Advertisment

କାର୍‌ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍‌ ବାବୁ

କାର୍‌ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍‌ ବାବୁ। ଡେଟ୍ରୋଇଟ୍‌ ବୋର୍ଡ ଅଫ୍‌ ପୋଲିସ୍‌ କମିଶନର ବ୍ରିଆନ୍‌ ଫର୍ଗୁସନ୍‌ କାର୍‌ ଭିତରେ ଜଣେ ଦେହଜୀବୀଙ୍କ ସହ ଧରାପଡ଼ିବା ପରେ ଚାକିରିରୁ ଇସ୍ତଫା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Detroit police commissioner caught in vehicle with sex worker

Detroit police commissioner caught in vehicle with sex worker

କାର୍‌ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍‌ ବାବୁ। ଡେଟ୍ରୋଇଟ୍‌ ବୋର୍ଡ ଅଫ୍‌ ପୋଲିସ୍‌ କମିଶନର ବ୍ରିଆନ୍‌ ଫର୍ଗୁସନ୍‌ କାର୍‌ ଭିତରେ ଜଣେ ଦେହଜୀବୀଙ୍କ ସହ ଧରାପଡ଼ିବା ପରେ ଚାକିରିରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ନେଇ ଗୁରୁବାର ଦିନ ଫର୍ଗୁସନ୍‌ ଘୋଷଣା କରିଛନ୍ତି।

Advertisment

ଫର୍ଗୁସନ୍‌ କହିଛନ୍ତି, ‘ଡେଟ୍ରୋଇଟ୍‌ବାସୀଙ୍କ ସେବା କରିବା ମୋ ପାଇଁ ସୌଭାଗ୍ୟର ବିଷୟ। ପରିବାର ଓ ବୋର୍ଡର ଉତ୍ତମ ସ୍ୱାର୍ଥକୁ ବିଚାର ପରେ ଇସ୍ତଫା ଦେବା ଲାଗି ମୁଁ ନିଷ୍ପତ୍ତି ନେଇଛି। ତେବେ ପୁଣିଥରେ ମୁଁ ବୋର୍ଡ ଓ ଜନସାଧାରଣଙ୍କୁ ପରାମର୍ଶ ଦେବାକୁ ଚାହୁଁଛି ଯେ, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ’।

ମିଳିଥିବା ସୂଚନା ଅନୁସାରେ, ଜୁଲାଇ ୧୨ ତାରିଖ ସକାଳ ୭ଟା ୧୫ରେ ନିଜ କାର୍‌ରେ ଫର୍ଗୁସନ୍‌ ଦେହଜୀବୀଙ୍କ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବାବେଳେ ଧରାପଡ଼ିଥିଲେ। ଡେଟ୍ରୋଇଟ୍‌ର ଶାଇଫେର୍‌ ହାଇୱେ ଓ ସ୍କୁଲ୍‌କ୍ରାଫ୍ଟ ରୋଡ୍‌ ନିକଟରେ ସେ ଧରାପଡ଼ିଥିଲେ। ଏହାପରେ ଅଧିକାରୀମାନେ ତାଙ୍କ କାର୍‌ ଜବତ କରିଥିଲେ।

Advertisment
Advertisment
Advertisment