ଅର୍ବିଟ ରେଜିଂ ମାନୁଭର୍ ପରେ ସର୍ବନିମ୍ନ ଦୂରତା ୧୭୨ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୧ ହଜାର ୭୬୨ କିଲୋମିଟରକୁ ବୃଦ୍ଧି ପାଇଛି ।
ଛାତ୍ରଛାତ୍ରୀମାନଙ୍କୁ ସାପମାନଙ୍କର ପ୍ରକାର ଭେଦ, ବିଷଧର ସାପଙ୍କୁ କିପରି ଚିହ୍ନିବ, ସାପକାମୁଡାର ପ୍ରାଥମିକ ଚିକିତ୍ସା, ସାପକାମୁଡାର ଲକ୍ଷଣ, ପରିବେଶରେ ସାପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଇତ୍ୟାଦି ବିଷୟରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ବୁଝାଇଥିଲେ ।
ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ରାଜରାସ୍ତା। ଦିଲ୍ଲୀରୁ ଯଥାଶୀଘ୍ର ଜଳନିଷ୍କାସନ ଲାଗି କସରତ ଚଳାଇଛନ୍ତି ଆର୍ମି ଓ ନେଭି।
ବିଜେଡିରେ ଥାଇ ଜାନକୀଙ୍କ ସରକାରଙ୍କୁ ସୌମ୍ୟଙ୍କ ପ୍ରଂଶସା । କହିଛନ୍ତି, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ଶାସନ କାଳରେ ବାଘ-ଛେଳି ଗୋଟିଏ ଘାଟରେ ପାଣି ପିଉଥିଲେ ।
ପଦାରେ ପଡ଼ିଲା ଏକ ନମ୍ବର ସ୍ମାର୍ଟସିଟିର ଅସଲ ଚେହେରା। ବର୍ଷର ପ୍ରଥମ ଲଗାଣ ବର୍ଷାରେ ହିଁ ବେହାଲ ଭୁବନେଶ୍ୱର।
ସ୍ମାର୍ଟସିଟି ରାଉରକେଲାକୁ ବିମାନ ସେବାର ଭବିଷ୍ୟତକୁ ନେଇ ଏବେ ନାନା ଶଙ୍କା। ହକି ବିଶ୍ୱକପକୁ ଦେଖି ଉଡାନ୍ ସ୍କିମରେ ଆରମ୍ଭ ହୋଇଥିବା ବିମାନସେବା ଏବେ ଧକଉଛି। ରାତିରେ ବିମାନ ଅବତରଣ ପାଇଁ ସୁବିଧା ନଥିବା ଏବଂ ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ-ଆଇଏଲଏସ ଭଳି ଜରୁରୀ ଭିତ୍ତିଭୂମି ଅଭାବରୁ ଗତ ସପ୍ତାହେ ହେଲା ବାତିଲ ହେବାରେ ଲାଗିଛି ବିମାନ ସେବା । ଏଭଳି ସ୍ଥିତିକୁ ଦେଖି ତୁରନ୍ତ ରାଉରକେଲା ସମେତ ଜୟପୁର ବିମାନବନ୍ଦର ଲାଗି ଆବଶ୍ୟକ ଭିତ୍ତିଭୂମି ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ସଚିବ।...
ବଡ଼ ପ୍ରଶ୍ନ ହେଲା, ନବଙ୍କ ପୁଅ ଓ ପତ୍ନୀ କରୁଥିବା ଏହି ପ୍ରି-ପ୍ଳାନ କିଏ ଓ କେବେ କରିଥିଲା? ବ୍ରଜରାଜନଗରରେ ନବଙ୍କର ବିରୋଧୀ କିଏ ଥିଲେ? ସେମାନଙ୍କୁ ପଚରାଉଚୁରା କରିଛି କି କ୍ରାଇମବ୍ରାଂଚ?
ଦିନଟିଏ ବର୍ଷାରେ ଖୋଲିଗଲା ପୌର ପ୍ରସ୍ତୁତିର ପୋଲ୍ । ନର୍ଦ୍ଦମା ପାଣିରେ ଭାସିଲା ସହର । ବକ୍ସ ଡ୍ରେନ୍ କାମ ପାଇଁ କଟକ ଅବସ୍ଥା ସଂଗୀନ ।
ଟପ୍ ଲିଡର ମୋକିମ୍ ଓ ଚିରଞ୍ଜୀବଙ୍କୁ ଦଳରୁ ନିଲମ୍ବନ । ଦଳବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ସସପେଣ୍ଡ କଲା AICC
ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୧ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।
ୟୁଏଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବ୍ୟ ସ୍ୱାଗତ ।
ସ୍ୱାମୀ ନାଁରେ କଳଙ୍କ । ସ୍ତ୍ରୀକୁ ସୁରକ୍ଷା ଦେବା ବଦଳରେ ସାଙ୍ଗ ସହିତ ରାତି କାଟିବାକୁ ବାଧ୍ୟ କଲା ସ୍ୱାମୀ । ୱାଇଫ୍ ସ୍ୱାପିଂ ମାମଲାରେ ୯ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଅଜବ ପରମ୍ପରା । ପୁଅକୁ ୧୬, ଝିଅକୁ ୧୨ ହେବା ମାତ୍ରେ ହୁଏ ବାହାଘର । ଏତେ କମ୍ ବର୍ଷରୁ ବିବାହ ହେଉଥିବାରୁ ଅନେକଙ୍କ ସ୍ୱାମୀ ମରିଯାଉଛନ୍ତି ...ବିଧବା ହେବା ପରେ ବି ଏକାଏକା ଜୀବନ ବିତାଉଛନ୍ତି ଏମାନେ।
ସରକାରୀ ହଷ୍ଟେଲରେ ନାବାଳିକାମାନେ ସ୍ନାନ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ସାଧାରଣରେ ଉତ୍ତେଜନା ବ୍ୟାପୁଛି।
ଭୟଙ୍କର ସ୍ଥିତି ! ଛାତରୁ ପାଣି ଖସୁଛି, ରଡ୍ ଦିଶୁଛି...ଏମିତି ସ୍ଥିତିରେ ବି ପିଲାଏ ପଢୁଛନ୍ତି ପାଠ । ସ୍କୁଲ ସିନା ପିଲା ଆସୁଛନ୍ତି ହେଲେ ଚିନ୍ତାରେ ରହୁଛନ୍ତି ଅଭିଭାବକ।
ଯୁବକ ଜଣକ ଜଣେ ସହକର୍ମୀଙ୍କ ସହ କାମ କରୁଥିଲେ । କାମ କରିବା ସମୟରେ କୌଣସି ଏକ ଜିନିଷକୁ ଲୁହା କଣ୍ଟାରେ ଆଘାତ କରୁଥିଲେ । ହେଲେ କଣ୍ଟାଟି ହଠାତ୍ ପଲଟିପଡ଼ି ତାଙ୍କ ମୁଣ୍ଡରେ ପଶିଯାଇଥିଲା ।
ISRO ବୈଜ୍ଞାନିକ / ଇଂଜିନିୟର ପଦ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଚାଲିଛି। ଅନ୍ୟାନ୍ୟ ତଥ୍ୟ ପାଇଁ ପଢନ୍ତୁ।
ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଦଳରୁ ସସ୍ପେଣ୍ଡ ହୋଇଛନ୍ତି । ଦଳବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଉଭୟଙ୍କୁ ସସ୍ପେଣ୍ଡ କରିଛି ।
ନିଜେ ଦିବ୍ୟାଙ୍ଗ...ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ସହ ପରିବେଶ ସୁରକ୍ଷା ପାଇଁ ଦେଉଛନ୍ତି ତାଲିମ୍ । ନିଜ ସ୍କୁଲଠାରୁ ପଡୋଶୀ ସ୍କୁଲ ଯାଏଁ...ବୁଲିବୁଲି ଲଗାଉଛନ୍ତି ଗଛ।
ମାମୁ ଗୋବିନ୍ଦାଙ୍କ ମଧ୍ୟରେ ଥିବା ସବୁ ମତଭେଦର ଅନ୍ତ କରିବାକୁ ଚାହୁଛନ୍ତି କୃଷ୍ଣା ଅଭିଷେକ। ସେ ମାମୁ-ମାଇଁଙ୍କୁ ବହୁତ ଭଲ ପାଆନ୍ତି ବୋଲି କହିବା ସହ ମାଇଁ ତାଙ୍କ ପାଇଁ ବହୁତ କିଛି କରିଛନ୍ତି ଆଉ ସେ ତାଙ୍କ ମା’ ପରି ବୋଲି କହିଛନ୍ତି।
ପାଣ୍ଡିଆନ ଯେଉଁ ଯେଉଁ ଅଞ୍ଚଳ ଯାଉଛନ୍ତି ସେଠି ସେଠି ବିକ୍ଷୋଭ ପ୍ରଦର୍ଶନ ହେଉଛି ।
ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତା’ଛଡ଼ା କଟକରେ ବି ସ୍ଥିତି ସମାନ । ବାଦାମବାଡ଼ି, ରାଉସପାଟଣା ସମେତ ବିଭିନ୍ନ ଅଞ୍ଚଳରେ ଜମିଛି ପାଣି। ବର୍ଷା ପାଣି, ନର୍ଦ୍ଦମା ପାଣି ଏକାକାର ହୋଇଛି ।
ଏପରି ସ୍ଥିତିରେ ଗ୍ରାହକ ସିନା କାନ୍ଦୁଛି ହେଲେ ବେପାରୀ କିନ୍ତୁ ମାଲେମାଲ। ଟମାଟୋ ବିକି ଶହେ କି ହଜାରେ ନୁହେଁ, ଏକାଥରକେ ଦେଢ଼ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ଚାଷୀ ।
ସ୍ତ୍ରୀ ଚାଲିଯିବା ପରେ ସ୍ୱାମୀ ତାଙ୍କ ଭୁଲ ବୁଝିପାରି ବଜାରରୁ ସେହି ଟମାଟୋ କିଣି ସ୍ତ୍ରୀଙ୍କୁ ଦେଇ ନିଜ ପାଖକୁ ଫେରାଇ ଆଣିଛନ୍ତି । ଏପରି ଏକ ଖବର ବର୍ତ୍ତମାନ ସମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେବାର ଲାଗିଛି ।