ବର୍ଷ ଧରି ବହୁ ସାମ୍ବାଦିକ ନାମମାତ୍ର ମାସିକ ଭଡ଼ା ଦେଇ କ୍ୱାର୍ଟର୍ସ ମାଡ଼ି ବସିଥିଲା ବେଳେ ଇଲେକଟ୍ରୋନିକ ଓ ମହିଳା ସାମ୍ବାଦିକ ଏଥିରୁ ବଞ୍ଚିତ ହେଉଛନ୍ତି।
ଖୋର୍ଦ୍ଧା କାର୍ଯ୍ୟକାରିଣୀରେ ବିଜେଡିକୁ ଗୋଷ୍ଠୀ କନ୍ଦଳ ଚିନ୍ତା । ଚର୍ଚ୍ଚାରେ ବିଜେଡି ନେତା ପାଟଶାଣୀଙ୍କ ଟିକଟ୍ କଟା ମନ୍ତବ୍ୟ ।
ରାଜ୍ୟରେ ସ୍ଥାଣୁ ପାଲଟିଛି କି ଅଭିଯୋଗ ଶୁଣାଣି ବ୍ୟବସ୍ଥା ? ଜିଲ୍ଲା ପ୍ରଶାସନର କ୍ଷମତା ସଂକୋଚନ ଆଶଙ୍କା କରି ବର୍ଷିଲେ ବିରୋଧୀ ।
ଗୋଟିଏ କି ଦୁଇଟି ନୁହେଁ ବସ୍, ଟ୍ରକ, କାର୍ ସବୁ ଏବେ ପାଣି ଘେରରେ । କାଶ୍ମୀର ଗେଟରୁ ଆଇଟିଓକୁ ଯାଉଥିବା ବେଳେ ହଠାତ୍ ଫ୍ଲାଏଓଭର ତଳ ରାସ୍ତାରେ ପାଣି ଜମିବାରୁ ଏଭଳି ସ୍ଥିତି ଉପୁଜିଛି । କୌଣସି ବାଟ ନପାଇ ଶେଷରେ ନିଜ ନିଜ ଗାଡ଼ିକୁ ଏଠି ଥୋଇ ଲୋକେ ଆଶ୍ରୟ ନେଇଛନ୍ତି ।
ଏଥର ହେବ ତ ଛାତ୍ର ସଂସଦ ନିର୍ବାଚନ ? ନା ପୂର୍ବ ବର୍ଷଗୁଡ଼ିକ ଭଳି ସରକାର ଛାତ୍ର ସଂସଦ ନିର୍ବାଚନକୁ ଟାଳି ଦେବେ ? ଏହାକୁ ନେଇ ଛାତ୍ର ରାଜନୀତି ସରଗରମ ।
ଦୋସାରେ ସମ୍ବର ନଥିବା କାରଣରୁ ଏହି ଜରିମାନା ଦେଇଥିବା କୁହାଯାଉଛି । ଗ୍ରାହକ ଜଣକ ରେଷ୍ଟୁରାଣ୍ଟକୁ ଆସି ସ୍ପେଶାଲ୍ ମସାଲା ଦୋସା ମଗାଇଥିଲେ । ଯାହାର ମୂଲ୍ୟ ୧୪୦ ଟଙ୍କା ରହିଥିଲା ।
ଓଟିଭିର ଏହି ପ୍ରୟାସକୁ ୟୁନିଭରସିଟି ଏବଂ ପ୍ରଶିକ୍ଷାର୍ଥୀ ଉଭୟେ ପ୍ରଶଂସା କରିଛନ୍ତି।
କମ୍ପାନୀର ଇଲେକ୍ଟ୍ରିକ୍ କାର ଗୁଡିକର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହୋଇପାରେ । ଏନେଇ TELSA ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ସହିତ ଆଲୋଚନା କରୁଛି ।
ଏହାର ଅଫିସିଆଲ ୱେବ୍ସାଇଟ୍ ହେଲା, bankofmaharashtra.in. । ଆବେଦନ କରିବାର ଶେଷ ତାରିଖ ଜୁଲାଇ ୨୫ ରହିଛି ।