/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689269333.jpg)
Leopard Cat
ବାଘ ଦେଇ ଗିବନ୍ ଆଣିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବ ଦୁଇଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍। ଅରୁଣାଚଳ ପ୍ରଦେଶ ଇଟ୍ଟାନଗର ପ୍ରାଣୀ ଉଦ୍ୟାନ ସହ ଏହି ହସ୍ତାନ୍ତର ପ୍ରକ୍ରିୟା ହେବ।
Advertisment
ପ୍ରତି ବଦଳରେ ନନ୍ଦନକାନନରୁ ବାଘ ରକି ଓ ବାଘୁଣୀ ଓ ୩ଟି ଘଡ଼ିଆଳ କୁମ୍ଭୀର ଦିଆଯିବ। ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଛନ୍ତି। ଏମାନେ ଆସନ୍ତାକାଲି ନିଜ ସହ ବାଘ ଓ ଘଡ଼ିଆଳ ନେଇ ଯିବେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)