• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଦଳିବ ଭାରତୀୟ ସେନା ୟୁନିଫର୍ମ । ସୌର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରିବା ଭଳି ଡିଜାଇନ୍ । ଅଦମ୍ୟ ସାହସର ପ୍ରତୀକ ହେବ ନୂଆ ୟୁନିଫର୍ମ । ଭାରତୀୟ ବୀର ଯବାନଙ୍କ ଅଦମ୍ୟ ବୀରତ୍ୱକୁ ପ୍ରଦର୍ଶନ କରିବା ଭଳି ପ୍ରସ୍ତୁତ ହେଉଛି ନୂଆ ଡିଜାଇନ୍‌ର ୟୁନିଫର୍ମ । ଆସନ୍ତା ଆର୍ମି ଡେ’ ଅର୍ଥାତ ଚଳିତ ମାସ ୧୫ ତାରିଖରେ ଏହି ନୂଆ ଡିଜିଟାଲ କମ୍ବାଟ୍ ୟୁନିଫର୍ମ ପିନ୍ଧିବେ ଭାରତୀୟ ସେନାର ଯବାନ ।

ସେନାର ନୂଆ ୟୁନିଫର୍ମ ପାଇଁ ୧୫ ଟି ପ୍ୟାଟର୍ଣ୍ଣ, ୪ଟି ଡିଜାଇନ୍ ଓ ୮ ଟି ଫାବ୍ରିକ୍‌କୁ ବଛାଯାଇଛି । ଏହି କମ୍ବାଟ ୟୁନିଫର୍ମରେ ରହିଛି ଡିଡିଟାଲ କାମୋଫ୍ଲାଜ୍ ପାଟର୍ଣ୍ଣ । ଅର୍ଥାତ୍ ଯେକୌଣସି ପରିବେଶ ସହିତ ଏହା ଖାପ ଖାଇବ ଏବଂ ସେନାଙ୍କୁ ନିଜକୁ ଶତ୍ରୁ ନଜରରୁ ଲୁଚାଇବାରେ ସହାୟକ ହେବ । ତେବେ ପୁରୁଣା ସେନା ୟୁନିଫର୍ମ ଭଳି ଏହି ନୂଆ ଡିଜାଇନ ୟୁନିଫର୍ମ ଖୋଲା ବଜାରରେ ମିଳିବ ନାହିଁ । ଏହା ସେନା ପକ୍ଷରୁ ଯବାନଙ୍କୁ ସ୍ୱତନ୍ତ୍ର ଭାବେ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

ଜାନୁଆରୀ ୧୫ ଆର୍ମି ଡେ’ରେ ଏହି ୟୁନିଫର୍ମ ଉନ୍‌ମୋଚନ ହେବ । ଏହା ପରେ ସମସ୍ତ ଯବାନଙ୍କୁ ପର୍ଯ୍ୟାୟ କ୍ରମେ ଯୋଗାଇ ଦିଆଯିବ । ତେବେ ପୁରୁଣା ୟୁନିଫର୍ମକୁ ସଂପୂର୍ଣ୍ଣ ଭାବେ ବଦଳାଇବାକୁ ବର୍ଷେରୁ ଅଧିକ ସମୟ ଲାଗିପାରେ । ବର୍ତ୍ତମାନର ସ୍ଥିତି ଓ ସେନା ପୋଷାକ ଯୋଗାଣ ବ୍ୟବସ୍ଥାକୁ ଦେଖି ଏହି ଆକଳନ କରାଯାଇଛି ।

ସେନା ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରୁଛି ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ ଟେକ୍ନୋଲୋଜି- NIFT । ସେନାର ଉଭୟ ମହିଳା ଓ ପୁରୁଷଙ୍କ ଡିଜିଟାଲ୍ ପ୍ୟାଟର୍ଣ୍ଣ ୟୁନିଫର୍ମ ପାଇଁ ପ୍ରସ୍ତୁତ ହେଉଛି ଏହି ଡିଜାଇନ୍ । ୧୫୦ରୁ ଅଧିକ ସେନାର ଯବାନଙ୍କୁ ଭିନ୍ନ ଡିଜାଇନ୍‌ର ୧୫ ସେଟ୍ ନୂଆ କମ୍ବାଟ ୟୁନିଫର୍ମ ପ୍ରଦାନ କରାଯାଇଛି । ଏଥିରୁ ସର୍ଟ୍ ଲିଷ୍ଟ କରି ୟୁନିଫର୍ମ ଚୟନ କରାଯିବ । ତେବେ ଗତବର୍ଷ ଅକ୍ଟୋବରରେ ହୋଇଥିବା ଆର୍ମି କମାଣ୍ଡର୍ସ କନ୍‌ଫରେନ୍ସରେ ସର୍ଟ ଲିଷ୍ଟ ହୋଇଥିବା ୟୁନିଫର୍ମ ଆର୍ମି କମାଣ୍ଡର ମାନଙ୍କୁ ପ୍ରଦାନ କରାଯାଇଥିଲା ।

ସେତେବେଳେ ସେନା ମୁଖ୍ୟ ଜେନେରାଲ ଏମ୍ ଏମ୍ ନରଓ୍ୱାଣେ ମଧ୍ୟ ଏହାକୁ ସ୍ୱିକୃତୀ ଦେଇଥିଲେ । ସବୁ ପ୍ରକାର ଭୌଗଳିକ ସ୍ଥିତିକୁ ଦେଖି ଏହି ୟୁନିଫର୍ମ ପ୍ରସ୍ତୁତ କରାଯାଇଛି । ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୩ଶହ ୟୁନିଫର୍ମ ପ୍ରସ୍ତୁତ ହୋଇସାରିଛି । ଏହାକୁ କମାଣ୍ଡ ହେଡ୍ କ୍ୱାର୍ଟର୍ସରେ ଫାଇନାଲ କରାଯିବ । ତେବେ ସେନାର ଏହି ନୂଆ ୟୁନିଫର୍ମକୁ ଡିଜିଟାଲି ପ୍ରସ୍ତୁତ କରାଯାଇଛି । ୟୁନିଫର୍ମର ପ୍ୟାଣ୍ଟକୁ ଯୋତାରେ ଇନ୍ କରିବାକୁ ପଡ଼ିବ, କିନ୍ତୁ ଜାକେଟ ବିନା ଇନ୍‌ରେ ପିନ୍ଧିବେ ଯବାନ ।

ୟୁନିଫର୍ମରେ ବ୍ୟବହୃତ କପଡ଼ା ହାଲୁକା, ମଜଭୁତ ଓ ଶୀଘ୍ର ଶୁଖି ପାରିବା ଭଳି ବଛା ଯାଇଛି । ଯେମିତି କି ଅପରେସନ ବେଳେ ସେନାକୁ ସୁବିଧା ହେବ । ୧୩ ପ୍ରକାର ସାଇଜ୍‌ରେ ଏହି ୟୁନିଫର୍ମ ଉପଲବ୍ଧ ହେବ । ବର୍ଦ୍ଦି କପଡ଼ାରେ କଟନ ଓ ପଲିଷ୍ଟରର ରେସିଓ ରହିବ ୭୦ ଓ ୩୦ ପ୍ରତିଶତ । ଘରୋଇ ଫାର୍ମ ଓ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ନୂଆ ୟୁନିଫର୍ମ ପ୍ରସ୍ତୁତ କରାଯାଉଛି । ଯେମିତି ଏହି ନୂଆ ଡିଜାଇନ୍ ଖୋଲା ବଜାରରେ ମିଳିବ ନାହିଁ । ସେଥିପ୍ରତି ବିଶେଷ ଦୃଷ୍ଟି ରଖାଯାଉଛି । ବର୍ତ୍ତମାନ ସେନା ବ୍ୟବହାର କରୁଥିବା ୟୁନିଫର୍ମର ଆୟୁଷ ୧୮ ମାସ । ଏହାର ଡିଜାଇନ୍ ୨୦୦୮ରେ ଯବାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା । ତେବେ ଏହା ଖୋଲା ବଜାରରେ ଉପଲବ୍ଧ ହେଉଥିବାରୁ ଏହାକୁ ବଦଳାଇବାକୁ ଯାଉଛି ଭାରତୀୟ ସେନା । ସେହିଭଳି ବିଶ୍ୱର ଅନ୍ୟ ବିକଶିତ ଦେଶର ସେନା ଭଳି ଆମ ସେନାର ପରିପାଟି ମଧ୍ୟ ବଦଳିବାକୁ ଯାଉଛି ।