• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପାଣିରେ ବୁଡ଼ିଛି ଅଧା ଦିଲ୍ଲୀ । ଯମୁନା ନଦୀର ବନ୍ୟା ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଆଉ ତା’ ପରେ ଦେଶର ରାଜଧାନୀର ସ୍ଥିତି ବିଗିଡ଼ିବାରେ ଲାଗିଛି । ଘର ଦ୍ୱାର, ଜାତୀୟ ରାଜପଥ, ମେଡିକାଲ, ସଚିବାଳୟ, ଏପରିକି ଲାଲକିଲ୍ଲାରେ ମଧ୍ୟ ପଶିଛି ବନ୍ୟା ପାଣି । ବିପଦସଙ୍କୁଳ ଅବସ୍ଥାରୁ ଲୋକଙ୍କୁ ଉଦ୍ଧାର ପାଇଁ ନିୟୋଜିତ ହୋଇଛି ୧୨ରୁ ଅଧିକ NDRF ଟିମ୍ ।

ବୁଡ଼ିଯାଇଛି ବସ୍... ବୁଡ଼ି ଯାଇଛି ଜାତୀୟ ରାଜପଥ । ବୁଡ଼ିଗଲା ସବୁକିଛି । ଯମୁନାର ଉଚ୍ଛୁଳା ପାଣି ଏବେ ରାଜଧାନୀ ଦିଲ୍ଲୀର ଘରଠୁ ଆରମ୍ଭ କରି ସଚିବାଳୟ ଯାଏଁ ପହଞ୍ଚିଛି । ଲାଲକିଲ୍ଲାରେ ପଶିଛି ବନ୍ୟା ପାଣି । ଆଖପାଖରେ ଥିବା ଗଛ, ରାସ୍ତା ସବୁ ପାଣିରେ ଡୁବି ଯାଇଛି । ପାଣିର ଗଭୀରତାକୁ ଜାଣିନପାରି ଜଣେ ରିକ୍ସା ଚାଳକ ୟା ଭିତରକୁ ପଶି ଆସିଥିଲେ । ଆଉ ତାପରେ...ପାଣିର ସୁଅରେ ରିକ୍ସା ସହ ଭାସି ଭାସି ଆର ପଟକୁ ପହଞ୍ଚି ଯାଇଥିଲେ । ଘର ଭିତରେ ପାଣି ପଶିଯିବା ଯୋଗୁ ଏବେ ଡଙ୍ଗାରେ ଯାଆସ କରୁଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ: Video: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ବିଧାୟକଙ୍କୁ ଚାପୁଡ଼ା ମାରିଲେ ମହିଳା

ଗୋଟିଏ କି ଦୁଇଟି ନୁହେଁ ବସ୍, ଟ୍ରକ, କାର୍ ସବୁ ଏବେ ପାଣି ଘେରରେ । କାଶ୍ମୀର ଗେଟରୁ ଆଇଟିଓକୁ ଯାଉଥିବା ବେଳେ ହଠାତ୍ ଫ୍ଲାଏଓଭର ତଳ ରାସ୍ତାରେ ପାଣି ଜମିବାରୁ ଏଭଳି ସ୍ଥିତି ଉପୁଜିଛି । କୌଣସି ବାଟ ନପାଇ ଶେଷରେ ନିଜ ନିଜ ଗାଡ଼ିକୁ ଏଠି ଥୋଇ ଲୋକେ ଆଶ୍ରୟ ନେଇଛନ୍ତି । ପାଣି ଧିରେ ଧିରେ ସଚିବାଳୟ ମୁଖ୍ୟ ଗେଟ୍ ଦେଇ ଭିତରକୁ ପଶୁଛି । ଗୋଟିଏ ପଟ ରାସ୍ତା ବି ବୁଡ଼ିଗଲାଣି । ପାଖରେ ଥିବା ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ- ସାଇ ଅଫିସ, ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମରେ ବି ପଶିଯାଇଛି ବନ୍ୟା ପାଣି ।

ଯମୁନାର ଏହି ବନ୍ୟା ଗତ ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଫଳରେ ଦିଲ୍ଲୀ ସ୍ଥିତି ପ୍ରତିଘଣ୍ଟାରେ ବିଗିଡ଼ିବାରେ ଲାଗିଛି । ନଦୀ କୂଳରେ ଥିବା ଜନବସତିଗୁଡ଼ିକ ସମ୍ପୂର୍ଣ୍ଣ ବୁଡ଼ିଗଲାଣି । କାଶ୍ମୀର ଗେଟ୍, ମଜନୁ କା ଟିଲା, ସିଗନେଚର୍ ବ୍ରିଜ୍, ବସ୍ ଟର୍ମିନାଲ୍ ଭଳି ପୁରୁଣା ଦିଲ୍ଲୀର ଅନେକ ଇଲାକା ଏବେ ପାଣି ଘେରରେ । ଏନଡିଆରଏଫ୍, ଦିଲ୍ଲୀ ପୋଲିସ୍ ସମେତ ଅନ୍ୟ ରେସ୍କ୍ୟୁ ଟିମ୍ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି । କିଛି ମେଡିକାଲରେ ପାଣି ପଶିବା ଯୋଗୁଁ ରୋଗୀ ଚିକିତ୍ସାରେ ବାଧା ଉପୁଜିଛି । ସିଭିକ୍ ଲାଇନ୍ସର ଏହି ସୁଶ୍ରୁତ ଟ୍ରମା ସେଣ୍ଟରର ଗୁରୁତର ରୋଗୀଙ୍କୁ ତୁରନ୍ତ ଏଲଏନଜିପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ: କି ଅବସ୍ଥା ହେଲା ! ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି

ବନ୍ୟା ପରେ ଏବେ ଦିଲ୍ଲୀରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ତିନିଟି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ଗ୍ରାଉଣ୍ଡକୁ ଓହ୍ଲାଇ ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବିଗିଡ଼ିଥିବା ପରିସ୍ଥିତିକୁ ଦେଖି ସମସ୍ତ ସ୍କୁଲ ଓ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ଅଫିସକୁ ଛୁଟି ଘୋଷଣା କରିଛନ୍ତି ଦିଲ୍ଳୀ ସରକାର । ୧୫ ତାରିଖ ଯାଏଁ ପୁରୁଣା ଦିଲ୍ଲୀର ଏକାଧିକ ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି, ୩ ଶହରୁ ଅଧିକ ଟ୍ରେନ ବାତିଲ ହୋଇଛି

  • Reported by:
  • SIBANANDA ROUT