Advertisment

କାହିଁକି ମନ୍ତ୍ରୀ ନବ ଦାସଙ୍କୁ ମାରିଲା ଗୋପାଳ ? ଚାର୍ଜସିଟ୍‌ରେ ନାହିଁ ହତ୍ୟାର କାରଣ...

ଗୋପାଳ ଦାସ ହିଁ ନବ ଦାସଙ୍କୁ ହତ୍ୟା କରିଛି ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ ରହିଥିଲେ ମଧ୍ୟ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ସମ୍ପର୍କରେ କିଛି ଲେଖା ନାହିଁ।

author-image
Rajalaxmi Sahoo
Naba Das murder case

Naba Das murder case

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ ? ହତ୍ୟାର ମୁଖ୍ୟ କାରଣ କ’ଣ ? ଏବେ ବି ଏନେଇ ପ୍ରଶ୍ନ ଓ ଆଶଙ୍କା ଲାଗି ରହିଛି। ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ପୂର୍ବରୁ ଦାଖଲ ହୋଇଥିବା ୫ ଶହ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ର କପି ଓଟିଭି ହାତରେ ଲାଗିଛି।

Advertisment

ହତ୍ୟାକାଣ୍ଡ ଘଟଣାରେ ଏଫଆଇଆର୍‌ କପି, ରାଜ୍ୟ ଫୋରେନସିକ୍ ବିଭାଗର ରିପୋର୍ଟ ସମେତ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ, ପୁଅ ବିଶାଲ ଦାସଙ୍କ ବୟାନ ରେକର୍ଡ ଲିଖିତ ଆକାରରେ ରହିଛି। ଗୋପାଳ ଦାସ ହିଁ ନବ ଦାସଙ୍କୁ ହତ୍ୟା କରିଛି ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ ରହିଥିଲେ ମଧ୍ୟ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ସମ୍ପର୍କରେ କିଛି ଲେଖା ନାହିଁ।

ଘଟଣାର ତଦନ୍ତ ସରି ନାହିଁ, ଜାରି ରହିଛି ବୋଲି କ୍ରାଇମବ୍ରାଞ୍ଚ ଉଲ୍ଲେଖ କରିଛି। ତଦନ୍ତ ସମୟରେ ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଜିନିଷ, କାଗଜପତ୍ର ଜବତ ହୋଇଥିବା ନେଇ ତାଲିକା ସଂଲଗ୍ନ କରାଯାଇଛି । ନବ ଦାସଙ୍କ ପରିବାର ସଦସ୍ୟମାନଙ୍କ ଛଡା ଅନ୍ୟ ଲୋକ ମାନଙ୍କର ବୟାନ ରେକର୍ଡ କରାଯାଇଛି। 

Advertisment
Advertisment
Advertisment