ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଭଳି ଏବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ୟୁନିଫର୍ମ ମିଳିବ। ଜଣେ ଶିକ୍ଷାର୍ଥୀଙ୍କୁ ୧ ହଜାର ଟଙ୍କା ମୂଲ୍ୟର ୟୁନିଫର୍ମ ଦେବାକୁ ନିଷ୍ପତ୍ତି ନିଆଯାଇଛି।
ପ୍ରତିଦିନ ଉତ୍ତର ଭାରତରୁ ଆସୁଛି ଛାତି ଥରାଇଲା ଭଳି ଦୃଶ୍ୟ। ବର୍ଷା ସମ୍ଭାବନା ନେଇ ଆସନ୍ତା ଦୁଇ ଦିନ ଯାଏ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି।
ଭାରତରେ ଜନସଂଖ୍ୟା ବୃଦ୍ଧି ସବୁଠାରୁ ଅଧିକ ବୋଲି ଦେଖାଯାଇଛି। ଆଜି ଏହା ଭାରତର ସବୁଠୁ ବଡ ସମସ୍ୟା ରୂପେ ଠିଆ ହୋଇଛି। ଭାରରରେ ଜନସଂଖ୍ୟା ବୃଦ୍ଧିର ଅନେକ କାରଣ ରହିଛି। ଆସନ୍ତୁ ଏହିସବୁ କାରଣ ଉପରେ ନଜର ପକେଇବା ଏବଂ କେଉଁ ଉପାୟ ଅନୁସରଣ କଲେ ଏଥିରେ ଲଗାମ ଦେଇହେବ ସେ ବିଷୟରେ ଜାଣିନେବା।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ମୃତକଙ୍କ ସହାୟତା ରାଶିକୁ ନେଇ ଏବେ ବିବାଦ ଦେଖା ଦେଇଛି।
‘ବିଶ୍ୱ ଜନସଂଖ୍ୟା ଦିବସ’ ପ୍ରତିବର୍ଷ ୧୧ ଜୁଲାଇରେ ପାଳନ କରାଯାଏ। ଏହାର ଲକ୍ଷ୍ୟ ହେଉଛି ବିଶ୍ୱର ଜନସଂଖ୍ୟା ଧାରା ଏବଂ ଏହାର ପ୍ରଭାବ ପ୍ରତି ଧ୍ୟାନ ଆକର୍ଷିତ କରିବା।
ସମୁଦ୍ର କୂଳରେ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଦାରୁ ଦିଅଁ ରୂପେ ପୂଜା ପାଉଥିବା ବେଳେ ସମୁଦ୍ରପତନ ଠାରୁ ପ୍ରାୟ ୪ ହଜାର ଫୁଟ୍ ଉଚ୍ଚରେ ପୁରୀଠାରୁ ସହସ୍ର କୋଷ ଦୂରରେ ଉତ୍ତରକାଶୀରେ ମହାପ୍ରଭୁଙ୍କ ଶିଳା ବିଗ୍ରହ ପୂଜା ପାଉଛି।
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ । କଟକ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛି ଜିଓଟେକ୍ନିକାଲ ଇନଭେଷ୍ଟିଗେସନ। ପ୍ରାରମ୍ଭିକ ଭାବେ ୪ କିଲୋମିଟର ରାସ୍ତାର ମାଟି ନମୁନା ସଂଗ୍ରହ ଚାଲିଛି। ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ DPR ଦେବା ପରେ ପ୍ରକଳ୍ପ ଲାଗି ପଡ଼ିବ ଭିତ୍ତିପ୍ରସ୍ତର
ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ବୋଲି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଅଭିଯୋଗ କରିବା ପରେ 5T ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ବିଜେଡି ଆଉ ବିଜେଡି ହାତରେ ନାହିଁ, 5T ସଚିବଙ୍କ ହାତରେ ରହିଛି ବୋଲି ଅଭିଯୋଗ କରିଛନ୍ତି। ଏହା ବି କହିଛନ୍ତି, ଫାଇଭ୍ ଟି ସଚିବ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡ଼ା ହେଉଥିଲେ, ଏବେ ସାମ୍ନାକୁ ଆସିଲେଣି।
କଟକ ଆନନ୍ଦ ଭବନର ଦୁଇଟି ଚିତ୍ର। ଗୋଟିଏ ପଟ ବିଜୁ ବାବୁଙ୍କ ଆନନ୍ଦ ଭବନ ଆଉ ଗୋଟିଏ ପଟ ହେଉଛି ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ। ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ଏବେ ସଂଗ୍ରହାଳୟ ହୋଇଯାଇଛି ହେଲେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢିଥିବା ଆନନ୍ଦ ଭବନ ଏବେ ପରିତ୍ୟକ୍ତ ଅବସ୍ଥାରେ।
ଜେରାବେଳେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଧରାପଡ଼ିଛି ଅନ୍ୟତମ ହନିଟ୍ରାପ୍ କୁଇନ୍ ନୁର୍ ଫତିମାର ବଡ଼ ଲିଙ୍କ୍। ଫତିମା ହେଉଛି, ସେହି ମାୟାବିନୀ ଯିଏ ରାଜସ୍ଥାନର ଆର୍ମି ଅଫିସରଙ୍କୁ ଟ୍ରାପ୍ କରି ସିକ୍ରେଟ୍ ତଥ୍ୟ ପଠାଇଥିଲା ପାକିସ୍ତାନ ଏଜେଣ୍ଟଙ୍କୁ।
HCL ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୧୮୪ ପଦବୀ ପୂରଣ ହେବ।
ଆଜିକାଲି ପରକୀୟା ପ୍ରୀତିକୁ ନେଇ ଅନେକ ଖବର ନଜର ଆସୁଛି। ଏମିତି ରଙ୍ଗେ ହାତ୍ରେ ଧରା ପଡ଼ିବାପରେ ସ୍ୱାମୀ-ସ୍ତ୍ରୀ ମାରପିଟ୍ ହେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ଏଠି ପ୍ରସଙ୍ଗ ସମ୍ପୂର୍ଣ୍ଣ ଅଲଗା।
'ଜୱାନ୍'ର ଟ୍ରେଲର ରିଲିଜ୍ ହେବା ପୂର୍ବରୁ ଏହାର ପ୍ରିଭ୍ୟୁ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଶାହରୁଖ ଖାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଭିଡିଓରେ ଶାହରୁଖ ଖାନଙ୍କ ଦମଦାର୍ ଡାଏଲଗ୍ ସମସ୍ତଙ୍କୁ ରୋମାଞ୍ଚିତ କରିବା ଭଳି।
କେତେବେଳେ ସ୍ୱାର୍ଥ ସରିଗଲେ ସ୍ତ୍ରୀ ସ୍ୱାମୀକୁ ଛାଡ଼ି ଦେଉଛି ତ କେତେବେଳେ ସ୍ୱାମୀ ସ୍ତ୍ରୀକୁ । ସ୍ୱାମୀକୁ ଚାକିରି କରାଇବା ଲାଗି ପର ଘରେ ପୋଛା ମାରିବା ପରେ ବି ସ୍ତ୍ରୀର ଭଲ ପାଇବାକୁ ବୁଝି ପାରିଲାନି ସ୍ୱାମୀ । ଶେଷରେ ସ୍ତ୍ରୀକୁ ପାଖରେ ରଖିବାକୁ ମନା କରିଦେଲା ସ୍ୱାମୀ ।
ବଲିଉଡ୍ ଆଇଟମ୍ ନମ୍ବରର ମାଷ୍ଟର ବା ଡ୍ୟାନ୍ସ କ୍ୱିନ୍ ମଲାଇକା ପୁଅମାନନଙ୍କୁ ପାଗଳ କରିବା ଆଜିକାଲିର କଥା ନୁହେଁ। ସେ ତାଙ୍କ କଲେଜ ଦିନରୁ ପୁଅମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲେ। ଯେତେବେଳେ ମଲାଇକା କଲେଜରେ ପଢୁଥିଲେ, ପୁଅମାନେ ତାଙ୍କ ଆଗ ପଛରେ ଚକ୍କର କାଟୁଥିଲେ।
ଆଦର୍ଶ ସ୍କୁଲର ଭୟଙ୍କର ବ୍ୟବସ୍ଥା । ବର୍ଷେ ହେଲାଣି ଘର ତିଆରି ହେଉଛି ଯେ ସରିବାର ନା ଧରୁନି । ୧୨ ଦୁଆର ଶୁଣ୍ଢିପିଣ୍ଡା ପରି ଏ ସ୍କୁଲରେ ପଢୁଛନ୍ତି ସେ ସ୍କୁଲରେ ପରୀକ୍ଷା ଦେଉଛନ୍ତି ପିଲା । ଯାହାକୁ ନେଇ ତେଜୁଛି ଅସନ୍ତୋଷ।
ଅଷାଢ ଯାଇ ଶ୍ରାବଣ ହେଲାଣି...ବର୍ଷାର ଦେଖା ନାହିଁ । ପ୍ରତିବର୍ଷ ଏ ସମୟରେ ରୁଆ ସରେ...ହେଲେ ଏଥର ବର୍ଷା ନଥିବାରୁ ହିଡ ମୁଣ୍ଡରେ କାନ୍ଦୁଛି ଚାଷୀ।
ପାକ୍ ଆତଙ୍କୀ ଲିଙ୍କ୍ ମାମଲାରେ ଅଭିଜିତ ଜମ୍ବୁରେକୁ NIA ଜେରା କରିଛି। OTP ଶେୟାରିଂ ମାମଲାରେ ଅଭିଯୁକ୍ତ ଅଭିଜିତ ଜମ୍ବୁରେରକୁ ଏନ୍ଆଇଏ ଜେରା କରିଛି।
ଇଚ୍ଛା ଥିଲା ବୋଲି...ଷଡେଇ ଖୋଳକୁ ଏକାଠି କରି ତିଆରି କରିଦେଲେ ଡାକୋଟା । କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ..ଉପହାର ଦେବେ।
ସକାଳୁ ସଞ୍ଜଯାଏଁ ପିଲାଙ୍କୁ ଦିଆଯାଉଛି ଟ୍ରେନିଂ । ପୁଅଠୁ ଝିଅ...ସମସ୍ତେ ନେଉଛନ୍ତି ଟ୍ରେନିଂ । ଅଧିକାଂଶ ପିଲା ସେନାଠୁ ଆରମ୍ଭ କରି ରାଜ୍ୟ ପୋଲିସ୍ରେ ପାଇଲେଣି ଚାକିରି । ଏକାଡେମୀକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା।
5T ସଚିବଙ୍କୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ସବୁ ବିଧାନସଭା ଓ ଲୋକସଭା ସାଧା ଟିକେଟ୍ ପାଣ୍ଡିଆନଙ୍କ ହାତରେ ଅଛି।’
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର ନାହିଁ । ତୁରନ୍ତ ଆବାସ ଘର ଦେବାକୁ ନିର୍ଦ୍ଦେଶ ଥିବା ପରେ ବି ଏଯାଏଁ ମିଳିଲାନି ଘର । ପ୍ରଶାସନ ପାଖକୁ ଦଉଡି ଦଉଡି ହତାଶ...ଘର ମିଳିବ ତ ?
୧୩ ମାସର ଛୁଆ ଉପରେ କାର୍ ଚଢ଼ାଇ ଦେଲା ମା’। ଏଥିରେ କଅଁଳ ଶିଶୁର ମୃତ୍ୟୁ ହୋଇଛି।
ଏ ଦୋସ୍ତି ହମ୍ ନେହିଁ ଛୋଡେଙ୍ଗେ । ସାଥ୍ ସାଥ୍ ଜିଏଁଙ୍ଗେ...ଅଧ ରାତିରେ ସାଇକେଲ୍ ଚଳାଇ ଖାଇବା ଡେଲିଭରି କରୁଛନ୍ତି ସ୍ତ୍ରୀ। ପିଲାକୁ କାଖେଇ କାଖେଇ ରାସ୍ତାରେ ଯାଉଛନ୍ତି ସ୍ୱାମୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।