• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହିଙ୍ଗୋଲି : ଗଧି କ୍ଷୀରକୁ ଇମ୍ୟୁନିଟି ବୁଷ୍ଟର କହି ବିକ୍ରି କରୁଛନ୍ତି ଯୁବକ । ସରଳ ସାଧାରଣ ଲୋକଙ୍କୁ ମହମାରୀରୁ ରକ୍ଷା କରିବା ନାଁରେ ଉଲ୍ଲୁ ବନାଉଛନ୍ତି । କରୋନା ସଂକ୍ରମଣର ତୃତୀୟ ଲହରୀ ମଧ୍ୟରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ଗଧ କ୍ଷୀର ଲିଟର ପିଛା ୧୦,୦୦ ଟଙ୍କାରେ ବିକ୍ରି ହେଉଛି । ଗଧର କ୍ଷୀର ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ କରୋନା ପରି ମହାମାରୀ ସହିତ ମୁକାବିଲା କରିବାରେ ସାହାଯ୍ୟ ହେଉଛି କହୁଛନ୍ତି କ୍ଷୀର ବିକ୍ରି କରୁଥିବା ଯୁବକ । ତେବେ ଗଧର କ୍ଷୀରକୁ କ୍ଷୀରକୁ ଇମ୍ୟୁନିଟି ବୁଷ୍ଟର୍ କହିବାରୁ ତାଙ୍କ ଘରେ ଏବେ ଲୋକଙ୍କ ଭିଡ଼ ଜମୁଛି ।

ଚାହିଦା ବୃଦ୍ଧି ହେତୁ ନିକଟସ୍ଥ ଜିଲ୍ଲାର ଲୋକମାନେ ମଧ୍ୟ ହିଙ୍ଗୋଲିକୁ ଆସି ଗଧି କ୍ଷୀର ବିକ୍ରୟ କରିବା ଆରମ୍ଭ କରିଛନ୍ତି । ଏକ ଚାମଚ କ୍ଷୀର ପିଅନ୍ତୁ ଏବଂ ସମସ୍ତ ପ୍ରକାର ରୋଗରୁ ମୁକ୍ତି ପାଆନ୍ତୁ କହି କହି ସେମାନେ କ୍ଷୀର ବିକ୍ରି କରୁଛନ୍ତି । ଆଉ ଲୋକଙ୍କୁ ଗଧି କ୍ଷୀର ପ୍ରତି ଆକର୍ଷିତ କରୁଛନ୍ତି । ଗଧି କ୍ଷୀର ପିଇଲେ ପିଲାମାନଙ୍କୁ ଆଦୌ ନିମୋନିଆ ହେବ ନାହିଁ । ଏହା ବ୍ୟତୀତ ଗଧର କ୍ଷୀର ଜ୍ୱର, କାଶ, ଚର୍ମ ତଥା କରୋନା ରୋଗୀର ପାଇଁ ରାମବାଣ ସଦୃଶ ବୋଲି କହୁଛନ୍ତି ବିକ୍ରେତା ।

ସବୁଦିନ ତାଜା କ୍ଷୀର ବିକ୍ରି କରନ୍ତି ବୋଲି କହିଛନ୍ତି ଗଧି କ୍ଷୀର ବିକ୍ରୟ କରୁଥିବା ବାଲାଜୀ ମେସେବାଡ଼ । ଏହା ଅନେକ ରୋଗ ପାଇଁ ପ୍ରଭାବଶାଳୀ । ଗୋଟିଏ ଚାମଚ କ୍ଷୀରର ମୂଲ୍ୟ ୧୦୦ ଟଙ୍କା ଏବଂ ଗୋଟିଏ ଲିଟର କ୍ଷୀର ୧୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି ସେ । ଗଧ କ୍ଷୀର ଉଭୟ ଚର୍ମ ଏବଂ ଶରୀର ପାଇଁ ପୋଷକ ତତ୍ତ୍ୱରେ ଭରପୂର ବୋଲି ସେ ଦାବି କରିଛନ୍ତି ।

ତେବେ ଏନେଇ ଡାକ୍ତର ଭି.ଏନ୍ ରୋଜଡେ କହିଛନ୍ତି , ଗଧର କ୍ଷୀର ପିଇବା ଦ୍ୱାରା କରୋନା ମହାମାରୀ ଭଲ ହେବା କଥାକୁ ବିଶ୍ୱାସ କରିବା ସମ୍ପୂର୍ଣ୍ଣ ଭୁଲ୍ । କିଛି ଲୋକ ଟଙ୍କା ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି । ପ୍ରଶାସନ ଏହିପରି ଲୋକଙ୍କ ଉପରେ ଲଗାମ ଲଗାଇବା ଜରୁରୀ । ମହାମାରୀ ସମୟରେ ଏପରି ଅପପ୍ରଚାର କରିବା ଉଚିତ ନୁହେଁ । ଅଯଥାରେ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ ବୋଲି ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।