• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସରକାର ଶିକ୍ଷାର ଗୁଣାତ୍ମକ ମାନର ବିକାଶ ପାଇଁ ବିଦ୍ୟାଳୟ ଗୁଡ଼ିକୁ ୫ଟିରେ ଅନ୍ତର୍ଭୁକ୍ତ କରି ବିଦ୍ୟାଳୟକୁ ରୂପାନ୍ତରିତ କରୁଛନ୍ତି । ଏବେ ୯/୧୦ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ନୂଆ ଡ୍ରେସ୍ କୋଡର ବ୍ୟବସ୍ଥା କରୁଛନ୍ତି । କିନ୍ତୁ ଏବେବି ରାଜ୍ୟର ଏମିତି ଅଂଚଳ ରହିଛି ଯେଉଁଠି ଠିକ୍‌ରେ ପହଞ୍ଚିନି ଶିକ୍ଷାବ୍ୟବସ୍ଥା । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

ଗଜପତି ମୋହନା ବ୍ଲକ୍ ପଦ୍ମପୁର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ । ଦୁର୍ଗମ ଅଞ୍ଚଳର ଏହି ବିଦ୍ୟାଳୟରେ ବହୁ ଦୁର ଦୁରନ୍ତାରୁ ଛାତ୍ରଛାତ୍ରୀମାନେ ଏଠି ଅଧ୍ୟୟନ କରୁଥିବା ବେଳେ ପ୍ରଥମରୁ ୧୦ମ ଶ୍ରେଣୀ ଯାଏଁ ରହିଛି କ୍ଲାସ୍‌ । ହେଲେ ସ୍କୁଲ ଅବସ୍ଥା ଏମିତି ଯେ ନଦେଖିଲେ ବିଶ୍ୱାସ ହେବନି । ପାଣି ନାହିଁ କି ଲାଇନ୍‌ ନାହିଁ, ଶୌଚାଳୟ ନାହିଁ କି ଗମନାଗମନର ରାସ୍ତାଟିଏ ନାହିଁ । ତେଣୁ ସ୍କୁଲ ଯିବାକୁ ଅମଙ୍ଗ ହେଉଛି ଛାତ୍ରଛାତ୍ର । ଖାଲି ଅମଙ୍ଗ ହେଉଛନ୍ତି ତାହା ନୁହେଁ ବରଂ ସ୍କୁଲ ଯିବାକୁ ମନା କରିଦେଉଛନ୍ତି ପିଲା ।

ସମସ୍ୟା ଏତିକିରେ ସରିନି...ସ୍କୁଲରେ ବିଜ୍ଞାନ ଓ ଇତିହାସ ଶିକ୍ଷକ ବି ନାହାନ୍ତି । ଖରା ଦିନରେ ଯାହା ଯେମିତି ପିଲାଏ ପାଠ ପଢୁଛନ୍ତି ହେଲେ ବର୍ଷା ଦିନରେ ସ୍ଥିତି ପୂରା ସଙ୍ଗୀନ । ଛାତରୁ ପାଣି ବାହାରୁଛି ପୁଣି ପ୍ଲାଷ୍ଟର ଖଣ୍ଡଖଣ୍ଡ ହୋଇ ପଡୁଛି । ତେଣୁ ଜୀବନକୁ ବିପଦରେ ପକାଇ ପାଠ ପଢିବାକୁ ରାଜି ହେଉନାହାନ୍ତି ପିଲା ।

କେବଳ ଏଇ ଗୋଟିଏ ସ୍କୁଲର ଅବସ୍ଥା ଏମିତି ତାହା ନୁହେଁ ବରଂ ଜିଲ୍ଲାର ପ୍ରାୟ ସବୁ ସ୍କୁଲର ଅବସ୍ଥା ସମାନ । ତେଣୁ ଶିକ୍ଷାବ୍ୟବସ୍ଥାକୁ ସୁଧାରିବା ସହିତ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦେବାକୁ ଜୋରଦାର ଦାବି ହେଉଛି । ସେପଟେ ସ୍କୁଲ ସମସ୍ୟା ନେଇ ପ୍ରଧାନ ଶିକ୍ଷକ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଆଉ ଅତିରିକ୍ତ ଶିକ୍ଷା ଅଧିକାରୀ କହିଛନ୍ତି, ବିଦ୍ୟାଳୟକୁ ଆଗାମୀ ଦିନରେ ୫-ଟିରେ ଅନ୍ତର୍ଭୁକ୍ତ ପାଇଁ ତାଲିକାଭୁକ୍ତ କରାଯାଇଛି । ଖୁବଶୀଘ୍ର ସବୁ ସମସ୍ୟାର ସମାଧାନ ହେବ ।  

  • Reported by:
  • Mihir Jati