• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଓ ମେସେଜ୍‌ କିମ୍ବା ଫଟୋ ଭାଇରାଲ ହେଉଛି । ସବୁଠାରୁ ବଡ଼ କଥା ହେଲା ଲୋକମାନେ ଏହି ଭିଡିଓ କିମ୍ବା ମେସେଜର ସତ୍ୟାସତ୍ୟ ନଜାଣି ଏହାକୁ ସହଜରେ ବିଶ୍ୱାସ କରନିଅନ୍ତି । ଏବେ କରୋନା ଭାଇରସ୍ ସଂକ୍ରମଣ କ୍ଷୀପ୍ର ଗତିରେ ବଢ଼ିବାରେ ଲାଗିଛି । କରୋନାକୁ ନେଇ ମଧ୍ୟ ଅନେକ ମିଛ ଖବର ଏଥିରେ ଭାଇରାଲ ହୋଇଥାଏ । କିଛି ଦିନ ହେବ ସୋସିଆଲ ମିଡିଆରେ ଏମିତି କିଛି ଖବର ଏବେ ପୁଣି ଭାଇରାଲ ହେବାରେ ଲାଗିଛି । ଏଥିରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସାହାୟତା ନାଁରେ ୫୦୦୦ ଟଙ୍କା ଲେଖାଏଁ ଦିଆଯାଉଛି । ତେବେ ଏହି ଖବର ସତ ନା ମିଛ ? କେନ୍ଦ୍ର ସରକାର ଏମିତି କିଛି ଯୋଜନା ଘୋଷଣା କରିଛନ୍ତି କି ? ଆସନ୍ତୁ ଜାଣିବା..

ସୋସିଆଲ ମିଡିଆରେ ଏବେ ଭାଇରାଲ ହଉଥିବା ମେସେଜ୍‌ରେ କୁହାଯାଇଛି ଯେ, ‘ଆଜି ହିଁ ଫର୍ମ ଫିଲ୍‌ ଅପ୍ କରନ୍ତୁ ଆଉ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କରୋନା ସହାୟତା ରାଶି ୫୦୦୦ ଟଙ୍କା ପାଆନ୍ତୁ । ମୁଁ ମଧ୍ୟ ପାଇଛି, ଯଦି ଆପଣ ମଧ୍ୟ 5000 ଟଙ୍କା ନେବାକୁ ଚାହାଁନ୍ତି, ତେବେ ନିମ୍ନରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରି ଫର୍ମ ପୂରଣ କରନ୍ତୁ । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, 'ଏହା ହେଉଛି କରୋନା ସହାୟତା ରାଶି । ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଏହି ୫୦୦୦ ଟଙ୍କା ପାଇବାର ସୁଯୋଗ କେବଳ ୧୫ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ । ତେଣୁ ଶୀଘ୍ର ଫର୍ମ ପୂରଣ କରନ୍ତୁ ଏବଂ ୫୦୦୦ ଟଙ୍କା ନେଇଯାଆନ୍ତୁ । ଏହା ତଳେ ଲେଖା ହୋଇଛି, 'ସାବକା ସାଥ, ସାବକା ବିକାଶ ।'

ଏହି ଖବରରେ କେତେ ସତ୍ୟତା ରହିଛି, ଜାଣିବା ପାଇଁ ଏକ ଜାତୀୟ ଗଣମାଧ୍ୟମର ସ୍ୱତନ୍ତ୍ର ଡିଜିଟାଲ୍ ଟିମ୍ ଅନୁସନ୍ଧାନ ଆରମ୍ଭ କଲା । କରୋନାକୁ ନେଇ କେନ୍ଦ୍ର ସରକାର ଘୋଷଣା କରିଥିବା ସମସ୍ତ ନୀତି ଏବଂ ଯୋଜନାଗୁଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କଲା ଏହି ଟିମ୍ । କିନ୍ତୁ ୫୦୦୦ ଟଙ୍କା ଦିଆଯିବା କଥା କେନ୍ଦ୍ର ସରକାରଙ୍କର କୌଣସି ଯୋଜନାରେ ବି କୁହାଯାଇ ନାହିଁ ବୋଲି ଜଣାପଡ଼ିଛି ।

ଏନେଇ PIB ପକ୍ଷରୁ ମଧ୍ୟ ଫ୍ୟାକ୍ଟ ଚେକ୍ କରାଯାଇଥିଲା । ହେଲେ ସେ ମଧ୍ୟ ସମାନ କଥା ଦୋହରାଇଛି । ଏହି ଭାଇରାଲ ଖବର ପଛରେ କୌଣସି ସତ୍ୟତା ନାହିଁ ।

ତେବେ ଲୋକଙ୍କୁ ଏଭଳି ମିଥ୍ୟା ଖବର ପ୍ରତି ସତର୍କ ରହିବା ଉଚିତ୍ । ସୋସିଆଲ ମିଡିଆରେ ଆସୁଥିବା ସବୁ ଖବର ଗୁଡ଼ିକୁ ଅନ୍ଧ ଭଳି ବିଶ୍ୱାସ କରିବା ଉଚିତ୍‌ ନୁହେଁ । ଖବର ପ୍ରସାରଣ କରିଥିବା ୱେବ୍‌ସାଇଟ୍‌ କେତେ ବିଶ୍ୱାସ ଯୋଗ୍ୟ ସେନେଇ ସାଧାରଣ ଲୋକ ଆବଗତ ହେବା ଉଚିତ୍‌ ।