• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବୈଦ୍ୟୁତିକ କାର୍‌ କିଣିବାର ଯୋଜନା ରଖିଛନ୍ତି କି ? ଯେଉଁମାନେ ବୈଦ୍ୟୁତିକ କାର୍‌ ବା TESLA କିଣିବାକୁ ଆଗ୍ରହୀ ଅଛନ୍ତି ସେମାନଙ୍କ ପାଇଁ ଏକ ଖୁସିଖବର ଆସିଛି । କାରଣ ଭାରତ ବଜାରକୁ ଆସିପାରେ TESLA । ଏଲନ୍  ମସ୍କଙ୍କ ଟେସଲା ଭାରତକୁ ଆସିବା ନେଇ ଯୋଜନା ରହିଛି । ଏଥିପାଇଁ ବାର୍ଷିକ ୫ ଲକ୍ଷ ବୈଦ୍ୟୁତିକ ଯାନ କ୍ଷମତା ବିଶିଷ୍ଟ କାର୍‌ କାରଖାନା ପ୍ରତିଷ୍ଠା ପାଇଁ ନିବେଶ ପ୍ରସ୍ତାବ ରହିଛି । ଆଉ ଏହା ଉପରେ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି ।

ସୂଚନା ମୁତାବକ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଥିଲେ । ସେହି ସମୟରେ ଏଲନ୍ ମସ୍କ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି । ଭାରତରେ ଏଲନ ମସ୍କ ତାଙ୍କର କାର୍‌ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବେ ଏବଂ ବିନିଯୋଗ କରିବେ ବୋଲି କୁହାଯାଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ TESLA ଏବଂ ଭାରତ ସରକାରଙ୍କ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ରହିଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହି ରିପୋର୍ଟରେ TESLA କେବଳ ଭାରତରେ ନୁହେଁ ଏହାର କାରଖାନା ଚୀନ୍ ଲାଇନର ଭାରତ-ପ୍ରଶାନ୍ତ ମହାସାଗରରେ ରପ୍ତାନି ହବ୍ ଭାବରେ ଭାରତକୁ ବିକାଶ କରିବାକୁ ଯୋଜନା କରିଛି । ହେଲେ ଏ ସମ୍ପର୍କରେ ଏଲନ ମସ୍କ କିମ୍ବା ତାଙ୍କ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

କୁହାଯାଉଛି କି, ଭାରତରେ ପ୍ରତିଷ୍ଠା ହେବାକୁ ଯାଉଥିବା ପ୍ଲାଣ୍ଟରେ ବାର୍ଷିକ ପ୍ରାୟ ୫ ଲକ୍ଷ ବୈଦ୍ୟୁତିକ ଯାନ ଉତ୍ପାଦନ କ୍ଷମତା ରହିବ । କମ୍ପାନୀର ଇଲେକ୍ଟ୍ରିକ୍ କାର ଗୁଡିକର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହୋଇପାରେ । ଏନେଇ TESLA ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ସହିତ ଆଲୋଚନା କରୁଛି । ସରକାର ମଧ୍ୟ ଏକ ଭଲ ଚୁକ୍ତି ପାଇଁ ଆଶାବାଦୀ ରହିଛନ୍ତି ।