• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶତ୍ରୁ ସାଜିଲା ଦାରୁଣ ଭୋକ,ଫସିଗଲା ଚୋର । ଚୋରି କରିବାକୁ ଯାଇଥିଲା ବେଳେ ଚୋରକୁ ଭୋକ ଲାଗିଲା ଆଉ ଭୋକ ବିକଳରେ ସେ  ଚୋରି କଥା ଭୁଲି ଯାଇଥିଲା । ଘରେ କେହି ନଥିବା ବେଳେ ପ୍ରଥମେ ଖେଚୁଡ଼ି ରୋଷେଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲା । ହେଲେ ଦୁର୍ଭାଗ୍ୟବଶତଃ ରୋଷେଇ ସମୟରେ ସେ ପୋଲିସ୍‌ ହାତରେ ଧରାପଡ଼ି ଯାଇଛି । ଆସାମର ଗୌହାଟିରେ ଏପରି ଅଭାବନୀୟ ଘଟଣା ।

ଗୌହାଟିର ହେଙ୍ଗରାବାଡି ଅଞ୍ଚଳରେ ଥିବା ଏକ ଘରେ ଚୋରି କରିବାକୁ ପହଞ୍ଚିଥିଲା ଚୋର । ଘରେ କେହି ନଥିବା ଦେଖି ଘରେ ପଶିବା ପାଇଁ ତାକୁ ସୁବିଧା ହୋଇଥିଲା । ହେଲେ ଘରେ ପଶୁ ପଶୁ ତାକୁ ପ୍ରବଳ ଭୋକ ଲାଗିଥିଲା । ଆଉ ଭୋକ ଲାଗିବାରୁ ଖେଚୁଡ଼ି ତିଆରି କରି ଖାଇବାକୁ ଚିନ୍ତା କରିଥିଲା । ଚୋରି କରିବ କ’ଣ, ଖେଚୁଡ଼ି ରୋଷେଇ କରିବାକୁ ଗ୍ୟାସରେ କଡେଇ ବସିଥିଲା । ହେଲେ ପଡୋଶୀଙ୍କୁ ବାସନର ଢ଼ନଢ଼ାନ୍ ଶବ୍ଦ ଶୁଭିଥିଲା ‌ଏବଂ ସେମାନଙ୍କ ମନରେ ସନ୍ଦେହ ହୋଇଥିଲା । ଘର ମାଲିକ ନଥିବାରୁ ସେମାନେ ପୋଲିସକୁ ଫୋନ୍ କରିଥିଲେ।

ଏହି ମଜାଦାର ଘଟଣା ସମ୍ପର୍କରେ ଆସାମ ପୋଲିସ ପକ୍ଷରୁ ଟ୍ୱିଟ କରାଯାଇଛି । ବର୍ତ୍ତମାନ ଗୁଆହାଟୀରୁ ଚୋରକୁ ଗିରଫ କରାଯାଇଛି । ଆସାମ ପୋଲିସ ଏକ ଟ୍ୱିଟରେ ଲେଖିଛି, ' ଚୋରିର ଆଶ୍ଚର୍ଯ୍ୟଜନକ ମାମଲା ! ଅନେକ ଉପକାରିତା ସତ୍ୱେ ଚୋରି କରିବାକୁ ଯାଇଥିବା ବେଳେ ଖେଚୁଡ଼ି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଚୋରକୁ ଗିରଫ କରାଯିବା ସହ ଗୁଆହାଟୀ ପୋଲିସ (@GuwahatiPol) ତାଙ୍କୁ କିଛି ଗରମ ଖାଦ୍ୟ ମଧ୍ୟ ପରଷିଛି ।

ସୋସିଆଲ ମିଡିଆରେ ଆସାମ ପୋଲିସ ପକ୍ଷରୁ କରାଯାଇଥିବା ଏହି ଟ୍ୱିଟ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଟ୍ୱିଟ୍ ଦେଖି ଲୋକେ ନିଜ ହସ ରୋକି ପାରୁନାହାନ୍ତି ଏବଂ ଆସାମ ପୋଲିସର ଏହି ମଜାଳିଆ ଟ୍ୱିଟକୁ ପ୍ରଶଂସା କରଉନ୍ତି । ଜଣେ ଉପଭୋକ୍ତା, 'ହା ହା ... ଇମୋଜି ଦେଇଛନ୍ତି ଆଉ ଲେଖିଛନ୍ତି, ମୁଁ ଭାବୁଛି ସକାଳୁ ସେ ଚୋରି କରିବା ପାଇଁ ଯୋଜନା କରିବାରେ ବ୍ୟସ୍ତ ଥିଲେ, ତେଣୁ ଖାଇବାକୁ ଭୁଲିଯାଇଥିଲେ । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, 'ଯିଏ ପୋଲିସ୍‌ର ଟ୍ୱିଟର ପରିଚାଳନା କରୁଛି ସେ ବହୁତ ମଜାଳିଆ ଏବଂ ସଠିକ୍ ଦିଗରେ ଟ୍ୱଟ୍ କରିଛନ୍ତି । ତାଙ୍କୁ ଅଜସ୍ର ଶୁଭେଚ୍ଛା।'