• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରେଷ୍ଟୁରାଣ୍ଟକୁ ପ୍ରାୟ ସମସ୍ତେ ଯାଆନ୍ତି । ରେଷ୍ଟୁରାଣ୍ଟର ଗରମାଗରମ ଖାଦ୍ୟ ଖାଇବାକୁ କାହାକୁ ଅବା ଭଲନଲାଗେ ? ଆଉ ଦୋସା କଥା କହିଲେ ତ ସରିଲା । କାରଣ ଦୋସା ପ୍ରତି ପ୍ରାୟ ସମସ୍ତଙ୍କ ଦୁର୍ବଳତା ରହିଥାଏ । ବିଶେଷ କରି ଦେସା କଥା ଉଠିଲେ ସମ୍ବରକୁ ସମସ୍ତେ ଖୋଜନ୍ତି । ଦୋସା ସହ ସମ୍ବର, ନଡ଼ିଆ ଚଟଣିକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ । ଦୋସା ସହ ଏହାକୁ ଖାଇବାକୁ ଗ୍ରାହକମାନେ ଅଧିକ ଭଲ ପାଇଥା’ନ୍ତି । ହେଲେ ବର୍ତ୍ତମାନ ସେହି ଦୋସାକୁ ନେଇ ଏକ ଖବର ଆସିଛି । ଯାହା ଜାଣିଲେ ଆପଣଙ୍କୁ ନିଶ୍ଚୟ ଚକିତ ଲାଗିବ ।

ବିହାରର ବୁକ୍ସାରର ଏକ ରେଷ୍ଟୁରାଣ୍ଟ ଜଣେ ଗ୍ରାହକଙ୍କୁ ଜରିମାନା ଗଣିବାକୁ ପଡ଼ିଛି । ସୂଚନା ମୁତାବକ ଦୋସାରେ ସମ୍ବର ନଥିବା କାରଣରୁ ଏହି ଜରିମାନା ଦେଇଥିବା କୁହାଯାଉଛି । ଗ୍ରାହକ ଜଣକ ରେଷ୍ଟୁରାଣ୍ଟକୁ ଆସି ସ୍ପେଶାଲ୍ ମସାଲା ଦୋସା ମଗାଇଥିଲେ । ଯାହାର ମୂଲ୍ୟ ୧୪୦ ଟଙ୍କା ରହିଥିଲା । ହେଲେ ସେଥିରେ ସମ୍ବର ନଥିବା କାରଣରୁ ସଂପୃକ୍ତ ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ୩୫୦୦ ଟଙ୍କା ଜରିମାନା ଦେବାକୁ ପଡିଛି ।

ସୂଚନା ଅନୁସାରେ ଏହି ଘଟଣା ଅଗଷ୍ଟ ୨୦, ୨୦୨୨ ମସିହାର । ଓକିଲ ମନୀଷ ଗୁପ୍ତା ତାଙ୍କ ଜନ୍ମଦିନ ପାଳନ କରୁଥିଲେ । ସେ ସେଥିପାଇଁ ବକ୍ସରର ନାମକ ଏକ ରେଷ୍ଟୁରାଣ୍ଟରେ ପହଞ୍ଚିଲେ । ସେଠାରେ ଏକ ୧୪୦ ଟଙ୍କା ମୂଲ୍ୟର ସ୍ୱତନ୍ତ୍ର ମସାଲା ଦୋସା ଅର୍ଡର କରିବା ପରେ ତାଙ୍କ ନିକଟରେ ଦୋସା ପହଞ୍ଚିଥିଲା । ହେଲେ ଅର୍ଡର କରାଯାଇଥିବା ଦୋସାରେ ସମ୍ବର ନଥିଲା । ଯାହାକୁ ନେଇ ସେ ରେଷ୍ଟୁରାଣ୍ଟ ମାଲିକଙ୍କ ନିକଟରେ ଅଭିଯୋଗ କରିଥିଲେ ।

ରେଷ୍ଟୁରାଣ୍ଟର ମାଲିକ ଗ୍ରାହକଙ୍କ ଏହି କଥାକୁ ଗୁରୁତର ସହ ନେଇନଥିଲେ । ଓଲଟା ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଯାହାକୁ ନେଇ ଗ୍ରାହକ ଜଣକ ରେଷ୍ଟୁରାଣ୍ଟ ମାଲିକଙ୍କୁ କୋର୍ଟକୁ ଟାଣିଥିଲେ । କୋର୍ଟ ଏହି ମାମଲର ବିଚାର କରି ବର୍ତ୍ତମାନ ରାୟ ଶୁଣାଇଛନ୍ତି । ଘଟଣାରେ ରେଷ୍ଟୁରାଣ୍ଟ ମାଲିକକୁ ୩୫୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାର ରାୟ ୧୧ ମାସ ପରେ ପ୍ରକାଶ ପାଇଥିବାବେଳେ ଜରିମାନା ଅର୍ଥ ଗ୍ରାହକଙ୍କୁ ଦେବାକୁ କୋର୍ଟ ୪୫ ଦିନ ସମୟ ଦେଇଛନ୍ତି । ଯଦି ରେଷ୍ଟୁରାଣ୍ଟ ଏହି ଟଙ୍କା ଧାର୍ଯ୍ୟ ସମୟ ଅନୁସାରେ ନଦିଏ ତେବେ କରାଯାଇଥିବା ଜରିମାନା ଉପରେ ୮ ପ୍ରତିଶତ ସୁଧ ଦେବାକୁ କୁହାଯାଇଛି ।