• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ବାହାରିଲା ନିଯୁକ୍ତି । ସ୍କେଲ ୨ ଓ ସ୍କେଲ ୩ର ୪୦୦ ଅଫିସର ପଦବୀ ପୁରଣ ପାଇଁ ବାହାରିଲା ନିଯୁକ୍ତି ବିଜ୍ଞପ୍ତି । ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏହାର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଆବେଦନ୍‌ କରିପାରିବେ । ଏହାର ଅଫିସିଆଲ ୱେବ୍‌ସାଇଟ୍‌ ହେଳା, bankofmaharashtra.in. । ଆବେଦନ କରିବାର ଶେଷ ତାରିଖ ଜୁଲାଇ ୨୫ ରହିଛି ।

ପଦବୀ ସଂଖ୍ୟା:

ସ୍କେଲ ୩ ଅଫିସର-୧୦୦ ପଦବୀ 
ସ୍କେଲ ୨ ଅଫିସର-୩୦୦ ପଦବୀ 

ଅଧିକ ପଢ଼ନ୍ତୁ: ପୂରଣ ହେବ ଶିକ୍ଷକ ପଦବୀ; ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର

ଗୁରୁତ୍ୱପୂର୍ଣ୍ଣ ତାରିଖ:

୧୩-୭-୨୦୨୩ରୁ ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ରେଜିଷ୍ଟ୍ରେସନ୍‌ ଆରମ୍ଭ ହେବ ।

୨୫-୭-୨୦୨୩ ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ରେଜିଷ୍ଟ୍ରେସନ୍‌ର ଶେଷ ତାରିଖ ।

୨୫-୭-୨୦୨୩ ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ଏଡିଟ୍‌ କରିବାର ଶେଷ ତାରିଖ ।

୦୯-୮-୨୦୨୨୩ ଆପ୍ଲିକେସନ୍‌ ପ୍ରିଣ୍ଟ କରିବାର ଶେଷ ତାରିଖ ।

୧୩-୭-୨୦୨୩ ରୁ ୨୫-୭-୨୦୨୩ ମଧ୍ୟରେ ଆବେଦନକାରୀ କରିପାରିବେ ଅନ୍‌ଲାଇନ୍‌ ପେମେଣ୍ଟ ।

ଯୋଗ୍ୟତା:

ଆବେଦନକାରୀଙ୍କ ନିକଟରେ ଯେକୌଣସି ବ୍ୟାଚ୍‌ଲର ଡିଗ୍ରୀ ରହିଥିବା ଆବଶ୍ୟକ । କଲେଜ କିମ୍ବା ୟୁନିଭର୍ସିଟିରେ ତାଙ୍କର ପ୍ରତ୍ୟେକ ସେମିଷ୍ଟରରେ ଏଗ୍ରୀଗେଟ୍‌ ମାର୍କ ଅନ୍ୟୁନ ୬୦ ପ୍ରତିଶତ ରହିଥିବା ଦରକାର । ସେମାନେ ପାସ୍‌ କରିଥିବା ଅନୁଷ୍ଠାନ ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ହୋଇଥିବା ଜରୁରୀ ।

ନିଯୁକ୍ତି ପ୍ରକ୍ରିୟା ବାବଦରେ ଅଧିକ ଜାଣିବାକୁ ଇଚ୍ଛା ଥିଲେ ଆବେଦନକାରୀ ଏହାର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଜାଣିପାରିବେ । ନଚେତ୍‌ ଏହାର ନୋଟିଫିକେସନ୍‌ ଦେଖି ସବିଶେଷ ତଥ୍ୟ ନେଇପାରିବେ ।

ସିଲେକ୍ସନ୍‌ ପ୍ରକ୍ରିୟା:

ଅନ୍‌ଲାଇନ୍‌ ମାଧ୍ୟମରେ ଏହାର ପରୀକ୍ଷା କରାଯିବ । ସେହି ରେଜଲ୍ଟ ଆଧାରରେ ପ୍ରାର୍ଥୀ ବଛାଯିବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ରାଙ୍କ ଅନୁଯାୟୀ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

ଅଧିକ ପଢ଼ନ୍ତୁ: HCL ବାହାର କଲା ବିଜ୍ଞପ୍ତି; ୧୦ମ ପାଶ୍‌ କରିଥିଲେ କରିପାରିବେ ଆବେଦନ