/odishatv-khabar/media/post_attachments/uploadimage/library/16_9/16_9_0/s_1689305545.jpg)
Modi Modi Chants Erupt In Paris
ପ୍ୟାରିସରେ ଶୁଭିଲା ମୋଦି ମୋଦି। ‘ମୋଦି..ମୋଦି’ ଏବଂ ‘ଭାରତ ମାତା କୀ ଜୟ’ ଧ୍ୱନିରେ ପ୍ରକମ୍ପିତ ହେଲା ପ୍ୟାରିସ ସହର। ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରବାସୀ ଭାରତୀୟଙ୍କ ଠାରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା।
ଫ୍ରାନ୍ସବାସୀଙ୍କୁ ଜାତୀୟ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହ ଭାରତ-ଫ୍ରାନ୍ସ ମଧ୍ୟରେ ଥିବା ଅତୁଟ ସମ୍ପର୍କ ବିଷୟରେ ମୋଦି ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱରେ ଭାରତର ଭୂମିକା ବଢିଛି। ବିଶ୍ୱ କଲ୍ୟାଣ ଲାଗି ଭାରତର ପରିସର ବୃଦ୍ଧି ପାଇଛି। ଭାରତ ଏବେ ଜି-୨୦ର ଅଧ୍ୟକ୍ଷ ରହିଛି।
ଭାରତ-ଫ୍ରାନ୍ସ ମଧ୍ୟରେ ଶହେ ବର୍ଷର ଭାବନାତ୍ମକ ସମ୍ପର୍କ ଥିବା ମୋଦି କହିଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ଫ୍ରାନ୍ସରେ ପଢ଼ିବେ ତାଙ୍କୁ ୫ ବର୍ଷର ଭିସା ଦିଆଯିବ ବୋଲି ମୋଦି କହିଛନ୍ତି। ଆତଙ୍କବାଦ ବିରୋଧରେ ଭାରତର ଲଢେଇ ଜୋରଦାର ରହିଛି। ୪୨ କୋଟି ଭାରତୀୟ ଗରିବୀ ରେଖାରୁ ଉପରକୁ ଉଠିଛନ୍ତି। ଆଜି ଭାରତ ତା’ର ସ୍ୱପ୍ନ ପୂରଣ କରିବାକୁ ଯାଉଛି। ବିଶ୍ୱ ମଧ୍ୟ ଭାରତ ଠାରୁ ଅନେକ କିଛି ଆଶା ରଖୁଛି ବୋଲି ମୋଦି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)