ଭାରତର ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ-୨୦୨୧ ଟାଇଟଲ୍ ଜିତିଛନ୍ତି। ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି।
କାଶୀ ବିଶ୍ୱନାଥ ମନ୍ଦିରରୁ ଗଙ୍ଗା ନଦୀକୁ ଯୋଡ଼ି ହେବ ସଂପର୍କ... ୧୧ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେବ ଗଙ୍ଗାଘାଟ... କାଶୀର ୭ ଲକ୍ଷ ଲୋକଙ୍କ ଘରେ ପହଞ୍ଚିବ କାଶୀ ବିଶ୍ୱନାଥଙ୍କ ପ୍ରସାଦ...
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ନୂଆ ତଥ୍ୟ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଓମିକ୍ରନ୍ ସଂକ୍ରମଣ ଯୋଗୁ ଶରୀରେ ଟିକାର ପ୍ରଭାବ ନଷ୍ଟ ହେଉଛି।
ଏଣିକି କାଶୀ ବିଶ୍ୱନାଥ ମନ୍ଦିରରୁ ସିଧାସଳଖ ଗଙ୍ଗା ନଦୀ ଯାଏ ଶ୍ରଦ୍ଧାଳୁ ଯାଇପାରିବେ।
ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସହ ପ୍ରାଣ ହରାଇଥିବା ଲାନ୍ସ ନାୟକ ସାଇ ତେଜାଙ୍କ ପୈତୃକ ଗାଁରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯିବ । ତେଜାଙ୍କ ପାର୍ଥୀବ ଶରୀରକୁ ତାଙ୍କ ଗାଁ ଆଗୁଭା ରେଗଡାକୁ ନିଆଯାଇଛି ।
ଆଉ ନାହାନ୍ତି ଜଳ, ସ୍ଥଳ, ଆକାଶ ବାହିନୀର ଭୀଷ୍ମ ପିତାମହ CDS ବିପିନ୍ ରାଓ୍ୱତ.. ହେଲେ ଆଜି ଇଣ୍ଡିଆ ଗେଟରେ ଶୁଭିଲା ତାଙ୍କର ଶେଷ ବାର୍ତ୍ତା.. ଗତ ୭ ତାରିଖରେ ରେକର୍ଡ କରାଯାଇଥିବା ଏହି ଭିଡିଓ ବାର୍ତ୍ତାଟି ଖାସ୍ ଆଜିର ଦିନ ପାଇଁ ଥିଲା.. ଆଜି ଇଣ୍ଡିଆ ଗେଟ୍ ଠାରେ ସ୍ୱର୍ଣ୍ଣିମ ବିଜୟ ପର୍ବର ଉଦଘାଟନୀ ଉତ୍ସବରେ ବିପିନ୍ ରାଓ୍ୱତଙ୍କ ଏହି ଶେଷ ଭିଡିଓ ବାର୍ତ୍ତା ଶୁଣିବାକୁ ମିଳିଲା..
ଆଜି ରାଜଧାନୀ ଦିଲ୍ଲୀରେ ବିଜୟ ପର୍ବ ପାଳନ କରାଯାଉଛି । ଏହି ବିଜୟ ପର୍ବ ପାଇଁ ସିଡିଏସ୍ ଜେନେରାଲ୍ ବିପିନ ସିଂ ରାୱତ ଏକ ବିଶେଷ ବାର୍ତ୍ତା ରେକର୍ଡ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ଅଭିଯୋଗ । ଆଜି ପାହାନ୍ତିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିଲା। ଏଥିରେ ବିଟକଏନ ସଂପର୍କରେ ଏକ ଲିଙ୍କ ସେୟାର କରାଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କଲେ ହ୍ୟାକର୍ସ । ରବିବାର (ଡିସେମ୍ବର ୧୨) ପାହାନ୍ତା ୨.୧୧ ସମୟରେ @narendramodi ରୁ ଏକ ଆପତ୍ତିଜନକ ଟ୍ୱିଟ୍ କରିଛନ୍ତି ହ୍ୟାକର୍ସ ।
ଗୁରୁ ରୂପୀ ଭଗବାନଙ୍କ ସହ ଦୁର୍ବ୍ୟବହାର । ଶିକ୍ଷା ବିଭାଗ ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି। ଏଥିସହ ଏହି ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପତ୍ନୀକୁ ନିଷ୍ଠୁର ଦର୍ଶାଇ ସ୍ୱାମୀଙ୍କ ପକ୍ଷରୁ ଫ୍ୟାମିଲି କୋର୍ଟରେ କଲ୍ ରେକର୍ଡି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ବାର୍ତ୍ତାଳାପକୁ ପ୍ରମାଣ ରୂପରେ ବ୍ୟବହାର କରାଗଲା । ତେବେ ଏନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଜଣେ କିପରି ଜଣଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରିପାରିବ ବୋଲି କହିଛନ୍ତି
ଏକ ଚାମଚ କ୍ଷୀର ପିଅନ୍ତୁ, କରୋନାରୁ ମୁକ୍ତି ପାଆନ୍ତୁ ! ଗଧି କ୍ଷୀର ଲିଟର ପିଛା ମୂଲ୍ୟ ଏକ ହଜାର । ଗଧି କ୍ଷୀର ପିଇଲେ କରୋନା ଭଲ ହୋଇଯିବ କହି ଲୋକଙ୍କୁ ଲୁଟୁଛନ୍ତି ଯୁବକ ।
କୁନି ପୁତୁରାକୁ ନିଶ୍ୱାସ ଦେବାକୁ ନିଜ ନିଶ୍ୱାସ ଦେଇଦେଲା ପିଇସୀ । ବିବାହ ଉତ୍ସବରେ ଯୋଗ ଦେବାକୁ ଆସି ଜୀବନ ଚାଲିଗଲା ।
ଚିନ୍ତା ବଢ଼ାଉଛି କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍। ଦିଲ୍ଲୀରେ ଓମିକ୍ରନ୍ ଭାରିଏଣ୍ଟ୍ର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରୁ ଆଉ ଜଣେ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଛନ୍ତି।
ମଧ୍ୟମ ଶ୍ରେଣୀର ହେଲେ ବି ଠିକ୍ ଅଛି । ଏହା କିଛି ଖରାପ କଥା ନୁହେଁ । ସ୍କୁଲରେ ସମସ୍ତେ ଶ୍ରେଷ୍ଠ ହେବେ ନାହିଁ, କି ସମସ୍ତେ ୯୦ ପ୍ରତିଶତ ସ୍କୋର୍ କରିପାରିବେ ନାହିଁ । କିନ୍ତୁ ତା ମାନେ ନୁହେଁ, ଯେ ପୂରା ଜୀବନରେ ଜଣେ କେବଳ ମଧ୍ୟମ ହୋଇ ରହିବାକୁ ହିଁ ତିଆରି ହୋଇଛି ।
ବ୍ରିଗେଡିୟର୍ ଲଖବିନ୍ଦର ସିଂ ଲିଦ୍ଦର୍, ସଭିଙ୍କ ପ୍ରିୟ ଟୋନି । କାହାପାଇଁ ସେ ସାହସୀ ଥିଲେ, କାହା ପାଇଁ ଖୁବ୍ ଘନିଷ୍ଠ ବନ୍ଧୁଥିଲେ । କିନ୍ତୁ କିଛି ଲୋକଙ୍କ ପାଇଁ ସେ ଥିଲେ ଲାଇଫ୍ ଲାଇନ୍ ବା ଜୀବନ ରେଖା ।
୪ ଦଶନ୍ଧିର ଶୌର୍ଯ୍ୟମୟ, ଗୌରବମୟ କ୍ୟାରିୟର୍ । ଜଣେ ଦୂରଦୃଷ୍ଟି ସଂପନ୍ନ ଓ ନେତୃତ୍ୱ ନେବାରେ ବିଚକ୍ଷଣ ସେନାଧିକାରୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ସମ୍ଭାଳିଥିଲେ ଜେନେରାଲ୍ ବିପିନ୍ ରାଓ୍ୱତ୍ ।
ପଶ୍ଚିମବଙ୍ଗର ଏକ ଇଂରାଜୀ ଗଣମାଧ୍ୟମ ସଂସ୍ଥା ଓପି ଇଣ୍ଡିଆ ଡଟ୍ କମ୍ର ସଂପାଦକ ଓ ୟୁଟୁବର ଅଜିତ ଭାରତୀଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଦାଏର ହୋଇଥିବା ଏଫଆଇଆର ଖାରଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।
ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବ୍ରାର ସ୍କୋୟାର ଶ୍ମଶାନରେ ଚିର ନିଦ୍ରାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ୱତ । ତିନି ସେନାର ମିଳିତ ବ୍ୟାଣ୍ଡ ଓ ତୋପ ସଲାମୀ ସାଙ୍ଗକୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ।
ତାମିଲନାଡ଼ୁର କୁନୁରରେ ଆକସ୍ମିକ ଚପର କ୍ରାସରେ ପ୍ରାଣ ହରାଇ ଅସମୟରେ ଦେଶବାସୀଙ୍କ ହୃଦ୍ କମ୍ପନ ବଢାଇ ଦେଇଥିବା ଜେନରାଲ ବିପିନ ରାଓ୍ୱତ ଓ ପତ୍ନୀ ମଧୁଲିକା ରାଓ୍ୱତଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି ।
ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ଶେଷକୃତ୍ୟ ସମ୍ପନ୍ନ । ଜେନେରାଲ ବିପିନ ରାୱତଙ୍କ ସହ ପତ୍ନୀ ମଧୁଲିକାଙ୍କ ଶେଷକୃତ୍ୟ । ଗୋଟିଲ ଜୁଇରେ ଜଳିଲେ ଶ୍ରୀ ରାୱତ ଏବଂ ତାଙ୍କ ପତ୍ନୀ । ନୂଆଦିଲ୍ଲୀ ବ୍ରାର୍ ସ୍କୋୟାରଠାରେ ସଂପନ୍ନ ହେଲା ଶେଷକୃତ୍ୟ । ପିତା, ମାତାଙ୍କୁ ମୁଖାଗ୍ନି ଦେଲେ ୨ ଝିଅ କ୍ରିତିକା ଓ ତାରିଣୀ । ଶେଷ ସମ୍ମାନ ସ୍ୱରୂପ ଦିଆଗଲା ୧୭ ତୋପ ସଲାମୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ବହୁ ମାନ୍ୟଗଣ୍ୟ ସେଠାରେ ଉପସ୍ଥିତ ଥିଲେ ।
ପୂର୍ବରୁ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଅନ୍ତିମଯାତ୍ରାରେ ସାମିଲ ହୋଇ ଶେଷ ସମ୍ମାନ ଜଣାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
କାନ୍ଦିଲେ ସାହସୀ ବ୍ରିଗେଡିୟରଙ୍କ ପତ୍ନୀ । ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେବା ସମୟରେ ଜୋରରେ କାନ୍ଦି ଉଠିଲେ ।
ଆଜି ପଞ୍ଚଭୂତରେ ବିଲୀନ ହେବେ CDS ଜେନେରାଲ ବିପିନ ରାଓ୍ୱତ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହେବ ସିଡିଏସଙ୍କ ଶେଷକୃତ୍ୟ ।
ଜାନୁଆରୀ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ବନ୍ଦ । ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ସସ୍ପେଣ୍ଡ ଅବଧି ବଢ଼ିଲା। ଏହି ବନ୍ଦ ନିଷ୍ପତ୍ତି ନେଲା DGCA ।