• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜେନରାଲ ରାଓ୍ୱତଙ୍କ ଶେଷକୃତ୍ୟ ପୂର୍ବରୁ ସେହି ବ୍ରାର ସ୍କୋୟାର ସ୍ମଶାନରେ ପଞ୍ଚଭୂତରେ ବିଲୀନ ହୋଇଥିଲେ ବ୍ରିଗେଡିୟର ଲଖଓ୍ୱିନ୍ଦର ସିଂ ଲିଦ୍ଦର । ଘନିଷ୍ଠଙ୍କ ମଧ୍ୟରେ ଟୋନି ନାମରେ ପରିଚିତ ଥିବା ଏହି ବରିଷ୍ଠ ଅଧିକାରୀ ବ୍ରିଗେଡିୟରରୁ ଖୁବ୍‌ଶୀଘ୍ର ମେଜର୍ ଜେନେରାଲ୍ ହୋଇଥାନ୍ତେ । କିନ୍ତୁ ତାଙ୍କର ଅକାଳ ବିୟୋଗ ହେବା ପରେ ସମସ୍ତେ କହୁଛନ୍ତି ମିସ୍ ୟୁ ଟୋନି

ବ୍ରିଗେଡିୟର୍ ଲଖବିନ୍ଦର ସିଂ ଲିଦ୍ଦର୍, ସଭିଙ୍କ ପ୍ରିୟ ଟୋନି । କାହାପାଇଁ ସେ ସାହସୀ ଥିଲେ, କାହା ପାଇଁ ଖୁବ୍ ଘନିଷ୍ଠ ବନ୍ଧୁଥିଲେ । କିନ୍ତୁ କିଛି ଲୋକଙ୍କ ପାଇଁ ସେ ଥିଲେ ଲାଇଫ୍ ଲାଇନ୍ ବା ଜୀବନ ରେଖା । ବ୍ରିଗେଡିୟର୍ ଲିଦ୍ଦରଙ୍କ ଅନ୍ତିମ ଶଯ୍ୟା ପାଖରେ କୋହ ରୋକିପାରିନଥିଲେ ପତ୍ନୀ ଗୀତିକା ଓ ୧୭ ବର୍ଷୀୟ ଝିଅ ଆଶ୍ନା । ଅନ୍ତିମ ବିଦାୟ ଜଣାଇବା ବେଳେ ଭୋ ଭୋ ହୋଇ କାନ୍ଦି ଉଠିଥିଲେ । କୁନ୍ନୁର୍ କ୍ରାସ୍‌ରେ ପ୍ରାଣ ହରାଇଥିବା ବରିଷ୍ଠ ସେନାଧିକାରୀ ବ୍ରିଗେଡିୟର ଲଖବିନ୍ଦର ସିଂ ଲିଦ୍ଦରଙ୍କୁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଏନ୍ଏସ୍ଏ ଅଜିତ ଡୋଭାଲଙ୍କ ସହ ତିନି ସେନା ମୁଖ୍ୟ ମଧ୍ୟ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାପରେ ବ୍ରାର ସ୍କୋୟାରରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି ।

ବର୍ଷାଧିକ କାଳ ସିଡିଏସ୍ ଜେନେରାଲ ବିପିନ ରାଓ୍ୱତଙ୍କ ଡିଫେନ୍ସ ଆସିଷ୍ଟାଣ୍ଟ ଥିବା ବ୍ରିଗେଡିୟର ଲଖବିନ୍ଦର ସିଂ ଲିଦ୍ଦର ଖୁବ୍‌ଶୀଘ୍ର ମେଜର୍ ଜେନେରାଲ୍ ଭାବେ ପଦୋନ୍ନତି ପାଇଥାନ୍ତେ । ଜେନେରାଲ୍ ରାଓ୍ୱତଙ୍କ ଷ୍ଟାଫ୍‌ଙ୍କୁ ଛାଡ଼ି ଏକ ଡିଭିଜନ୍‌ର ନେତୃତ୍ୱ ନେଇଥାନ୍ତେ । ଏନେଇ ନିଶ୍ଚିତ ହୋଇସାରିଥିଲା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ତାଙ୍କୁ ହରାଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମିଲିଟାରୀ କଲେଜ ବେଳର ସାଥି ତଥା ଅଲିମ୍ପିଂକ ମେଡାଲ ବିଜେତା କର୍ଣ୍ଣେଲ ରାଜ୍ୟବର୍ଦ୍ଦନ ସିଂ ରାଠୋର ।

ସେକେଣ୍ଡ ଜେନେରେସନର ସ୍ଥଳସେନା ଅଫିସର ବ୍ରିଗେଡିୟର ଲିଦ୍ଦର ୧୯୯୦ରେ ଇଣ୍ଡିଆନ ମିଲିଟାରୀ ଏକାଡେମୀରୁ ଡିଗ୍ରୀ ହାସଲ ପରେ ସେନାରେ ଯୋଗ ଦେଇଥିଲେ । ଜାମ୍ମୁ ଓ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ, LAC, ତିବ୍ବତ ହିମାଚଳ ସୀମା, ସବୁଠି ନିଜର ବୀରତ୍ୱ ଓ କର୍ତ୍ତବ୍ୟ ନିଷ୍ଠା ପାଇଁ ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତାଙ୍କୁ ସେନା ମେଡାଲ, ବିଶିଷ୍ଟ ସେନା ମେଡାଲରେ ସମ୍ମାନିତ କରାଯାଇଛି । ଚୀନ ଉପରେ ଲେଖିଥିବା ସମ୍ପାଦକୀୟ ଚାଇନା କାଉଣ୍ଟର୍ସ ସ୍ପେସ୍ କାପାବିଲିଟିଜ୍ ଲାଗି ମଧ୍ୟ ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା ।