• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯଶସ୍ୱୀ ଜୈସୱାଲ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଖୁବ୍‌ ଦମ୍‌ଦାର ଷ୍ଟାର୍ଟ କରିଛନ୍ତି । ନିଜର ଡେବ୍ୟୁ ଟେଷ୍ଟ ମ୍ୟାଚ୍‌ରେ ଧୁଆଁଧାର ବ୍ୟାଟିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ସେ ଶତକ ହାସଲ କରିବା ସହ ମୋଟ ୧୪୩ ରନ୍‌ କରି ନଟ୍‌ଆଉଟ୍‌ ରହିଛନ୍ତି । ଏବେ ତାଙ୍କ ନଜର ଦ୍ୱିଶତକ ଉପରେ ରହିଛି । ଏଭଳି କରିବାରେ ସେ ହେବେ ପ୍ରଥମ ଭାରତୀୟ କ୍ରିକେଟର । କାରଣ ପୂର୍ବରୁ କୌଣସି ଖେଳାଳି ଡେବ୍ୟୁ ଟେଷ୍ଟ ମ୍ୟାଚ୍‌ରେ ଏଭଳି ପ୍ରଦର୍ଶନ କରିନାହାନ୍ତି ।

ଡୋମିନିକାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ବିଷୟରେ କହିବାକୁ ଗଲେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ମୋଟ ୩୧୨ ରନ୍ ସଂଗ୍ରହ କରିସାରିଛି । ସେଥିମଧ୍ୟରୁ ଡେବ୍ୟୁ କରିଥିବା ୨୧ ବର୍ଷୀୟ ଯଶସ୍ୱୀ ଜୈସୱାଲ ୧୪୩ ରନ୍ କରି ନଟ୍‌ଆଉଟ ରହିଛନ୍ତି । ଏହି ମ୍ୟାଚ୍‌ରେ କ୍ୟାପଟେନ ରୋହିତ ଶର୍ମା ମଧ୍ୟ ୧୦୩ ରନ୍‌ର ଇନିଂସ ଖେଳିଛନ୍ତି । ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ୧୫୦ ରନ୍ ସଂଗ୍ରହ କରିଥିଲା । ତେଣୁ ଏବେ ସୁଦ୍ଧା ଭାରତୀୟ ଦଳ ୧୬୨ ରନ୍‌ରେ ଆଗୁଆ ରହିଛି ।

ଅନ୍ୟପଟେ ଯଶସ୍ୱୀ ଜୈସୱାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସେ ଏବଂ ବିରାଟ କୋହଲି ରନ୍ ନେବାକୁ ଦୌଡ଼ୁଛନ୍ତି । ଏହି ସମୟରେ, ଜଣେ ଖେଳାଳି ଯଶସ୍ୱୀ ଜୈସୱାଲଙ୍କ ସାମ୍ନାକୁ ଆସିଯାଇଛନ୍ତି । ଯଦିଓ ସେ ନାଁ ନେଇ ନାହାଁନ୍ତି, କିନ୍ତୁ ଯେଉଁ ଖେଳାଳି ତାଙ୍କ ସାମ୍ନାକୁ ଆସିଥିଲେ ସେ କ୍ୟାମେରାରେ ସ୍ପଷ୍ଟ ଜଣାପଡ଼ୁଛନ୍ତି । ଖେଳାଳି ଜଣକ ତାଙ୍କ ସାମ୍ନାକୁ ଆସିଥିବାରୁ ଯଶସ୍ୱୀ କୋହଲି ଆଡ଼କୁ ଚାହିଁ ଉକ୍ତ ଖେଳାଳିଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଛନ୍ତି । ଯାହାକି ସ୍ପଷ୍ଟ ଭାବେ ଶୁଣାଯାଉଛି ।

 

ତେବେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ହିଁ ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ପୁରା ୱେଷ୍ଟଇଣ୍ଡିଜ ଟିମ୍ ୧୫୦ରନରେ ଅଲ୍ ଆଉଟ୍ ହୋଇ ଯାଇଥିବା ବେଳେ ମଜବୁତ ସ୍ଥିତିରେ ଅଛି ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ୍‌ ବ୍ରାଥ୍‌ୱେଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ। ମାତ୍ର ରବିଚନ୍ଦ୍ରନ ଅଶ୍ୱିନୀ ଓ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରି ନ ଥିଲା ଘରୋଇ ଦଳ।

ରବିଚନ୍ଦ୍ରନ ଅଶ୍ୱିନ ୫ ୱିକେଟ ଅକ୍ତିଆର କରିଛନ୍ତି। ଟେଷ୍ଟରେ ଏହା ତାଙ୍କର ୩୩ତମ ଓ କାରିବିୟାନ ମାଟିରେ ଚତୁର୍ଥ ୫ ୱିକେଟ ସଫଳତା। ଭାରତ ପକ୍ଷରୁ ଅଶ୍ୱିନ୍‌ ସର୍ବାଧିକ ୫ ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।