• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁରାଦାବାଦ : ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ, ଜୀବନ ନେଇଗଲା ଲୌହଦାନବ । ପୁତୁରାକୁ ନୂଆ ଜୀବନ ଦେଇ ଆରପାରିକୁ ଚାଲିଗଲା ପିଇସୀ । ରେଲୱେ ଟ୍ରାକ୍‌ରେ ଫସିଥିବା ପୁତୁରାକୁ ବଞ୍ଚାଇବା ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ । ଏକଥା ଶୁଣିବା ମାତ୍ରେ ପରିବାରରେ କାନ୍ଦବୋବାଳି ପଡ଼ିଛି । ପୁତୁରା ଅକ୍ଷତ ଭାବେ ଉଦ୍ଧାର ହୋଇସୁଦ୍ଧା ନିଜକୁ ରକ୍ଷା କରିପାରି ନାହାନ୍ତି ଯୁବତୀ । ମୃତକ ଜଣକ ନିଜ ମାମୁଁ ଝିଅ ଭଉଣୀର ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ । ସୂଚନା ମିଳିବା ମାତ୍ରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଷ୍ଟମୋଟର୍ମ ପରେ ପରିବାର ଲୋକଙ୍କୁ ଶକ ହସ୍ତାନ୍ତର କରାଯିବ ।

କୁନ୍ଦରକି ଥାନା ଅନ୍ତର୍ଗତ ହୁସେନପୁର ହମିର ଗାଁର ବାସିନ୍ଦା ମେବାରାମଙ୍କ ଝିଅ ଶଶିବାଳା । ବିବାହ ପାଇଁ ବାପାଙ୍କ ସହ ମାଁମୁଘର ଆସିଥିଲେ ଶଶିବାଳା । ଗୁରୁବାର ସନ୍ଧ୍ୟାରେ ଶଶିବାଲା ପରିବାରର ଅନ୍ୟ ମହିଳାମାନଙ୍କ ସହ ରେଳ ଲାଇନର ପାର୍ଶ୍ୱରେ ଥିବା ପୋଖରୀରେ ପୂଜା କରିବାକୁ ଯାଇଥିଲେ । ପୂଜା ସରିବା ପରେ ଘରକୁ ଫେରିବା ପାଇଁ ପୁତୁରା ଆରବଙ୍କ ସହ ରେଳ ଟ୍ରାକ୍ ଅତିକ୍ରମ କରୁଥିଲେ ଶଶିବାର । ଆଉ ସେତିକିବେଳେ ରେଲୱେ ଟ୍ରାକ୍‌ରେ ଆରବର ଗୋଡ଼ ଫସିଯାଇଥିଲା । ଏହା ଦେଖି ଶଶିବାଲା ପୁତୁରାକୁ ଉଦ୍ଧାର କରିବା ସମୟରେ ତାଙ୍କୁ ଟ୍ରେନ୍ ଧକ୍କା ଦେଇଥିଲା ।

ଘରେ ବିବାହ ହେବାକୁ ଥିବାବେଳେ ଜଣେ ପରିବାର ସଦସ୍ୟଙ୍କ ମୃତ୍ୟୁ ଖବର ପାଇ ଗାଁରେ ଶୋକର ଲହରୀ ଖେଳିଯାଇଛି । ଶଶିବାଳାଙ୍କ ବାପା କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ଶୁଭକାମରେ ଯୋଗ ଦେବ ବୋଲି ଜିଦ୍‌ କରବାକୁ ସାଙ୍ଗରେ ଆଣିଥିଲି । ଏବେ ଘରକୁ କେଉଁ ମୁହଁରେ ଯିବି ଆଉ ତା’ ମା’କୁ କ’ଣ କହିବି ବୋଲି କହି କାନ୍ଦୁଛନ୍ତି । ସେପଟେ ରେଲୱେ ଟ୍ରାକରୁ ଶଶିବାଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ବର୍ତ୍ତମାନ ମୃତଦେହ ଉଦ୍ଧାର କରି ପୋଷ୍ଟମୋଟର୍ମ ପାଇଁ ପଠାଯାଇଛି, ତା’ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।