ପୁଣି ବଢିଲା ସୁନାର ଦାମ୍ । ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୯୨୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୪୦ ଟଙ୍କା ରହିଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟରେ ୪୬,୯୫୦ ଟଙ୍କା ଓ ୫୦,୨୧୦ ଟଙ୍କା ରହିଛି।
ବୃଦ୍ଧ ଦମ୍ପତିଙ୍କୁ ଠକିଲେ ଭଡ଼ାଟିଆ । ଟଙ୍କା ଦୂର କରିବାର ବାହାନା ଦେଖାଇ ଟଙ୍କା ଲୁଟିନେଲେ ।
ବିଭାଜନ ବେଳେ ଅଲଗା ହୋଇଥିଲେ, ୭୪ ବର୍ଷ ପରେ ଏକାଠି ହେଲେ ଦୁଇ ଭାଇ ।
ପରିଣତ ବୟସରେ ଦଶମ ପାସ୍ । ୭୭ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଥିଲେ ।
ଗୌହାଟିର ହେଙ୍ଗରାବାଡି ଅଞ୍ଚଳରେ ଥିବା ଏକ ଘରେ ଚୋରି କରିବାକୁ ପହଞ୍ଚିଥିଲା ଚୋର । ଘରେ କେହି ନଥିବା ଦେଖି ଘରେ ପଶିବା ପାଇଁ ତାକୁ ସୁବିଧା ହୋଇଥିଲା । ଚୋରି କରିବ କ’ଣ, ତାକୁ ପ୍ରବଳ ଭୋକ ଲାଗିଥିଲା । ଆଉ ଭୋକ ଲାଗିବାରୁ ଖେଚୁଡ଼ି ତିଆରି କରି ଖାଇବାକୁ ଚିନ୍ତା କରିଥିଳା ।
ଟେଲିଭିଜନ୍ ରେଟିଂ ପଏଣ୍ଟ ବା ଟିଆରପି ପ୍ରକାଶ ଲାଗି ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ ବାର୍କକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । ଟିଆରପି ପାଇଁ ଅକ୍ଟୋବର ୨୦୨୦ରେ କିଛି ନିର୍ଦ୍ଦିଷ୍ଟ ଚ୍ୟାନେଲ ରିଗିଂ କରୁଥିବା ଅଭିଯୋଗ ପରେ ଆଜିକୁ ପ୍ରାୟ ୧୫ ମାସ ଧରି ବାର୍କ ତରଫରୁ ଟିଆରପି ସୂଚନା ପ୍ରକାଶ ପାଉନାହିଁ ।
LACରେ ଚୀନ୍ ଅନେକ ଭିତ୍ତିଭୂମି ତିଆରି କରିବା ସହ ସୈନ୍ୟ ବି ମୁତୟନ କରିଛି । ଏହା ସ୍ଥାୟୀ କି ନୁହେଁ ତାହା ଆଗକୁ ଦେଖିବା କଥା । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ କୋର୍ କମାଣ୍ଡରସ୍ତରୀୟ କଥାବାର୍ତ୍ତା ଚାଲିଛି । ଆଗାମୀ ଦିନରେ ଏଥିରେ ଉନ୍ନତି ଆସିବ ବୋଲି ଆଶା କରିଛନ୍ତି ଜେନେରାଲ ନରଭଣେ ।
ପୁଣି ବଢିଲା ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୭୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୭୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୬,୬୫୦ ଟଙ୍କା ଓ ୫୦,୯୦୦ ଟଙ୍କା ରହିଛି।
ପଞ୍ଜାବରେ ଦିଲ୍ଲୀ ମଡେଲ ଉପସ୍ଥାପନ କରିଛନ୍ତି କେଜ୍ରିୱାଲ । ବର୍ତ୍ତମାନ ସମୟରେ ପଞ୍ଜାବ ଛାଡ଼ି ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇଁ କାନାଡ଼ା ଯାଉଛନ୍ତି । ତେଣୁ ପଞ୍ଜାବରେ କିଭଳି ଯୁବ ପୀଢ଼ିଙ୍କୁ କାମ ମିଳିବ ସେ ଦିଗରେ ଦଳ କାମ କରିବ । କାନାଡ଼ା ନୁହେଁ ପଞ୍ଜାବରେ ହିଁ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ମିଳିବ ।
ଆଇନର ଉଦ୍ଦେଶ୍ୟ ପୂରଣ କରୁନଥିବା ତଥା ବାଧା ସୃଷ୍ଟି କରୁଥିବା ନିୟମକୁ ପରିବର୍ତ୍ତନ କରିବା ଉଚିତ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ପରିବର୍ତ୍ତେ ଆଇନର ଉଦ୍ଦେଶ୍ୟକୁ ପୂରଣ କରୁଥିବା ସଂଜ୍ଞା ନିରୂପଣ କରାଯିବା ଉଚିତ୍ ବୋଲି କହିଛନ୍ତି ।
ପିତୃତୁଲ୍ୟ ଶିଷକଙ୍କ ବଦଳି ପରେ ଶିକ୍ଷକଙ୍କୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ଛାତ୍ରଛାତ୍ରୀ ।ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ପଂଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ତ୍ରୁଟି ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ୪ ଜଣିଆ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଏହି କମିଟିର ଅଧ୍ୟକ୍ଷ ରହିବେ । ଏନଆଇଏ ଡିଜି, ଚଣ୍ଡିଗଡର ଡିଜି ଓ ପଂଜାବର ଏଡିଜିପି ସିକ୍ୟୁରିଟି ଏହି କମିଟିର ସଦସ୍ୟ ରହିଛନ୍ତି ।
ଭଣ୍ଡ ବାବାଙ୍କ କଳା କାରନାମା । ମହିଳାଙ୍କୁ ପକ୍ଷାଘାତ ରୋଗରୁ ଭଲ କରିଦେବ କହି ଧୋକା ଦେଲା । ପିଲାମାନେ ନିକଟସ୍ଥ କୋଠରୀରେ ଶୋଇଥିବା ସମୟରେ ଦୁଷ୍କର୍ମ କଲା ।
ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ୫ ତାରିଖ ଗସ୍ତର ସମସ୍ତ ରେକର୍ଡକୁ ସୁରକ୍ଷିତ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ବେଳେ ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ତାଙ୍କ କାରକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା ।
ବଦଳିବ ଭାରତୀୟ ସେନା ୟୁନିଫର୍ମ । ସୌର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରିବା ଭଳି ଡିଜାଇନ୍ । ଅଦମ୍ୟ ସାହସର ପ୍ରତୀକ ହେବ ନୂଆ ୟୁନିଫର୍ମ । ଭାରତୀୟ ବୀର ଯବାନଙ୍କ ଅଦମ୍ୟ ବୀରତ୍ୱକୁ ପ୍ରଦର୍ଶନ କରିବା ଭଳି ପ୍ରସ୍ତୁତ ହେଉଛି ନୂଆ ଡିଜାଇନ୍ର ୟୁନିଫର୍ମ । ଆସନ୍ତା ଆର୍ମି ଡେ’ ଅର୍ଥାତ ଚଳିତ ମାସ ୧୫ ତାରିଖରେ ଏହି ନୂଆ ଡିଜିଟାଲ କମ୍ବାଟ୍ ୟୁନିଫର୍ମ ପିନ୍ଧିବେ ଭାରତୀୟ ସେନାର ଯବାନ ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି । ହ୍ୟାକରମାନେ ଏହାର ନାମ ପରିବର୍ତ୍ତନ କରି ଏକ ମାଛର ଚିତ୍ର ରଖିଥିଲେ ।
ସେନାର ନୂଆ ୟୁନିଫର୍ମ ପାଇଁ ୧୫ ଟି ପ୍ୟାଟର୍ଣ୍ଣ, ୪ଟି ଡିଜାଇନ୍ ଓ ୮ ଟି ଫାବ୍ରିକ୍କୁ ବଛାଯାଇଛି । ଏହି କମ୍ବାଟ ୟୁନିଫର୍ମରେ ରହିଛି ଡିଡିଟାଲ କାମୋଫ୍ଲାଜ୍ ପାଟର୍ଣ୍ଣ । ଅର୍ଥାତ୍ ଯେକୌଣସି ପରିବେଶ ସହିତ ଏହା ଖାପ ଖାଇବ ଏବଂ ସେନାଙ୍କୁ ନିଜକୁ ଶତ୍ରୁ ନଜରରୁ ଲୁଚାଇବାରେ ସହାୟକ ହେବ ।
ଗଞ୍ଜେଇକୁ ନେଇ ଧରପଗଡ଼ ଚାଲୁଥିବା ବେଳେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କ ଆଗାରେ ବଡ଼ ବୟାନ ରଖିଛନ୍ତି । ଦେଶରେ କେବେ ହେଲେ ଗଞ୍ଜେଇକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇ ନାହିଁ ବୋଲ କହିଛନ୍ତି ସରକାର ।
ଆମେରିକାର ଏକ ଡାକ୍ତରୀ ଟିମ୍ ଏପରି ଚମତ୍କାର କରିଛନ୍ତି । ୫୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ସଫଳତାର ସହ ଘୁଷୁରୀ ହୃଦୟକୁ ପ୍ରତିରୋପଣ କରିଛନ୍ତି ।
କରୋନାକୁ ନେଇ ମଧ୍ୟ ଅନେକ ମିଛ ଖବର ଏଥିରେ ଭାଇରାଲ ହୋଇଥାଏ । କିଛି ଦିନ ହେବ ସୋସିଆଲ ମିଡିଆରେ ଏମିତି କିଛି ଖବର ଏବେ ପୁଣି ଭାଇରାଲ ହେବାରେ ଲାଗିଛି ।
ଗରିବ କୁଲି ଶ୍ରୀନାଥ ଆଜି ଆଇଏଏସ୍ । ଷ୍ଟେସନରେ ମାଗଣାରେ ମିଳୁଥିବା ୱାଇଫାଇ ତାଙ୍କ ପାଇଁ ସୁଯୋଗ ଆଣିଥିଲା ।
ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି..
ଋଣ ପାଇଁ ଆବେଦନ କରି କରି ଥକିଯାଇଥିଲେ, ବ୍ୟାଙ୍କରୁ ନିରାଶା ମିଳିବା ପରେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି ଯୁବକ । ଫଳରେ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜନପତ୍ର ନଷ୍ଠ ହୋଇ ଯାଇଛି।
ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକର ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ICUରେ ତାଙ୍କର ଚିକିତ୍ସା ଚାଲିଛି।
ବିବାଦ ଘେରରେ ରଙ୍ଗ ଦେ୍ ବସନ୍ତି ଫେମ୍ ତଥା ସାଉଥ୍ ଷ୍ଟାର ସିଦ୍ଧାର୍ଥ। ବ୍ୟାଡ୍ମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍ଙ୍କ ପ୍ରତି ଅଶୋଭନୀୟ ଟ୍ୱିଟ୍ କରି ଫସିଛନ୍ତି ସାଉଥ୍ ଷ୍ଟାର ସିଦ୍ଧାର୍ଥ। ପରିସ୍ଥିତି ଏପରି ହୋଇଛି ଯେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜାତୀୟ ମହିଳା କମିଶନ ମହାରାଷ୍ଟ୍ର ଓ ତାମିଲନାଡୁ ଡିଜିପିଙ୍କୁ ଚିଠି ଲେଖିଛନ୍ତି।